ଆଜି ନବୀନଙ୍କ ହେବ ଅପରେସନ, ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ସମୂହ ଦୀପଦାନ

Published: Jun 22, 2025, 8:42 am IST
NaveenPatnaik

ଭୁବନେଶ୍ବର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଅପରେସନ କରାଯିବ। ତାଙ୍କର ବେକ ପାଖ ମେରୁଦଣ୍ଡରେ ଏହି ଅପରସେନ କରାଯିବ। ମୁମ୍ବାଇର କୋକିଳବେନ ଧୀରୁଭାଇ ଆମ୍ବାନୀ ହସପିଟାନରେ ଏହି ଅପରେସନ କରାଯିବ। ଭାରତର ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ବାବଧାନରେ ଏହି ଚିକିତ୍ସା କରାଯିବ। ଏ ନେଇ ପୂର୍ବରୁ ନୀବନ ନିଜ ସାମାଜିକ ଗଣମାଧ୍ୟମରେ ଅବଗତ କରାଇଛନ୍ତି।

ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ସାରା ରାଜ୍ୟରେ ସମୁହ ଦୀପଦାନ କରାଯାଉଛି। ବିଶେଷ କରି ନବୀନ ପ୍ରେମୀ ଏହି ଦୀନଦାନ କାର୍ଯ୍ୟ କରୁଛନ୍ତି। ସେ କିପରି ଶୀଘ୍ର ଚିକିତ୍ସିତ ହୋଇ ଫେରିବେ ସେ ନେଇ ସେମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାରେ ଲାଗିଛନ୍ତି। ପୁରୀର ଶ୍ରୀମନ୍ଦିର ସମ୍ମୁଖରେ ନବୀନ ପ୍ରେମୀ ଦୀପଦାନ କରି ପ୍ରଭୃ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି। ସାଂସଦ ଶୁଭାଶୀଷ ଖୁଣ୍ଟିଆଙ୍କ ନେତୃତ୍ବରେ ବିଜେଡିର କର୍ମିମାନେ ଏହି ପ୍ରାର୍ଥନା କରିଛନ୍ତି।

ସେହିପରି ଭୁବନେଶ୍ବରର ରାମ ମନ୍ଦିର ଆଗରେ ମଧ୍ୟ ଦଳର ତୁଙ୍ଗ ନେତାଙ୍କ ନେତୃତ୍ବରେ ଦୀପଦାନ କରାଯାଇଛି। ଏଥିରେ ଦେବୀ ମିଶ୍ର, ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

Related posts