Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»JioAirFiber in Odisha: ଜିଓ ଏୟାର ଫାଇବର ଓଡ଼ିଶାରେ ଯୋଡିଲା ୨ ଲକ୍ଷରୁ ଅଧିକ ଗ୍ରାହକ 
ରାଜ୍ୟ ଖବର

JioAirFiber in Odisha: ଜିଓ ଏୟାର ଫାଇବର ଓଡ଼ିଶାରେ ଯୋଡିଲା ୨ ଲକ୍ଷରୁ ଅଧିକ ଗ୍ରାହକ 

September 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
JioAirFiber in Odisha:
JioAirFiber in Odisha: ଜିଓ ଏୟାର ଫାଇବର ଓଡ଼ିଶାରେ ଯୋଡିଲା ୨ ଲକ୍ଷରୁ ଅଧିକ ଗ୍ରାହକ 

JioAirFiber in Odisha: ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ, ରାଜ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଜିଓର ଅତ୍ୟନ୍ତ ଲୋକପ୍ରିୟ ୫ଜି ଏଫଡବ୍ଲୁଏ ସେବା  ଜିଓଏୟାରଫାଇବର ରାଜ୍ୟରେ ୨ ଲକ୍ଷ ଗ୍ରାହକ ସଂଖ୍ୟା ଅତିକ୍ରମ କରିଛି। ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି। ଓଡ଼ିଶାରେ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଦବଦବା ବଜାୟ ରଖି ଜିଓଏୟାରଫାଇବର ୮୩ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ସହିତ ଜୁଲାଇ ଶେଷ ସୁଦ୍ଧା ୨.୧୧ ଲକ୍ଷରୁ ଅଧିକ ଗ୍ରାହକ ହାସଲ କରିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ଜୁଲାଇ ମାସରେ, ଜିଓ ଓଡ଼ିଶାରେ ସର୍ବାଧିକ ୧୬୭୭୫ ନୂତନ ଜିଓଏୟାରଫାଇବର ଗ୍ରାହକ ଯୋଡ଼ିଛି। ଉଲ୍ଲେଖନୀୟ ଯେ ଜିଓର ଲୋକପ୍ରିୟ ଏଫଡବ୍ଲୁଏ ସେବା ଜିଓଏୟାରଫାଇବର ବାସ୍ତବରେ ସମାବେଶୀ ହୋଇଛି, କାରଣ ବିଶେଷ କରି ଗ୍ରାମୀଣ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ ରହିଥିବା ଶେଷ-ମାଇଲ୍ ଫାଇବର ସଂଯୋଗ ଜନିତ ସମସ୍ୟାକୁ ଏହା ଦୂର କରିଛି। ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ପୁନଃପରିଭାଷିତ କରି ଜିଓଏୟାରଫାଇବର ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ, ଅସୀମିତ ୱାଇଫାଇ, ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍ ଏବଂ ଆହୁରି ଅନେକ ସୁବିଧା ସହିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ବୃତ୍ତିଗତ ପ୍ରଫେସନାଲ, ଉଦ୍ୟୋଗୀ ଏବଂ ପରିବାରକୁ ସଶକ୍ତ କରିଛି।

ଟ୍ରାଇ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଓଡ଼ିଶାରେ ୱାୟାରଲେସ୍, ୱାୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଡ଼ିଛି। ଜିଓ ସାରା ଓଡିଶାରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ଆଗେଇ ନେଇ ଜିଓ ଫାଇବର ଓ ଜିଓଏୟାରଫାଇବର ସଂଯୋଗ ମାଧ୍ୟମରେ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇ-ଫାଇ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ୫.୫୮ ଲକ୍ଷରୁ ଅଧିକ ଘର ଏବଂ ପରିସରକୁ ସଶକ୍ତ କରୁଛି।

