Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କଂଗ୍ରେସ କଲା ବଡ ଘୋଷଣା, ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି, ଅକ୍ଟୋବର ୨ରୁ…
ରାଜ୍ୟ ଖବର

କଂଗ୍ରେସ କଲା ବଡ ଘୋଷଣା, ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି, ଅକ୍ଟୋବର ୨ରୁ…

September 14, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ କଲା ବଡ ଘୋଷଣା
କଂଗ୍ରେସ କଲା ବଡ ଘୋଷଣା, ସେପ୍ଟେମ୍ୱର ୩୦ ସୁଦ୍ଧା ନୂଆ ଜିଲ୍ଲା ସଭାପତି ଘୋଷଣା, ଅକ୍ଟୋବର ୨ରୁ...

ଭୁବନେଶ୍ୱର:- କେହି ବଡ ନେତା, କେହି ଛୋଟ ନେତା ନୁହନ୍ତି। ସମସ୍ତେ କଂଗ୍ରେସ ନେତା। ୨୦୨୯ ଆମର। ଓଡିଶାରେ ଭକ୍ତଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ଠିକଣା ବାଟରେ ଚାଲିଛି। ଯଦି ରାହୁଲ ଗାନ୍ଧୀ ପଦଯାତ୍ରାରେ ସହସ୍ରାଧିକ ମାଇଲ ଚାଲୁଛନ୍ତି, ଆମେ କାହିଁକି ଚାଲି ନ ପାରିବା? ରବିବାର ସନ୍ଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ଏକ ସଭାରେ ଦଳର ନେତା ଓ କର୍ମୀଙ୍କ ଭିତରେ ଏହି ମର୍ମରେ ଉତ୍ସାହ ଭରିଛନ୍ତି ଏଆଇସିସି ସାଧାରଣ ସଂପାଦକ (ସଂଗଠନ) କେସି ବେଣୁଗୋପାଳ।

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୌରୋହିତ୍ୟରେ ପିସିସି କାର୍ଯ୍ୟକର୍ତ୍ତା, ସମସ୍ତ ବିଭାଗ, ଛାମୁଆ ସଂଗଠନ ଓ ସେଲର ମୁଖ୍ୟ ତଥା ସଂଗଠନ ସୃଜନ ଅଭିଯାନରେ ଦାୟିତ୍ୱ ନିଭାଇଥିବା ପିସିସି ପର୍ଯ୍ୟବେକ୍ଷକଙ୍କୁ ସମ୍ବୋଧନ କରି ସେ ଆହୁରି କହିଛନ୍ତି, କିଛି ଦିନରେ ସୃଜନ ପ୍ରକ୍ରିୟାରେ ଦେଶର ସମସ୍ତ ଜିଲ୍ଲାରେ ସଙ୍ଗଠନ ହୋଇଯାଇଥିବ। ଆସନ୍ତା ୩୦ ସେପ୍ଟେମ୍ବର ସୁଦ୍ଧା ଓଡିଶାର ସମସ୍ତ ୩୫ ସାଂଗଠନିକ ଜିଲ୍ଲାର ସଭାପତି ଚୟନ କାର୍ଯ୍ୟ ଶେଷ ହେବ। ଦଳର ନେତା ରାହୁଲ ଗାନ୍ଧୀଙ୍କ ମାର୍ଗଦର୍ଶନରେ ଗୁଜରାଟରେ ହୋଇଥିବା ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଶୈଳୀରେ ଓଡ଼ିଶା କଂଗ୍ରେସ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ହେବ ବୋଲି ସେ ସୂଚନା ଦେଇଥିଲେ।

ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ରାଜନୈତିକ ବ୍ୟାପାର କମିଟି (PAC) ବୈଠକରେ ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ସେ ଆହୁରି କହିଥିଲେ ଦଳ ଏବେ ଜନସାଧାରଣଙ୍କ ଦୃଷ୍ଟିରେ ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଉଛି। ଦଳର ନେତା ଓ କର୍ମୀମାନେ ପରିଶ୍ରମ କଲେ ଉଭୟ ବିଜେପି – ବିଜେଡିକୁ ହରାଇବା ସମ୍ଭବ। ପ୍ରତି ତିନିମାସରେ ଥରେ ନବନିଯୁକ୍ତ ଜିଲ୍ଲା ସଭାପତି ମାନଙ୍କ କାର୍ଯ୍ୟ ସମୀକ୍ଷା କରାଯିବ।

ଅକ୍ଟୋବର ମାସରେ କଂଗ୍ରେସ ସମସ୍ତ ବ୍ଲକରେ ପହଞ୍ଚିବ। ନଭେମ୍ବର – ଡିସେମ୍ବରରେ ଭୋଟ ଚୋରି ପ୍ରସଙ୍ଗକୁ ତୃଣମୂଳ ସ୍ତର ଯାଏଁ ପହଞ୍ଚାଇବା ସହ ବୁଥ କମିଟି ଗଠନ କାର୍ଯ୍ୟ ସାରିବାକୁ ସେ ଆହ୍ଵାନ ଦେଇଥିଲେ। ପିସିସି ସଭାପତିଙ୍କ ଦ୍ଵାରା ପ୍ରସ୍ତାବିତ ଗାନ୍ଧୀ ଜୟନ୍ତୀ ଠାରୁ ହେବାକୁ ଥିବା ବର୍ଷବ୍ୟାପୀ ପଦଯାତ୍ରାକୁ ସେ ପ୍ରଶଂସା କରି ସେ କହିଲେ, ଏଥିରେ ଯେପରି ସମସ୍ତ ସକ୍ରିୟ ନେତା ଓ କର୍ମୀ ଭାଗ ନିଅନ୍ତି ତାହା ଦେଖିବାକୁ ହେବ।

