Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଏଣିକି ବାଣିଜ୍ୟିକ ପ୍ରତିଷ୍ଠାନର କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି, ମିଳିଲା କ୍ୟାବିନେଟ ମଂଜୁରୀ
ରାଜ୍ୟ ଖବର

ଏଣିକି ବାଣିଜ୍ୟିକ ପ୍ରତିଷ୍ଠାନର କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି, ମିଳିଲା କ୍ୟାବିନେଟ ମଂଜୁରୀ

September 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ବାଣିଜ୍ୟିକ ପ୍ରତିଷ୍ଠାନର କାର୍ଯ୍ୟ
ଏଣିକି ବାଣିଜ୍ୟିକ ପ୍ରତିଷ୍ଠାନର କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି, ମିଳିଲା କ୍ୟାବିନେଟ ମଂଜୁରୀ

ଭୁବନେଶ୍ବର: ରାଜ୍ୟରେ ଶିଳ୍ପ ଓ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବା ଏବଂ ଅଧିକ ଆର୍ଥିକ କାର୍ଯ୍ୟକଳାପ ସୃଷ୍ଟି କରିବା ପାଇଁ କ୍ୟାବିନେଟ, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ରେ ଓ କାରଖାନା ଆଇନ, ୧୯୪୮ରେ ନିମ୍ନଲିଖିତ ସଂଶୋଧନ ପ୍ରସ୍ତାବ ଗୁଡିକ ମଞ୍ଜୁର କରିଛନ୍ତି ।

୧. ଓଡିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ର ବ୍ୟବସ୍ଥାଗୁଡ଼ିକ ୨୦ କିମ୍ୱା ତଦୁର୍ଦ୍ଧ୍ୱ କର୍ମଚାରୀଙ୍କୁ ନିୟୋଜିତ କରିଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ, ପରନ୍ତୁ ସମସ୍ତ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ନିର୍ବିଶେଷରେ ଓଡିଆ ସାଇନ ବୋର୍ଡ ପ୍ରଦର୍ଶନ କରିବାକୁ ପଡିବ ।

୨. ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି ।

୩. ଏକ ପ୍ରତିଷ୍ଠାନରେ କର୍ମଚାରୀଙ୍କ କାର୍ଯ୍ୟପାଳି ଅତି କମରେ ଅଧଘଣ୍ଟାର ବ୍ୟବଧାନ ବିନା ନିରନ୍ତର ୬ ଘଣ୍ଟାରୁ ଅଧିକ ହେବନାହିଁ ।

୪. ତ୍ରୈମାସିକ ଓଭର ଟାଇମ କାର୍ଯ୍ୟସୀମା ୧୪୪ ଘଣ୍ଟାକୁ ବୃଦ୍ଧି।

୫. କୌଣସି ପ୍ରତିଷ୍ଠାନରେ ଜଣେ କର୍ମଚାରୀ କୌଣସି ଦିନରେ ୧୦ ଘଣ୍ଟାରୁ ଅଧିକ କିମ୍ୱା କୌଣସି ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିଲେ, ସେ ଏପରି ଓଭରଟାଇମ କାର୍ଯ୍ୟ ବାବଦକୁ ସାଧାରଣ ମଜୁରି ହାରର ଦ୍ୱିଗୁଣିତ ମଜୁରି ପାଇବାକୁ ହକଦାର ହେବେ ।

୬. ପ୍ରତିଷ୍ଠାନ ଗୁଡିକ ଦିନରାତି ୨୪ ଘଣ୍ଟା ଏବଂ ବର୍ଷକୁ ୩୬୫ ଦିନ ଖୋଲା ରହି ପାରିବ ।

୭. ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରେ ପ୍ରତିବନ୍ଧକ ହଟିବ । ମହିଳା କର୍ମଚାରୀ ମାନଙ୍କୁ ସେମାନଙ୍କ ଲିଖିତ ସମ୍ମତିରେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ସର୍ତ୍ତାବଳୀ ଅନୁଯାୟୀ ରାତ୍ରିରେ ନିୟୋଜିତ କରାଯାଇପାରିବ ।

