ଭୁବନେଶ୍ବର: ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ ବା ଓୟୁଟିଆର ର 3ୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରର ରେଳ ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି ଯୋଗ ଦେଇଥିଲେ। ଏଥିରେ ସେ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହିତ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ରାଜ୍ୟପାଳ କହିଥିଲେ ଯେ, ଆଜିଠାରୁ ତୁମମାନଙ୍କର ଏକ ନୂଆ ଯୁଗର ଆରମ୍ଭ ହେଲା, ଏହାକୁ ସଠିକ ବିନିଯୋଗ କରିବାର ଆବଶ୍ୟକତା ରହିଛି।

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଆଇଆଇଟି କାନପୁରର ନିର୍ଦ୍ଦେଶକ ମନିନ୍ଦ୍ର ଅଗ୍ରୱାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ ସ୍ବାଗତ ଭାଷଣ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।

ଏହି ଉତ୍ସବରେ 793 ଜଣଙ୍କୁ ସ୍ନାତକ, 337 ଜଣଙ୍କୁ ସ୍ନାତକୋତ୍ତର, 4 ଜଣଙ୍କୁ ପିଏଚଡି ଏବଂ 64 ଜଣଙ୍କୁ ବିଜ୍ଞାନର ସ୍ନାତ୍ତକ ସହ ମୋଟ 1144 ଜଣଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।


