Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ
ରାଜ୍ୟ ଖବର

ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ

January 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଭିଜିତ ମଜୁମଦାର
ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଶୋକ

ଭୁବନେଶ୍ବର: ଓଡିଆ ସଂଗୀତ ଜଗତର ବିଶିଷ୍ଠ ବ୍ୟକ୍ତିତ୍ବ ଅଭିଜିତ ମଜୁମଦାରଙ୍କ ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା। ସେ ଲିଭର ସମସ୍ୟା ନେଇ ବହୁଦିନ ଧରି ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଥିଲେ। ଏହାପରେ ସେ ଘରକୁ ଫେରିଥିଲେ ମଧ୍ୟ ଗତକାଲି ସେ ଗୁରୁତର ହେବାରୁ ତାଙ୍କୁ ପୁଣି ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା। ହେଲେ ସେ ସେଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, “ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।”

ସେହିପରି ପୂର୍ତ୍ତ, ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାରଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀରଭାବେ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ତାଙ୍କ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଉଛି। ଓଁ ଶାନ୍ତି!

Abhujit Majumdar ଅଭିଜିତ ମଜୁମଦାର ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026
Latest News

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.