ଭୁବନେଶ୍ବର: ଆଜି ନଵନିର୍ମାଣ କୃଷକ ସଂଗଠନ ଦ୍ୱାରା ଓଡିଶା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟଵ୍ୟାପୀ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଛି। ତେବେ ଏହି ବନ୍ଦ ଡାକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ କରିଛି। ଏନେଇ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଥିବା ବେଳେ ସେ କହିଛନ୍ତି ଯେ, ରାଜ୍ୟଵ୍ୟାପୀ ଧାନ କିଣାରେ ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ବିଜୁଳି ଟାରିଫକୁ ନେଇ ରାଜ୍ୟରେ ସରକାର, ଓଇଆରସି ଓ ଟାଟା ପାୱାରର ମନମାନି ତଥା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ ବିରୋଧରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହୋଇ ଆସୁଅଛି।
ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସମସ୍ୟା ସମ୍ବଳିତ ଉପରୋକ୍ତ ସମସ୍ୟା ଗୁଡିକୁ ନେଇ ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଥିବାରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଶ୍ରୀ ଦାସ କହିଛନ୍ତି।


