ଗଣେଷ ପୂଜା : ଚଳିତ ବର୍ଷ ଗଣେଷ ପୂଜା କେବେ ହେବ। ସେ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ଦ୍ବନ୍ଦ ସୃଷ୍ଟି ହୋଇଛି। କାରଣ ହେଲା ଏଥର ଚତୁର୍ଥୀ ଦୁଇ ଦିନ ପଡୁଛି। ଏହି ତିଥି ଅଗଷ୍ଟ 26 ତାରିଖୁ ଆରମ୍ଭ ହୋଇ 27 ତାରିଖ ପର୍ଯ୍ୟନ୍ତ ରହୁଛି। ସେଥିପାଇଁ କେଉଁଦିନ ଗଣେଷ ପୂଜା ହେବ ସେ ନେଇ ଦ୍ବନ୍ଦ ଦେଖାଦେଇଛି।
ତେବେ ତିଥୀ ଗଣନାକାରୀଙ୍କ ହିସାବ ଅନୁସାରେ ଏଥର ଚତୁର୍ଥୀ ତିଥୀ ଦୁଇଦିନ ରହୁଥିଲେ ମଧ୍ୟ ଗଣେଷ ପୂଜା ଗୋଟିଏ ଦିନରେ ପାଳନ ହେବ। ତାହା ହେଲା ଅଗଷ୍ଟ 27 ତାରିଖରେ ପାଳନ ହେବ। ଗଣନା ଅନୁସାରେ ଏଥର ଚତୁର୍ଥୀ ତିଥୀ ଅଗଷ୍ଟ 26 ତାରିଖ ରାତି 1 ଟା 54 ମିନିଟରେ ଆରମ୍ଭ ହେଉଛି। ଏହା ଅଗଷ୍ଟ 27 ତାରିଖ ଅପରାହ୍ନ 3 ଟା 44 ପର୍ଯ୍ୟନ୍ତ ରହୁଛି। ଫଳରେ ସୂର୍ଯ୍ୟ ଉଦୟ ପରେ ଅର୍ଥାତ 27 ତାରିଖ ସକାଳୁ ଗଣେଷ ପୂଜା କରାଯିବ।
ତେବେ 27 ତାରିଖରେ କେତେବେଳେ ଭଲ ମୁର୍ହୁତ ରହିଛି ତାହା ମଧ୍ୟ ଗଣନା କରି କୁହାଯାଇଛି। ଯେଉଁମାନେ ଗଣେଷ ପୂଜା କରିବେ ସେମାନେ 27 ତାରିଖ 11ଟା 05 ମିନିଟରୁ ଅପରାହ୍ନ 1 ଟା 40 ମଧ୍ୟରେ ପୂଜା କରିବା ଉଚିତ।