Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଆୟୁଷ ଡାକ୍ତରମାନେ କେବଳ ଆର୍ୟୁବେଦ ଔଷଧ ଲେଖପାରିବେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ରାଜ୍ୟ ଖବର

ଆୟୁଷ ଡାକ୍ତରମାନେ କେବଳ ଆର୍ୟୁବେଦ ଔଷଧ ଲେଖପାରିବେ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

January 7, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁଷ ଡାକ୍ତରମାନେ
ଆୟୁଷ ଡାକ୍ତରମାନେ କେବଳ ଆର୍ୟୁବେଦ ଔଷଧ ଲେଖପାରିବେ, ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ସଚିବ, ବରିଷ୍ଠ ବିଭାଗୀୟ ଅଧିକାରୀ ଯୋଗଦେଇ ରାଜ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ତନ୍ମଧ୍ୟରୁ ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟରତ ଆୟୁଷ (ଆୟୁର୍ବେଦିକ ଓ ହୋମିଓପ୍ୟାଥିକ) ଡାକ୍ତର ନିଜ ଟ୍ରେଡ଼ ରେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଔଷଧ ରୋଗୀଙ୍କୁ ଲେଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏଥିପାଇଁ ଖୁବ ଶୀଘ୍ର ରାଜ୍ୟର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୁ ବିଭିନ୍ନ ବର୍ଗର ଆୟୁର୍ବେଦ ଓ ହୋମିଓପ୍ୟାଥିକ ଔଷଧ ଲୋକଙ୍କ ଚାହିଦା ମୁତାବକ ପଂହଚାଇଦେବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଭାଗୀୟ ଅଧିକାରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆଶା ପୋଷଣ କରିଥିଲେ।

ଏ ସମ୍ପର୍କରେ ରାଜ୍ୟର ପୂର୍ବତନ ସ୍ଵାସ୍ଥ୍ୟ ସଚିବ ଆରତୀ ଆହୁଜା ମଧ୍ୟ ପୂର୍ବରୁ ବିଭାଗୀୟ ନୋଟିସ ଜାରି କରିଥିଲେ ଯେ ଆୟୁଷ ଡାକ୍ତର ମାନେ ନିଜ ଟ୍ରେଡ଼ ରେ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସା କରିବା ସହ ଔଷଧ ଦେବା ପାଇଁ ଏକ ନିର୍ଦେଶନାମା ଗତ ତାରିଖରେ ପ୍ରଦାନ କରିଥିଲେ।

ଗତ ତା୨୯.୦୬.୨୦୧୫ ରେ ପତ୍ର ସଂଖ୍ୟା୧୪୪୪୬/ରେ ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନକୁ ଏକ ନିର୍ଦେଶ (ସରକୁଲାର)ପ୍ରଦାନ କରିଥିଲେ ଯେ ପ୍ରତେକ ପି ଏଚ ସି ଓ ସି ଏଚ ସି ରେ ନିଯୁକ୍ତ ଥିବା ଆୟୁଷ ଡାକ୍ତର ମାନେ ନିଜ ସିଷ୍ଟମ ଅନୁସାରେ ରୋଗୀ ଚିକିତ୍ସା କରିବେ ଏତତ୍ ସହିତ ଜରୁରୀ କାଳୀନ ସମୟରେ ଏମ ଓ ଙ୍କ ପରାମର୍ଶ କ୍ରମେ ରୋଗୀଙ୍କୁ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବେ।ଏଥିପାଇଁ ସମସ୍ତ ପ୍ରକାର ସହାୟତା, ଟ୍ରେନିଂ ଆଦି ଯୋଗାଇ ଦିଆଯାଇଛି।

