Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ ଆଜିର କାର୍ଯ୍ୟକ୍ରମ
ରାଜ୍ୟ ଖବର

ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ଜାଣନ୍ତୁ ଆଜିର କାର୍ଯ୍ୟକ୍ରମ

March 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହ
ସେପ୍ଟେମ୍ବର ