Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ସହ ଇଣ୍ଡଷ୍ଟ୍ରିଆଲ ହବ୍ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟ ଖବର

ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ସହ ଇଣ୍ଡଷ୍ଟ୍ରିଆଲ ହବ୍ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର ପ୍ରଧାନ

February 15, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ
ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ସହ ଇଣ୍ଡଷ୍ଟ୍ରିଆଲ ହବ୍ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଭାରତୀୟ ଶିଳ୍ପ ମହାସଂଘ (CII) ପକ୍ଷରୁ ସମ୍ବଲପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଧିକ ପରିବର୍ତନଶୀଳ ପଦକ୍ଷେପର ଶୁଭାରମ୍ଭ କରାଯାଇଛି ଯାହା ପଶ୍ଚିମ ଓଡିଶାରେ ଶିକ୍ଷା, ଦକ୍ଷତା, ଉଦ୍ୟୋଗିକତା ଓ ବଜାର-ପରିଚାଳିତ କୃଷି ବିକାଶକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି । ଏହି ପଦକ୍ଷେପଗୁଡିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀରାକୁଦସ୍ଥିତ ଇକୋ ରିଟ୍ରିଟ ରିସର୍ଟଠାରେ ଉଦ୍‌ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଉପସ୍ଥିତ ଶିଳ୍ପ ନେତୃବୃନ୍ଦ, ନୀତିନିର୍ମାତା, ଉଦ୍ୟୋଗୀ ଓ ଯୁବପିଢିଙ୍କୁ ସମ୍ବୋଧିତ କରି ଶ୍ରୀଯୁକ୍ତ ପ୍ରଧାନ ବିକଶିତ ଓଡିଶା ଓ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ଓ ଉଦ୍ଭାବନର ମହତ୍ୱକୁ ଆଲୋକପାତ କରିଛନ୍ତି ।

ଶ୍ରୀଯୁକ୍ତ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତିଯେ,  ଶିକ୍ଷା ଓ ସଶକ୍ତିକରଣ ମଧ୍ୟରେ ରହିଥିବା ସଂଯୋଗକୁ ସୁଦୃଢ କରିବା ଦ୍ୱାରା ତାହା ପଶ୍ଚିମ ଓଡିଶାରେ ଯୁବପିଢିଙ୍କୁ ସଶକ୍ତ କରିବ ଏବଂ ଆଂଚଳିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । “ଆମ ସରକାର ଟିୟର ୨ ଓ ଟିୟାର ୩ ସହରଗୁଡିକର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ସମ୍ବଲପୁର ଏକାଧିକ ବିକାଶମୂଳକ ପଦକ୍ଷେପରୁ ବହୁମାତ୍ରାରେ ଉପକୃତ ହେବାକୁ ଯାଉଛି ।”ଏଥିସହିତ ସେ ରାଉରକେଲା-ରାଂଚି ରୋଡ କରିଡରର ପୁନଃନିର୍ମାଣ ପ୍ରସ୍ତାବଗୁଡିକର ଘୋଷଣା କରିଥିଲେ ଏବଂ  ଭବିଷ୍ୟତର ଶିଳ୍ପଗୁଡିକ ପାଇଁ ୧୦୦୦ ଏକରର ଶିଳ୍ପ ଜମି ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇଥିବା ପ୍ରମୁଖ ପଦକ୍ଷେପଗୁଡିକରେ ସେଂଟ୍ରାଲ ଲାଇବ୍ରେରୀରେ ସିଆଇଆଇ ଏଜୁକେଶନ ଟୁ ଏମ୍ପେ୍ଲାୟମେଂଟ (ଇ୨ଇ) କ୍ୟାରିୟର ଲାଉଞ୍ଜ, ସିଆଇଆଇ ମଡେଲ କ୍ୟାରିୟର ସେଂଟର, ସିଆଇଆଇ ନ୍ୟାଶନାଲ କୌଶଳ କେନ୍ଦ୍ର, ସମ୍ବଲପୁର, ସିଆଇଆଇ ସିଇଏଲ ଓଡିଶା ଏଂଟରପ୍ରେନ୍ୟୋର୍‌ସ ଡେଭ୍‌ଲପମେଂଟ ଫୋରମ ଏବଂ ଓଡିଶାରେ ସିଆଇଆଇ ସିଇଏଲ ମାଇକ୍ରୋ ଆଣ୍ଡ ସ୍ମଲ ଏଂଟରପ୍ରେନ୍ୟୋର୍‌ସ ପ୍ରୋଜେକ୍ଟ ଆଦି ସାମିଲ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଏହି ଅବସରରେ ଫସଲ, ମତ୍ସ୍ୟଚାଷ ଓ ଦୁଗ୍ଧ ଜାତୀୟ ସାମଗ୍ରୀ ଜୀବିକା ପ୍ରଣାଳୀର ବଜାର-ନେତୃତ୍ୱାଧୀନ ପରିବର୍ତନ ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଓଡିଶା ୟୁନିଭର୍ସିଟି ଅଫ୍ ଆଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ଏବଂ ସିଆଇଆଇ ଫୁଡ୍ ଆଣ୍ଡ ଆଗ୍ରିକଲ୍‌ଚର ସେଂଟର ଅଫ୍ ଏକ୍ସିଲେନ୍ସ (ଏଫଏସିଇ) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନର୍ଜୀ ଆଂଚଳିକ ଶିଳ୍ପ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ଏମଏସଏମଇଗୁଡିକ ସହିତ ବୃହତ ଶିଳ୍ପଗୁଡିକୁ ସଂଯୋଗ କରିବାର ଆବଶ୍ୟକତା ରହିଛି ବୋଲି ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, “ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବା ପାଇଁ ଶିଳ୍ପକୁ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ପଡିବ ।’ ଓଡିଶା-ଜାପାନ ସହଭାଗିତାକୁ ହାଇଲାଇଟ କରି ସେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାରୁ ପ୍ରାୟ ୧୦୦୦  ଛାତ୍ରଛାତ୍ରୀ ଜାପାନରେ ନିଯୁକ୍ତି ହାସଲ କରିଛନ୍ତି ଏବଂ ସେ  ରାଜ୍ୟ ଶିକ୍ଷା ବିଭାଗ ସହ ସହଯୋଗରେ ଏଭଳି ଆନ୍ତର୍ଜାତୀୟ ସୁଯୋଗଗୁଡିକୁ ବିସ୍ତାର କରିବା ପାଇଁ ଆହ୍ୱାନ କରିଛନ୍ତି।

ଏହାପୂର୍ବରୁ ସିଆଇଆଇ ୱେଷ୍ଟ ଓଡିଶା ଜୋନାଲ କାଉନ୍ସିଲର ଅଧ୍ୟକ୍ଷ ଏବଂ ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡର ଅଧ୍ୟକ୍ଷ ଓ ପୂର୍ଣ୍ଣକାଳିନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୀଲ କୁମାର ସିଂହ କାର୍ଯ୍ୟକ୍ରମରେ ଉପସ୍ଥିତି ପ୍ରତିନିଧି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ସମୟରେ ୫୦ ଜଣ ହିତାଧିକାରୀଙ୍କୁ ନିଯୁକ୍ତିପତ୍ର ବିତରଣ କରାଯାଇଥିଲା । ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଏବଂ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମଟି  ସିଆଇଆଇର ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଚନ୍ଦ୍ରଜିତ ବାନର୍ଜୀଙ୍କ ଦ୍ୱାରା ପରିଚାଳିତ ଏକ ଯୋଗାଯୋଗ ଅଧିବେଶନ ସହ ଶେଷ ହୋଇଥିଲା, ଯେଉଁଠାରେ ସେ  ସିଆଇଆଇ ସିଇଏଲ ସମ୍ବଲପୁର ଏଂଟରପ୍ରେନ୍ୟୋର୍‌ସ୍ ଡେଭ୍‌ଲପମେଂଟ ଫୋରମ ସହ ଜଡିତ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ।

ସମ୍ବଲପୁରସ୍ଥିତ ଡିଷ୍ଟ୍ରିକ୍ଟ ଏମ୍ପେ୍ଲାଏମେଂଟ ଏକ୍ସଚେଞ୍ଜଠାରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସିଆଇଆଇ ମଡେଲ କ୍ୟାରିୟର ସେଂଟର, ସମ୍ବଲପୁରର ଔପଚାରିକ ଭାବେ ଶୁଭାରମ୍ଭ କରାଯାଇଥିଲା ।  ମୋଟ ୧୨୦ ଜଣ ପ୍ରାର୍ଥୀ ଭାରତବ୍ୟାପୀ ବିଭିନ୍ନ ନିଯୁକ୍ତି ସୁଯୋଗ ଅଧିନରେ ନିଯୁକ୍ତିପତ୍ର ଗ୍ରହଣ କରିଥିଲେ । ସେହିପରି ୧୭ ଜଣ ପ୍ରାର୍ଥୀଙ୍କୁ ଜାପାନରେ ଏବଂ ୫ ଜଣ ପ୍ରାର୍ଥୀଙ୍କୁ ଡେନ୍‌ମାର୍କରେ ଚାକିରି ପାଇଁ ଚୟନ କରାଯାଇଥିଲା ।

dharmendra pradhan ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

UPSC ପରୀକ୍ଷାରେ ସଫଳତା ପାଇଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026

ବାଲୁଗାଁ-ବାଣପୁର ଏନଏସି ମିଶି ହେବ ଏକ ମ୍ୟୁନିସିପାଲିଟି, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କଲେ ଘୋଷଣା

March 7, 2026
Latest News

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

UPSC ପରୀକ୍ଷାରେ ସଫଳତା ପାଇଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.