Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମହିଳାଙ୍କ ଅଭିଯୋଗର ସମାଧାନ ପାଇଁ କଂଗ୍ରେସ ଖୋଲିଲା ପ୍ରକୋଷ୍ଠ, ମିଳିବ ଟୋଲ ଫ୍ରି ନମ୍ବର, ନିଯୁକ୍ତ ହେବେ ଓକିଲ
ରାଜ୍ୟ ଖବର

ମହିଳାଙ୍କ ଅଭିଯୋଗର ସମାଧାନ ପାଇଁ କଂଗ୍ରେସ ଖୋଲିଲା ପ୍ରକୋଷ୍ଠ, ମିଳିବ ଟୋଲ ଫ୍ରି ନମ୍ବର, ନିଯୁକ୍ତ ହେବେ ଓକିଲ

July 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress
ମହିଳାଙ୍କ ଅଭିଯୋଗର ସମାଧାନ ପାଇଁ କଂଗ୍ରେସ ଖୋଲିଲା ପ୍ରକୋଷ୍ଠ, ମିଳିବ ଟୋଲ ଫ୍ରି ନମ୍ବର, ନିଯୁକ୍ତ ହେବେ ଓକିଲ

ଭୁବନେଶ୍ୱର: ମହିଳାଙ୍କ ଅଭିଯୋଗର ପ୍ରତିକାର ପାଇଁ କଂଗ୍ରେସ ଆରମ୍ଭ କଲା ଭିନ୍ନ ପଦକ୍ଷେପ। ଏକ ଅଭି।ୋଗ ପ୍ରକୋଷ୍ଠ ଗଠନ କରାଯିବା ସହ ‘ଆପ’ ଆରମ୍ଭ ହୋଇଛି। ଏହା ସହିତ ଦଶ ଜଣ ଓକିଲଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ପ୍ରତି ଜିଲ୍ଲାରେ ମଧ୍ୟ ଜଣେ ଓକିଲ ରହିବେ। ପୀଡ଼ିତାଙ୍କୁ ସାହାଯ୍ୟ କରିବ ମହିଳା କଂଗ୍ରେସ ଓ ପିସିସି। ସରକାର ନାରୀ ନିର୍ଯାତନା ତନା ବିରୁଦ୍ଧରେ କୌଣସି ପଦକ୍ଷେପ ନେଲେନି। ସେଥିପାଇଁ କଂଗ୍ରେସ ଏପରି ପଦକ୍ଷେପ ନେଇଛି ବୋଲି କହିଛନ୍ତି ସଭାପତି ଭକ୍ତ ଦାସ।

କଂଗ୍ରେସ ଭବନରେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଆରମ୍ଭ କରି ଭକ୍ତ କହିଲେ, ନାରୀଙ୍କୁ ନ୍ୟାୟ ମିଳିବା ନେଇ ଆମେ ପାଞ୍ଚ ମାସ ହେଲା ସଂଗ୍ରାମ କରୁଛୁ। ବାଲେଶ୍ୱର ପୀଡ଼ିତାଙ୍କ ଘଟଣା ବେଳେ ଆମେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ କରିବୁ ବୋଲି ଘୋଷଣା କରିଥିଲୁ। ସେଠି ମହିଳାମାନେ ନାମ କହି କିମ୍ବା ଗୋପନ ରଖି ଅଭିଯୋଗ କରିପାରିବେ। ଏବେ ରାଜ୍ୟରେ ମହିଳାମାନେ ସଚେତନ ହୋଇଛନ୍ତି। କୌଣସି ଘଟଣା ହେବା ପରେ ଜଣାଉଛନ୍ତି। ଆଉ ଲୁଚାଉ ନାହାନ୍ତି। ବନ୍ଦ ଶାନ୍ତିପୂର୍ଣ ହୋଇଥିଲା ବୋଲି ନ୍ୟାୟା୍ଳୟ କହିଛନ୍ତି। ସରକାର ସୁପ୍ତ ଅଛି ତେଣୁ ନାରୀ ନ୍ୟାୟର ଗୁରୁତ୍ୱ ଆଦୌ ଅନୁଭବ କରିପାରୁନି। ତେଣୁ ଆମେ ‘ଆପ’ କରିଛୁ। ‘ଆପ’ ଦ୍ୱାରା ସମ୍ପୂର୍ଣ ସମାଧାନ ନ ହୋଇ ପାରିଲେ ବି ସଂଗ୍ରାମ କରିପାରିବୁ। ଦୀର୍ଘ ଦିନ ଧରି ଏହି ଆନ୍ଦୋଳନ ଜାରି ରହିବ। ମହିଳାଙ୍କ ପାଇଁ ଏହି ‘ଆପ’ ଉତ୍ସର୍ଗୀକୃତ କରାଯାଉଛି।

ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି, ନ୍ୟାୟ ପାଇଁ ମହିଳାମାନେ ଲଢୁଛନ୍ତି। ଯେଉଁମାନେ ନ୍ୟାୟ ପାଉନାହାନ୍ତି, ସେମାନେ ‘ଆପ’ ମାଧ୍ୟମରେ ନ୍ୟାୟ ପାଇବେ।ଏବେ ପୋର୍ଟାଲ ଭାବେ ଅଛି। ପନ୍ଦର ଦିନ ପରେ ‘ଆପ’ ହୋଇପାରିବ। ସେହିପରି ଇମେଲ ବି ରହିବ ବୋଲି ସୂଚନା ଦେଇଛନ୍ତି। କଂଗ୍ରେସ ଭବନରେ ଏହା ଖୋଲିବ। ଚବିଶ ଘଣ୍ଟା ଅଭିଯୋଗ ହୋଇ ପାରିବ। ଆମେ ଉଦ୍ୟମ କରିବୁ ସମାଧାନ ପାଇଁ। ଆମେ ସରକାରରେ ନାହୁଁ। ତେଣୁ ଚାପ ସୃଷ୍ଟି କରିବୁ। ସୌମ୍ୟାଶ୍ରୀ ସରକାରର ବହୁ ଲୋକଙ୍କୁ କହିବା ପରେ ମଧ୍ୟ କେହି ଶୁଣିନଥିଲେ। ମାତ୍ର ଆମେ କେମିତି ଅଭିଯୋଗ ଉପରେ କାମ ହେବ ଚେଷ୍ଟା କରିବୁ। ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହେବ ବୋଲି ଭକ୍ତ କହିଛନ୍ତି।
ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମାଜିକ ଗଣମାଧ୍ୟମ ଉପାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ,ଗୀତାଞ୍ଜଳି ମହାନ୍ତି, ପ୍ରଣତି ମିଶ୍ର,ଚୈତାଳୀ ପଟ୍ଟନାୟକ,ଜୟଶ୍ରୀ ପାତ୍ର,ଜାନକୀ ମଲ୍ଲିକ,ଉର୍ବଶୀ ମିଶ୍ର,ଅନିମା ମିଞ୍ଜ,ଶ୍ରୀୟାସ୍ମିତା ପଣ୍ଡା,କୁସୁମ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ।

Congress ଭକ୍ତ ଦାସ ରାଜ୍ୟ କଂଗ୍ରେସ ରାଜ୍ୟ କଂଗ୍ରେସ ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026
Latest News

ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

August 11, 2026

ତ୍ରିରଙ୍ଗା ଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲା କଂଗ୍ରେସ

August 11, 2026

Ram Nath Kovind: ପୂର୍ବତନ ରାଷ୍ଟ୍ରପତିଙ୍କ ଆତ୍ମଜୀବନୀ ପୁସ୍ତକକୁ ଉନମୋଚନ କରିବେ ପ୍ରଧାନମନ୍ତ୍ରୀ

August 11, 2026

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ସମ୍ମିଳନୀ: ବିଶ୍ୱ ଶିକ୍ଷା ମଞ୍ଚରେ ଓଡ଼ିଶାର ନୂଆ ପରିଚୟ

August 11, 2026

୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କଲା ପୋଲିସ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.