Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ପିସିସି ସଭାପତି ଭକ୍ତ ଦାସ, କଲେ ଉଚ୍ଚସ୍ତରୀୟ ତଦନ୍ତ ଦାବି
ରାଜ୍ୟ ଖବର

ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ପିସିସି ସଭାପତି ଭକ୍ତ ଦାସ, କଲେ ଉଚ୍ଚସ୍ତରୀୟ ତଦନ୍ତ ଦାବି

March 31, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ପିସିସି ସଭାପତି ଭକ୍ତ ଦାସ, କଲେ ଉଚ୍ଚସ୍ତରୀୟ ତଦନ୍ତ ଦାବି

ଭୁବନେଶ୍ୱର: ଚୌଦ୍ୱାର ମଙ୍ଗୁଳି ଠାରେ ରେଳ ଦୁର୍ଘଟଣା ଖବର ପାଇ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଶ୍ରୀଯୁକ୍ତ ଦାସ ଦୁର୍ଘଟଣାସ୍ଥଳର ପରିସ୍ଥିତି ଅନୁଧ୍ୟାନ କରି ନିଜ ପ୍ରତିକ୍ରିୟାରେ କହିଛନ୍ତି କି ଆଜିର ରେଳ ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ।

ସାରା ଭାରତରେ ବିଶେଷ କରି ଓଡ଼ିଶାରେ ବାରମ୍ବାର ରେଳ ଦୁର୍ଘଟଣା ଘଟୁଛି। ବହୁମୂଲ୍ୟବାନ ଜୀବନ ଯିବା ସହ ଧନସମ୍ପତି ନଷ୍ଟ ହେଉଛି। ରେଳକର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏଭଳି ରେଳଦୁର୍ଘଟଣା ବାରମ୍ବାର ଘଟୁଛି। ରେଳ ଦୁର୍ଘଟଣା ରୋକିବା ପାଇଁ ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହି ରେଳମନ୍ତ୍ରୀଙ୍କ ସମୟରେ ଭାରତ ବର୍ଷରେ ସବୁଠାରୁ ଅଧିକ ଭୟଙ୍କର ଓ ମର୍ମନ୍ତୁଦ ରେଳଦୁର୍ଘଟଣା ଘଟୁଛି। ରେଳମନ୍ତ୍ରୀ ଏଭଳି ଘଟଣାରେ ନିଜର ଉତର ଦାୟିତ୍ୱ ଦେଖାଉନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଏହି ଅବସରରେ ଶ୍ରୀଯୁକ୍ତ ଦାସ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ଏବଂ ରେଳବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ତୁରନ୍ତ ନ୍ୟାୟୋଚିତ ଅନୁକମ୍ପାମୂଳକ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବୀ ରଖିଛନ୍ତି । ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ।

ଆଜିର ରେଳଦୁର୍ଘଟଣା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀଯୁକ୍ତ ଦାସ ଦାବି କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

Train Accident ନିର୍ଗୁଣ୍ଡି ରେଳ ଦୁର୍ଘଟଣା ରେଳ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର: ୬ ଟି ସ୍ଥାନରେ ଚଢାଉ ବେଳେ ମିଳିଲା ବିଡ଼ା ବିଡ଼ା ଟଙ୍କା

July 25, 2025

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୩୦ ଦିନର ଅତିରିକ୍ତ ଛୁଟି ଦେବାକୁ ଘୋଷଣା କଲେ କେନ୍ଦ୍ର ସରକାର

July 25, 2025

ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ଟେକ୍ସ -୨୦୨୫ର ପ୍ରସ୍ତୁତି ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ

July 25, 2025

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଦସ୍ୟ

July 25, 2025
Latest News

ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର: ୬ ଟି ସ୍ଥାନରେ ଚଢାଉ ବେଳେ ମିଳିଲା ବିଡ଼ା ବିଡ଼ା ଟଙ୍କା

July 25, 2025

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୩୦ ଦିନର ଅତିରିକ୍ତ ଛୁଟି ଦେବାକୁ ଘୋଷଣା କଲେ କେନ୍ଦ୍ର ସରକାର

July 25, 2025

ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ଟେକ୍ସ -୨୦୨୫ର ପ୍ରସ୍ତୁତି ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ

July 25, 2025

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଅନୁଗୋଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ସଦସ୍ୟ

July 25, 2025

କାଗଜବିହୀନ ଟିକେଟ ପ୍ରଣାଳୀରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ନୂଆ ମାଇଲଖୁଣ୍ଟ ହାସଲ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.