ୱାୟାରଲାଇନ୍ କ୍ଷେତ୍ରରେ ଜିଓ ୫୦ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ପ୍ରାୟ ୩.୪୭ ଲକ୍ଷ ଜିଓଫାଇବର ଗ୍ରାହକଙ୍କ ସହିତ ଓଡ଼ିଶାରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ଏହାର ଗ୍ରାହକ ସଂଖ୍ୟା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ଦୁଇଗୁଣରୁ ଅଧିକ ରହିଛି। ଜୁଲାଇ ମାସରେ ଜିଓ ଓଡ଼ିଶାରେ ୧୨୮୯୮ ନୂତନ ୱାୟାରଲାଇନ୍ ବା ଜିଓଫାଇବର ଉପଭୋକ୍ତା ଯୋଡିଛି, ଯାହା ଏହି ମାସରେ ୱାୟାରଲାଇନ୍ କ୍ଷେତ୍ରରେ ଯୋଡି ହୋଇଥିବା ମୋଟ ନୂତନ ଗ୍ରାହକଙ୍କ ୭୩ ପ୍ରତିଶତରୁ ଅଧିକ।

ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜିଓ ଜୁଲାଇ ମାସରେ ଓଡ଼ିଶାରେ ସର୍ବାଧିକ ୫୯ ହଜାରରୁ ଅଧିକ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡି ଓଡ଼ିଶାର ସର୍ବବୃହତ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼​​ କରିଥିବାବେଳେ ସମାନ ସମୟରେ ଏୟାରଟେଲ୍ ଏବଂ ବିଏସଏନଏଲ ଉଭୟ ହଜାର ହଜାର ମୋବାଇଲ୍ ଉପଭୋକ୍ତା ହରାଇଛନ୍ତି। ଜୁଲାଇ ଶେଷ ସୁଦ୍ଧା ଜିଓର ଓଡ଼ିଶାରେ ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୧.୬୪ କୋଟିରୁ ଅଧିକ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ନିକଟରେ ଜିଓ ଦେଶରେ ୫୦ କୋଟି ଗ୍ରାହକ ହାସଲର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି ଏବଂ ବିଶ୍ୱ ସ୍ତରରେ ଏହା ସର୍ବବୃହତ ଏଫଡବ୍ଲୁଏ ସେବା ପ୍ରଦାନକାରୀ ସ୍ଥାନ ମଧ୍ୟ ହାସଲ କରିଛି।

Read in English- Reliance Jio, the leading digital service provider in Odisha, has crossed yet another significant milestone as its immensely popular 5G FWA service JioAirFiber crossed 2 lakh subscribers mark in the state, in July 2025.  ( CLICK HERE)

'ଜିଓ ଏୟାର ଫାଇବର' JioAirFiber in Odisha Reliance JIO
Share. Facebook Twitter LinkedIn Email WhatsApp Copy Link

Related Posts

ସାର୍ ଯଦୁନାଥ ସରକାର ଫେଲୋସିପର ପ୍ରଥମ ବ୍ୟାଚ ଦୀକ୍ଷାନ୍ତ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

September 2, 2025

ଓଡ଼ିଶାର ୨ଟି ମେଡିକାଲ କଲେଜରେ ଏମବିବିଏସ ପାଇଁ ନାମଲେଖା, ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

September 2, 2025

ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ପୂର୍ବତଟ ରେଳପଥ

September 2, 2025

Semicon India 2025: ସେମିକନ୍ ଇଣ୍ଡିଆ ୨୦୨୫ କୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଲେ..

September 2, 2025
Latest News

ସାର୍ ଯଦୁନାଥ ସରକାର ଫେଲୋସିପର ପ୍ରଥମ ବ୍ୟାଚ ଦୀକ୍ଷାନ୍ତ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

September 2, 2025

ଓଡ଼ିଶାର ୨ଟି ମେଡିକାଲ କଲେଜରେ ଏମବିବିଏସ ପାଇଁ ନାମଲେଖା, ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

September 2, 2025

ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି କଲା ପୂର୍ବତଟ ରେଳପଥ

September 2, 2025

Semicon India 2025: ସେମିକନ୍ ଇଣ୍ଡିଆ ୨୦୨୫ କୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଲେ..

September 2, 2025

JioAirFiber in Odisha: ଜିଓ ଏୟାର ଫାଇବର ଓଡ଼ିଶାରେ ଯୋଡିଲା ୨ ଲକ୍ଷରୁ ଅଧିକ ଗ୍ରାହକ 

September 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.