Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ
ରାଜ୍ୟ ଖବର

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ

September 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଉଦ୍‌ଯାପନୀ ସମାରୋହ ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସେ କହିଥିଲେ ଯେ, “ଆମ ଭାଷା ହେଉଛି ଆମ ପରିଚୟ। ଆମ ଓଡ଼ିଆ ଭାଷା ପାଇଁ ଆମେ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇପାରିଛେ। ତେଣୁ ଆମ ଭାଷାର ବହୁଳ ପ୍ରଚାର ଓ ପ୍ରସାର କରିବା ସହିତ ସରକାରୀ କାର୍ଯ୍ୟରେ ଯେପରି ଆମେ ଓଡ଼ିଆ ଭାଷାର ପ୍ରଚଳନ କରିବା ସେଥିପାଇଁ ଆମେ ଯତ୍ନବାନ ହେବା ଆବଶ୍ୟକ। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ସମସ୍ତ ସରକାରୀ ଅଧିକାରୀମାନଙ୍କ ପାଇଁ ସହାୟକ ହେବ”, ବୋଲି ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ଏହି “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ରେ ପ୍ରାୟ ୨୫ଟି ବିଭାଗରୁ ୧୫୦ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ସେପ୍ଟେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଆୟୋଜିତ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଆ ବାକ୍ୟ ଗଠନ, ଓଡ଼ିଆ ଭାଷାରେ ଟିପ୍ପଣୀ ଲିଖନ, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ, ପ୍ରଶାସନିକ ଶବ୍ଦ ଚୟନ, ବନାନ୍‌ ଶୁଦ୍ଧତା ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଆଜିର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିବା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ, ବିତ୍ତ ତଥା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନନ୍ୟା ତ୍ରିପାଠୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Read More:- Myntra’s Big Fashion Festival Begins from September 20

odia ଓଡ଼ିଆ ଓଡ଼ିଆ ଭାଷା ଓଡ଼ିଆ ଭାଷା ସାହିତ୍ୟ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ସୂର୍ଯ୍ୟବଂଶୀ ସୂରଜ
Share. Facebook Twitter LinkedIn Email WhatsApp Copy Link

Related Posts

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025
Latest News

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025

କ୍ଲର୍କ ନିଯୁକ୍ତି ପରୀକ୍ଷାର ତାରିଖ ପ୍ରକାଶ କଲା SBI, ଏହି ଦିନ ହେବ ପରୀକ୍ଷା

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.