ଏଥି ସହିତ ଅନନ୍ୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟକାର୍ଯ୍ୟକ୍ରମ,ଟୀକାକରଣ, ଆର ସି ଏସ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ପୁଷ୍ଟିକର ଦିବସ, ସବ ସେଣ୍ଟର ପରିଦର୍ଶନ, ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା କିମ୍ବା ମେଳା ରେ ସମସ୍ତଙ୍କୁଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହାଦ୍ୱାରା ଆୟୁଷ ଡାକ୍ତର ମାନେ ଟ୍ରେନି ପରେ ରାଜ୍ୟର ମାଲେରିଆ, ଏମ ଡ଼ି ଏ, ଯକ୍ଷ୍ମା, ଲେପ୍ରୋସି, ଡାଏରିଆ, ବିଭିନ୍ନ ଚର୍ମ ରୋଗ, ସାଵ ଟ୍ରେନିଂ ପରେ ପ୍ରସୂତି ଚିକିତ୍ସା, ରାତ୍ରିରେ ଜରୁରୀକାଳୀନ ସେବା, ବନ୍ୟା ପ୍ରଭାବିତ ଅଞ୍ଚଳରେ ରୋଗୀ ସେବା, କରୋନା ସମୟରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସବେକ୍ଷଣ ଓ ରୋଗୀର ଚିକିତ୍ସା ଆଦି କରିଥିଲେ। ଆୟୁଷ ଡାକ୍ତର ଙ୍କ ପାଇଁ ଆୟୁଷ ଔଷଧ ପ୍ରତ୍ୟେକ ପି ଏସସିଓସିଏସସି କୁ ସ୍ୱାସ୍ଥ୍ୟ ବିଭାଗ ପ୍ରଦାନ ନ କରିବା ଦ୍ୱାରା ସେମାନେ ବାଧ୍ୟହୋଇ ଓ ପି ଡ଼ି ସମ୍ଭାଳିଲେ ।

ସେମାନଙ୍କୁ ରେଗୁଲାର ଆୟୁଷ ଡାକ୍ତର ସମାନ ଦରମା କିମ୍ବା ତାଙ୍କର ଚାକିରୀ ର ସ୍ଥାୟିତ୍ୱ ସମ୍ପର୍କରେ ସରକାର ଚିନ୍ତା କଲେନାହିଁ। ସୂଚନା ଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଆଦି ୪ଟି ସ୍ଥାନରେ ସରକାରୀ ସ୍ତରରେ ୪ଟି ହୋମିଓପ୍ୟାଥିକ ଓ ପୁରୀ, ବ୍ରହ୍ମପୁର ସ୍ଥିତ ଅଙ୍କୁଶପୁର, ବଲାଙ୍ଗୀର ରେ ୩ଟି ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ହସ୍ପିଟାଲ ରହିଛି।

ଯେଉଁଠାରେ ସମ୍ପୁର୍ଣ୍ଣ ଆୟୁଷ ଚିକିତ୍ସା ଓ ଔଷଧ ବିତରଣ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ସ୍ତରରେ ୬୨୦ ଟି ଆୟୁର୍ବେଦ,୫୬୧ଟି ହୋମିଓପ୍ୟାଥିକ ଓ ୯ଟି ୟୁନାନୀ ସ ଡ଼ିସ୍ପେନସାରି ରହିଛି। ଯେଉଁଠି ସମ୍ପୁର୍ଣ୍ଣ ଆୟୁଷ ପଦ୍ଧତି ରେ ଚିକିତ୍ସା ଓ ଔଷଧ ଦିଆଯାଉଛି।ମାତ୍ର ରାଜ୍ୟରେ ୩୧୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୧୬୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୨୦୦୭-୮ ମସିହା ରୁ ଆୟୁଷ ଡାକ୍ତରମାନେ ଲୋକ ଙ୍କୁ ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ଆୟୁଷ ଚିକିତ୍ସା, ଔଷଧ ର ବ୍ୟତିକ୍ରମ ଦେଖାଦେଇଛି।

ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ,୨୭୫୭ ଆୟୁଷ ଚିକିତ୍ସକ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ରେ ନିୟୋଜନ ଅଛନ୍ତି।୪୨୨ ଟି ପ୍ରାଥମିକ ଓ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆୟୁଷମାନ ଆରୋଗ୍ୟ ମନ୍ଦିର ରୂପେ ପରିଗଣିତ କରାଯାଇଛି ମାତ୍ର ଆୟୁଷ ଔଷଧ ଓ ଚିକିତ୍ସା ଅଭାବରୁ ଆୟୁଷ ଡାକ୍ତର ମାନେ ନାମ ଗାଇଡ଼ ଲାଇନ ଅନୁସାରେ ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ପାରୁନାହାନ୍ତି।

ଆୟୁଷ ଡ଼ାକ୍ତର ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.