ଏହି ସଂସ୍କାର ଗୁଡିକ ରାଜ୍ୟରେ ନୂତନ ଶିଳ୍ପ ଏବଂ ନିବେଶକୁ ଆକର୍ଷିତ କରିବ, କାରଖାନା ଗୁଡିକୁ ସର୍ବୋଚ୍ଚ ଚାହିଦା ପୂରଣ କରିବାରେ ସକ୍ଷମ କରିବ ଏବଂ ଉତ୍ପାଦକତା ବୃଦ୍ଧି କରିବ । ଏହା ଅଧିକ ଓଭର ଟାଇମ କାମ କରିବାକୁ ଅନୁମତି ଦେଇ ଶ୍ରମିକଙ୍କ ରୋଜଗାର ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ ।

ଭାରତ ସରକାରଙ୍କ ନିୟନ୍ତ୍ରଣ ମୁକ୍ତି ବା    ଡି-ରେଗୁଲେସନ ପଦକ୍ଷେପର ପ୍ରାଥମିକତା କ୍ଷେତ୍ରରେ ପ୍ରସ୍ତାବିତ ଏହି ଅନୁମୋଦିତ ସଂଶୋଧନ ପ୍ରସ୍ତାବ ଗୁଡିକ ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ଦ୍ରୁତ ବ୍ୟବସାୟୀକରଣ ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରିବ, ଯାହା କି ଆମକୁ ବିକଶିତ ଓଡିଶା ଓ ବିକଶିତ ଭାରତ ଗଢିବାରେ ସାହାଯ୍ୟ କରିବ।

Huawei Launches the SMART Logistics & Warehousing Solution

ଏଣିକି ବାଣିଜ୍ୟିକ ପ୍ରତିଷ୍ଠାନର କାର୍ଯ୍ୟ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ ରାଜ୍ୟ କ୍ୟାବିନେଟ ରାଜ୍ୟ କ୍ୟାବିନେଟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ଆରମ୍ଭ ହେଲା ଦୁଇ ଦିନିଆ ‘ପୂର୍ବୋଦୟ ମାଇଣ୍ଡ୍ କନକ୍ଲେଭ୍ ୨୦୨୬’

July 31, 2026

ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାର ଏବଂ ଚାଷୀଙ୍କ ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

July 31, 2026

ଅତ୍ୟାଧୁନିକ ମେଗର R30 ଭ୍ୟାନ୍-ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେସନ୍ ର  ଶୁଭାରମ୍ଭ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026
Latest News

ବିଜେପିରୁ ଇସ୍ତଫା ଦେଲେ ଶହଜାଦ ପୁନାୱାଲା?: ପରିବର୍ତ୍ତନ କଲେ ‘X’ ଆକାଉଣ୍ଟ

July 31, 2026

ଅମିତ ଶାହଙ୍କ ଇସ୍ତଫା ଦାବି କଲା ସିଜେପି: ସରକାରକୁ କଡ଼ା ଆକ୍ରମଣ କଲେ ଅଭିଜିତ ଦୀପକେ

July 31, 2026

ଫାଇନାଲରେ ମୁହାଁମୁହିଁ ହେବେ ନୀରଜ ଚୋପ୍ରା ଏବଂ ଅରଶଦ ନଦୀମ: ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

୧୧୨ ବର୍ଷ ପରେ ପ୍ରଥମ ଥର: ଭାରତ-ବ୍ରାଜିଲ ମଧ୍ୟରେ ହେବ ଐତିହାସିକ ମ୍ୟାଚ୍, ଜାଣନ୍ତୁ ତାରିଖ

July 31, 2026

‘ପେପର ଲିକ୍ ଭଳି ଏକ ଗମ୍ଭୀର ରୋଗର ସ୍ଥାୟୀ ଚିକିତ୍ସା ଆବଶ୍ୟକ’: ରାଘବ ଚଢା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.