ଭୁବନେଶ୍ବର: ବହୁଦିନ ଧରି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ବୋଲି ଚାଲିଛି ଚର୍ଚ୍ଚା। ଏ ନେଇ ବିଜେପି ସଭାପତି ବିଜେପି ପ୍ରଭାରୀ ବିଭିନ୍ନ ସମୟ କହୁଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇପାରୁ ନାହିଁ। କାରଣ ହେଲା ମନ୍ତ୍ରୀମଣ୍ଡଳ ଅଦଳବଦଳରେ ପଶୁଛି କେଁ। ଫଳରେ ଆଜି କାଲି ହୋଇ ସମୟ ଗଡିବାରେ ଲାଗିଛି, ହେଲେ ମନ୍ତ୍ରୀ ମଣ୍ଡଳର ଅବଦଳବଦଳ ହୋଇପାରୁ ନାହିଁ।
ତେବେ ବର୍ତ୍ତମାନ ତାଜା ଘଟଣା ଅନୁସାରେ ଏହି ମନ୍ତ୍ରୀ ମଣ୍ଡଳ ଚଳିତ ମାସରେ ହେବ ବୋଲି ଜଣାପଡିଛି। କାରଣ ବିଜେପି ପ୍ରଭାରୀ ବିଜୟ ସିଂ ତୋମାର କହିଛନ୍ତି ଯେ, ଚଳିତ ମାସ ଶେଷ ଆଡକୁ ବହୁତ କିଛି ହେବ। ଫଳରେ ଏଥିରେ ଯେଉଁ ପ୍ରମୁଖ ମନ୍ତ୍ରୀ ଅଦଳବଦଳ ଅଛି ତାହା ହେବ ବୋଲି ନିଶ୍ଚିତ ଜଣାପଡିଛି। କାରଣ ଏ ନେଇ ଦିଲ୍ଲୀରେ ବାରମ୍ବାର ଆଲୋଚନା ହେବାରେ ଲାଗିଛି। ସଭାପତି ମୁଖ୍ୟମନ୍ତ୍ର ତୁଙ୍ଗ ନେତାମାନଙ୍କୁ ଭେଟିବାରେ ଲାଗିଛନ୍ତି।
ତୋମାରଙ୍କ ବକ୍ତବ୍ୟ ଅନୁସାରେ ବହୁ କିଛି ହେବ ଅର୍ଥ ଏହିମାସରେ ମନ୍ତ୍ରୀମଣ୍ଡଳ ସହିତ ନିଗମ ଅଧ୍ୟକ୍ଷ ମଧ୍ୟ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି। କାରଣ ସରକାର ଗଠନ ହେବାର ଦେଢ ବର୍ଷ ହୋଇଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିଗମ ଅଧ୍ୟକ୍ଷ ଘୋଷଣା ହୋଇପାରୁ ନାହିଁ। ଏହି ପଦବୀ ପାଇଁ ଏତେ ଆଶାୟୀ ଅଛନ୍ତି ଯେ, ସେମାନଙ୍କୁ ସମସ୍ତଙ୍କୁ ଅଧ୍ୟକ୍ଷ କରିବା ସମ୍ଭବ ନୁହେଁ। ତେଣୁ ଏହାକ ଘୋଷଣା ମଧ୍ୟ ଧିରେଧିରେ ଘୁଞ୍ଚିବାରେ ଲାଗିଛି।
ଏଥର ବିଜେପି ଥର ୭୮ ଜଣ ବିଧାୟକ ଜିତି ଆସିଛନ୍ତି। ଏମାନଙ୍କ ମଧ୍ୟରେ ୫୪ ଜଣ ନୂଆ ବିଧାୟକ ଏବଂ ୨୪ ଜଣ ରହିଛନ୍ତି ପୁରୁଣା ବିଧାୟକ । ନିୟମ ମୁତାବକ, ଏହା ମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଆଉ ୨୧ ଜଣ ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ହେଲେ ଏବେ କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ମାତ୍ର ୧୫ ଜଣ ବିଧାୟକ ଅଛନ୍ତି । ଫଳରେ ବର୍ତ୍ତମାନ ୬ଟି ମନ୍ତ୍ରୀ ପଦ ଖାଲିପଡ଼ିଛି।
ସେହିପରି ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳରେ କେତେକ ମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରୀୟ ନେତୃବୃନ୍ଦ ଅସନ୍ତୁଷ୍ଠ ରହିଛନ୍ତି। ତେଣୁ ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ହଟାଯିବ ବୋଲି ଜଣାପଡିଛି। ହେଲେ କାହାକୁ ରଖିବେ କାହାକୁ କାଢିବେ ସେ ନେଇ ମଧ୍ୟ ଆଲୋଚନା ଚାଲିଛି। ତେବେ ନୂଆ ମନ୍ତ୍ରୀ ମଣ୍ଡଳର ସବୁ ଲୋକସଭା କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ ବୋଲି ଜଣାପଡିଛି।
Read More- Myntra’s Big Fashion Festival Unveils Triple-Discounts with Ranbir & Triptii
Read More- Molten Beauty Debuts as Gen Z Skin-First Brand from Myntra, Vellvette