ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ନେଇ ବୈଠକ କରିବା ପ୍ରସଂଗରେ ବିଜେପିକୁ ଘେରିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ଉଠାଇଛି ଦଳ। ବିଜେଡି ମୁଖପାତ୍ର ଇପସ୍ସିତା ସାହୁ କହିଛନ୍ତି ଯେ, ରମାଦେବୀ ଛାତ୍ରୀଙ୍କୁ ନେଇ ବିଜେପି ୱାର୍ଡ ଅଫିସରେ ଏକ ବୈଠକ କରିଛି। ଛାତ୍ରୀମାନେ କଲେଜ ୟୁନିଫର୍ମ ପିନ୍ଧି ସେହି ବୈଠକରେ ଯୋଗ ଦେଇଥିଲେ।
ଏହି ବୈଠକରେ ଜେଲରୁ ଫେରିଥିବା ଜଗନ୍ନାଥ ପ୍ରଧାନଙ୍କ ସମେତ କେତେକ ନେତା ଉପସ୍ଥିତ ଥିଲେ। ସେଥିରେ କୌଣସି ନେତ୍ରୀ ଉପସ୍ଥିତ ନ ଥିଲେ। ଏପରି ପରିସ୍ଥିତିରେ ପାଠପଢାରୁ ଡାକି ନେଇ ଛାତ୍ରୀମାନଙ୍କୁ ବିଜେପି କି ମନ୍ତ୍ରଣା ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ଇପସ୍ସିତା। ବିଜେପି ଜାଣିଶୁଣି କଲେଜ ପରିସରକୁ କୌଳୁଷିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଏପରି କାର୍ଯ୍ୟରୁ ସେମାନେ ନିବୃତ ରହୁନ୍ତୁ ବୋଲି ବିଜେଡି ଦାବୀ କରିଛି।