ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ନବୀନ ନିବାସ ଯାଇଥିଲେ। ତାଙ୍କ ସହିତ ତାଙ୍କର ଆଇଏଏସ ସ୍ବାମୀ ସନ୍ତୋଷ ଷଡଙ୍ଗୀ ମଧ୍ୟ ସାଥୀରେ ଥିଲେ। ଉଭୟ ନୀନ ନିବାସ ଯାଇ ସେଠାରେ ବିରୋଧୀ ଦଳର ନେତା ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଉଭୟ ବେଶ କିଛି ସମୟ ଧରି ନବୀନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ।
ତେବେ ଏହି କଥାକୁ ଖୋଦ ଅପରାଜିତା ମଧ୍ୟ ଲୁଚାଇ ନାହାଁନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଫଟୋ ସହିତ ଲେଖା ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଜି ବିରୋଧୀ ଦଳ ନେତା ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟି ବହୁତ ଖୁସି ଲାଗିଲା। ଆମେ ଅତୀତର ଅନେକ ଘଟଣା ବିଷୟରେ ତାଙ୍କ ଆଲୋଚନା କଲୁ। ଖୁସି ଲାଗିଲା ଯେ, ସେ ସମସ୍ତ ଘଟଣା ମନେ ରଖିଛନ୍ତି। ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଲୁ। ତାଙ୍କ ଆଶୀର୍ବାଦ ଲୋଡ଼ିଲୁ। ପ୍ରକୃତରେ ବହୁତ ଭଲ ସାକ୍ଷାତ ହେଲା।
ତେବେ ପ୍ରକୃତ କଥା ହେଲା ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ହେବ। ସେ ନେଇ ଉଭୟ ସ୍ବାମୀ ସ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ନିମନ୍ତ୍ରଣ ନେଇ ଯାଇଥିଲେ। ବାହାଘରରେ ଯୋଗଦେବା ପାଇଁ ଉଭୟ ଅନୁରୋଧ କରିଛନ୍ତି।
UPI in Schools: Education Ministry Pushes Digital Fee Payment Reforms