Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜ୍ୟ ମନ୍ତ୍ରୀମଣ୍ଡଳ ଅବଦଳବଦଳ ନେଇ ଆସିଲା ବଡ ଖବର, ପ୍ରଭାରୀଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା
ରାଜ୍ୟ ଖବର

ରାଜ୍ୟ ମନ୍ତ୍ରୀମଣ୍ଡଳ ଅବଦଳବଦଳ ନେଇ ଆସିଲା ବଡ ଖବର, ପ୍ରଭାରୀଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

September 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ମନ୍ତ୍ରୀ ମଣ୍ଡଳ
ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅବଦଳବଦଳ ନେଇ ଆସିଲା ବଡ ଖବର, ପ୍ରଭାରୀଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

ଭୁବନେଶ୍ବର: ବହୁଦିନ ଧରି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ ବୋଲି ଚାଲିଛି ଚର୍ଚ୍ଚା। ଏ ନେଇ ବିଜେପି ସଭାପତି ବିଜେପି ପ୍ରଭାରୀ ବିଭିନ୍ନ ସମୟ କହୁଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇପାରୁ ନାହିଁ। କାରଣ ହେଲା ମନ୍ତ୍ରୀମଣ୍ଡଳ ଅଦଳବଦଳରେ ପଶୁଛି କେଁ। ଫଳରେ ଆଜି କାଲି ହୋଇ ସମୟ ଗଡିବାରେ ଲାଗିଛି, ହେଲେ ମନ୍ତ୍ରୀ ମଣ୍ଡଳର ଅବଦଳବଦଳ ହୋଇପାରୁ ନାହିଁ।

ତେବେ ବର୍ତ୍ତମାନ ତାଜା ଘଟଣା ଅନୁସାରେ ଏହି ମନ୍ତ୍ରୀ ମଣ୍ଡଳ ଚଳିତ ମାସରେ ହେବ ବୋଲି ଜଣାପଡିଛି। କାରଣ ବିଜେପି ପ୍ରଭାରୀ ବିଜୟ ସିଂ ତୋମାର କହିଛନ୍ତି ଯେ, ଚଳିତ ମାସ ଶେଷ ଆଡକୁ ବହୁତ କିଛି ହେବ। ଫଳରେ ଏଥିରେ ଯେଉଁ ପ୍ରମୁଖ ମନ୍ତ୍ରୀ ଅଦଳବଦଳ ଅଛି ତାହା ହେବ ବୋଲି ନିଶ୍ଚିତ ଜଣାପଡିଛି। କାରଣ ଏ ନେଇ ଦିଲ୍ଲୀରେ ବାରମ୍ବାର ଆଲୋଚନା ହେବାରେ ଲାଗିଛି। ସଭାପତି ମୁଖ୍ୟମନ୍ତ୍ର ତୁଙ୍ଗ ନେତାମାନଙ୍କୁ ଭେଟିବାରେ ଲାଗିଛନ୍ତି।

ତୋମାରଙ୍କ ବକ୍ତବ୍ୟ ଅନୁସାରେ ବହୁ କିଛି ହେବ ଅର୍ଥ ଏହିମାସରେ ମନ୍ତ୍ରୀମଣ୍ଡଳ ସହିତ ନିଗମ ଅଧ୍ୟକ୍ଷ ମଧ୍ୟ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି। କାରଣ ସରକାର ଗଠନ ହେବାର ଦେଢ ବର୍ଷ ହୋଇଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିଗମ ଅଧ୍ୟକ୍ଷ ଘୋଷଣା ହୋଇପାରୁ ନାହିଁ। ଏହି ପଦବୀ ପାଇଁ ଏତେ ଆଶାୟୀ ଅଛନ୍ତି ଯେ, ସେମାନଙ୍କୁ ସମସ୍ତଙ୍କୁ ଅଧ୍ୟକ୍ଷ କରିବା ସମ୍ଭବ ନୁହେଁ। ତେଣୁ ଏହାକ ଘୋଷଣା ମଧ୍ୟ ଧିରେଧିରେ ଘୁଞ୍ଚିବାରେ ଲାଗିଛି।

ଏଥର ବିଜେପି ଥର ୭୮ ଜଣ ବିଧାୟକ ଜିତି ଆସିଛନ୍ତି। ଏମାନଙ୍କ ମଧ୍ୟରେ ୫୪ ଜଣ ନୂଆ ବିଧାୟକ ଏବଂ ୨୪ ଜଣ ରହିଛନ୍ତି ପୁରୁଣା ବିଧାୟକ । ନିୟମ ମୁତାବକ, ଏହା ମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଆଉ ୨୧ ଜଣ ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ହେଲେ ଏବେ କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ମାତ୍ର ୧୫ ଜଣ ବିଧାୟକ ଅଛନ୍ତି । ଫଳରେ ବର୍ତ୍ତମାନ ୬ଟି ମନ୍ତ୍ରୀ ପଦ ଖାଲିପଡ଼ିଛି।

ସେହିପରି ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳରେ କେତେକ ମନ୍ତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରୀୟ ନେତୃବୃନ୍ଦ ଅସନ୍ତୁଷ୍ଠ ରହିଛନ୍ତି। ତେଣୁ ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ହଟାଯିବ ବୋଲି ଜଣାପଡିଛି। ହେଲେ କାହାକୁ ରଖିବେ କାହାକୁ କାଢିବେ ସେ ନେଇ ମଧ୍ୟ ଆଲୋଚନା ଚାଲିଛି। ତେବେ ନୂଆ ମନ୍ତ୍ରୀ ମଣ୍ଡଳର ସବୁ ଲୋକସଭା କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ ବୋଲି ଜଣାପଡିଛି।

Read More- Myntra’s Big Fashion Festival Unveils Triple-Discounts with Ranbir & Triptii

Read More- Molten Beauty Debuts as Gen Z Skin-First Brand from Myntra, Vellvette

ମନ୍ତ୍ରୀମଣ୍ଡଳ ଅଦଳବଦଳ ରାଜ୍ୟ ମନ୍ତ୍ରୀ ମଣ୍ଡଳ ରାଜ୍ୟ ମନ୍ତ୍ରୀମଣ୍ଡଳ ଅବଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.