ପି.ଏ.ସି ବୈଠକରେ ଅଧ୍ୟକ୍ଷତା କରି ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, କଂଗ୍ରେସ ଏବେ ରାଜ୍ୟରେ ଉଠୁଛି। ଓଡ଼ିଶାରେ ପିସିସି ଯେଉଁ ଗତିରେ କାମ କରୁଛି, ସେହି ଧାରା ଅବ୍ୟାହତ ରହିଲେ ୨୦୨୯ ରେ ଆମକୁ ରୋକିବା ଅସମ୍ଭବ ହେବ।

ପିସିସି ସଭାପତି ଶ୍ରୀ ଦାସ କହିଲେ, ସଂଗଠନ ସୃଜନରେ ଅଗଣିତ କଂଗ୍ରେସ ନେତା ଓ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ବୃଥା ଯିବନାହିଁ। ଆସନ୍ତା ଅକ୍ଟୋବର ୨ରୁ ବର୍ଷବ୍ୟାପୀ ପଦଯାତ୍ରାରେ ଭାଗ ନେବାକୁ ସେ ଦଳର ନେତା ଓ କର୍ମୀଙ୍କୁ ଆହ୍ଵାନ କରିଥିଲେ। ରାଜନୈତିକ ବ୍ୟାପାର କମିଟି ବୈଠକରେ ମହମ୍ମଦ ମୁକିମ୍, ନଗେନ୍ଦ୍ର ନାଥ ପ୍ରଧାନ, ସୁଶୀଳା ତିରିୟା, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା, ସୋଫିଆ ଫିର୍ଦ୍ଦୋଷ, ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲାକା ଓ ଡ ବିଶ୍ଵ ରଞ୍ଜନ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇ ଅନେକ ପ୍ରସ୍ତାବ ରଖିଥିବା ବେଳେ ମିନାକ୍ଷୀ ବାହାନିପତି ଓ ରଞ୍ଜିତ ପାତ୍ର ଯଥାକ୍ରମେ ମହିଳା କଂଗେସ ଓ ଯୁବ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟପକ୍ଷରେ ସୃଜନ ବୈଠକରେ ଅମର ପ୍ରଧାନ, ଶରତ ରାଉତ, ଟଙ୍କଧର ସାହୁ, ଅମିତା ବିଶ୍ଵାଳ, ଅମ୍ରିତା ଦାସ, ଶକୁନ୍ତଳା ଲାଗୁରି, ସସ୍ମିତା ପଣ୍ଡା, ବିଶ୍ଵ ରଞ୍ଜନ ଦାସ, ଅଭୟ ସାହୁ, ମାନସ ମଲ୍ଲିକ, ଯଶୋବନ୍ତ ସିଂ ଲାଗୁରି, ମଧୁସ୍ମିତା ପଣ୍ଡା, ସି ଏସ ରାଜନ୍ ଏକ୍କା ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୃଜନ ଅଧକ୍ଷ ଡ ଦେବାଶିଷ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସହ ଅଧ୍ୟକ୍ଷ ସୁଧାଂଶୁ ଦେଓ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉଭୟ କାର୍ଯ୍ୟକ୍ରମକୁ ଓଡ଼ିଶା ସହ ପ୍ରଭାରୀ ଶାହନୱାଜ ଚୌଧୁରୀ ସଂଯୋଜନା କରିଥିଲେ।

BJP Ads
Odisha Congress କଂଗ୍ରେସ କଲା ବଡ ଘୋଷଣା କଂଗ୍ରେସ ଜିଲ୍ଲା ସଭାପତି କଂଗ୍ରେସ ପଦଯାତ୍ରା କେସି ବେଣୁଗୋପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ଆଜିଠାରୁ ଖୋଲିଲା ନୂଆ ପଂଜୀକରଣ, ଶିଘ୍ର କରନ୍ତୁ

November 1, 2025

ଖୋର୍ଦ୍ଧା ପୋଲିସର ବଡ଼ ଧରଣର ଅଦଳବଦଳ: ୨୬ ଏସ୍‌ଆଇ ଏବଂ ଏଏସ୍‌ଆଇଙ୍କ ବଦଳି

November 1, 2025

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

November 1, 2025

ଓଡ଼ିଶାରେ ୬୨ଟି ଅତିରିକ୍ତ ପିଜି ସିଟ୍ ବୃଦ୍ଧି: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ 

November 1, 2025
BJP Ads
Latest News

ଦ୍ୱିତୀୟ ଟି-୨୦ ପରେ ଉଠିଲା ଅନେକ ପ୍ରଶ୍ନ: ଭାରତର ଏହି ନିଷ୍ପତ୍ତିକୁ ନେଇ ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଫିଞ୍ଚ

November 1, 2025

Indian IPO Market: ଅକ୍ଟୋବର ମାସରେ ପାଣ୍ଠି ସଂଗ୍ରହ ₹46,000 କୋଟିରେ ପହଞ୍ଚିଛି ସୃଷ୍ଟି କରିଛି ରେକର୍ଡ

November 1, 2025

ଆରଏସଏସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ, ବିଜେପି ଦେଲା ଜବାବ

November 1, 2025

ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର, ଆଜିଠାରୁ ଖୋଲିଲା ନୂଆ ପଂଜୀକରଣ, ଶିଘ୍ର କରନ୍ତୁ

November 1, 2025

ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ବାବର ଆଜମ, ହେଲେ ନମ୍ବର-୧ ବ୍ୟାଟର

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.