Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ପାରାଦୀପରେ ହେବ ୩୩୫ କୋଟି ଟଙ୍କା ବ୍ୟୟରେ ବିଶୋଧନ ପ୍ରକଳ୍ପ, ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅନୁମୋଦନ 
ରାଜ୍ୟ ଖବର

ପାରାଦୀପରେ ହେବ ୩୩୫ କୋଟି ଟଙ୍କା ବ୍ୟୟରେ ବିଶୋଧନ ପ୍ରକଳ୍ପ, ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅନୁମୋଦନ 

March 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାରାଦୀପରେ ହେବ ୩୩୫ କୋଟି ଟଙ୍କା ବ୍ୟୟରେ ବିଶୋଧନ ପ୍ରକଳ୍ପ, ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅନୁମୋଦନ 

ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ଗୋଷ୍ଠୀ (ସିଡ୍‌ବି)କ୍ଲଷ୍ଟର ବିକାଶ ପାଣ୍ଠି (ଏସସିଡିଏଫ୍) ଏବଂ  ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ୟୁଆଇଡିଏଫ)ର କାର୍ଯ୍ୟକାରିତା ସଂପର୍କିତ  ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ତଥା ଏମଏସ୍ଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ, ଇଡକୋର ପରିଚାଳନା ନିର୍ଦ୍ଦେଶକ, ପୌର ପ୍ରଶାସନ,  ଉଦ୍ୟାନ କୃଷି ନିର୍ଦ୍ଦେଶକ, ରାଜ୍ୟ ସରକାର, ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ଏବଂ ରାଷ୍ଟ୍ରୀୟ ଆବାସ ବ୍ୟାଙ୍କର  ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ଏସସିଡିଏଫ୍  ଅଧୀନରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି,  ନୂତନ ପ୍ରକଳ୍ପ ପ୍ରସ୍ତାବ, ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ୟୁଆଇଡିଏଫ୍) ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି  ସମ୍ପର୍କିତ ଆଲୋଚନା ହୋଇଥିଲା ।  କାର୍ଯ୍ୟକାରୀ କାରୀ ବିଭାଗଗୁଡ଼ିକୁ ଧାର୍ଯ୍ୟ ସମୟ ସୀମା ଅନୁଯାୟୀ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ତ୍ୱରାନ୍ୱିତ କରିବା ଏବଂ ତଦନୁସାରେ ଅର୍ଥ ବିଭାଗକୁ କ୍ଷତିପୂରଣ ଦାବି ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା ।

ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଏସସିଡିଏଫ୍ ଅଧୀନରେ ଅର୍ଥ ଯୋଗାଣ ପାଇଁ ଏହି ଉଚ୍ଚସ୍ତରୀୟ କମିଟି ଶିଳ୍ପ ବିଭାଗକୁ ୩୩୫.୭୭ କୋଟି ଟଙ୍କା ବ୍ୟୟରେ ପାରାଦୀପରେ ୧୦ ଏମଏଲଡି ସିଇଟିପି  କମନ୍ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର) ପ୍ରକଳ୍ପ  ଏବଂ  ୩୦ ଏମଏଲଡି ଗଭୀର ସମୁଦ୍ରକୁ ବର୍ଜ୍ୟଜଳ ନିଷ୍କାସନ ପ୍ରକଳ୍ପ  ଭଳି ଦୁଇଟି ପ୍ରକଳ୍ପକୁ  ଅନୁମୋଦନ କରିଛି  ।

ଏସସିଡିଏଫ ଅଧୀନରେ ଗଞ୍ଜାମର ଗୋପାଳପୁରଠାରେ ୧୭୩.୦୨ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ଓଡ଼ିଶାର କମନ୍ ୟୁଟିଲିଟି କରିଡର ନିର୍ମାଣ କରାଯାଉଛି । ଏହା ରାଜ୍ୟର ପ୍ରଥମ ୟୁଟିଲିଟି କରିଡର ଯାହା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଆଗାମୀ ଶିଳ୍ପର ଚାହିଦା  ପୂରଣ କରିବ । କାର୍ଯ୍ୟକାରୀ ବିଭାଗଗୁଡ଼ିକୁ ୟୁଆଇଡିଏଫ ଅଧୀନରେ ଯୋଗ୍ୟ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ୨୩ତମ ପିଏମ୍‌-କିଷାନ୍‌ କିସ୍ତି ହସ୍ତାନ୍ତରର ଲାଇଭ୍ ୱେବକାଷ୍ଟ୍‌

June 21, 2026

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Latest News

ଭୁବନେଶ୍ୱରରେ ୨୩ତମ ପିଏମ୍‌-କିଷାନ୍‌ କିସ୍ତି ହସ୍ତାନ୍ତରର ଲାଇଭ୍ ୱେବକାଷ୍ଟ୍‌

June 21, 2026

ଆଜି ଜୁନ୍ ୨୧ ରବିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 21, 2026

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.