ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ ବାଚସ୍ପତି। ଆଜି ଅପରାହ୍ନ ଚାରିଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଏହା ବିରୋଧରେ ହଟ୍ଟଗୋଳ କରିଥିଲେ। ଅନାସ୍ଥାକୁ ଗ୍ରହଣ ନ କରିବା ଏକ ଚକ୍ରାନ୍ତ ବୋଲି ଦଳର ବିଧାୟକମାନେ କହିଛନ୍ତି।
ଏଥର ମୌସୁମୀ ଅଧିବେସନ ଆରମ୍ଭ ଦିନ କଂଗ୍ରେସ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଅନାସ୍ଥା ପ୍ରସ୍ତାବ ପ୍ରଦାନ କରିଥିଲେ। ନିୟମ ଅନୁସାରେ ଏହାକୁ ତର୍ଜମା କରି ବାଚସ୍ପତି ଗ୍ରହଣ କରିବେ କି ନାହିଁ ତାହା ନିଷ୍ପତି ନିଆଯିବ। ତେବେ ଆଜି ବାଚସ୍ପତି ତାହାକୁ ଗ୍ରହଣ କଲେ ନାହିଁ ବୋଲି ଜଣାପଡିଥିଲା। ଫଳରେ କଂଗ୍ରେସ ବିଧାୟକମାନେ ଉତକ୍ଷିପ୍ତ ହୋଇପଡିଛନ୍ତି। ଏହା ବିଜେପି ଓ ବିଜେଡିର ଷଡଯନ୍ତ୍ର ବୋଲି କଂଗ୍ରେସ କହିଛି।
IIM Sambalpur Inaugurates First-Ever Batch of B.S. Programme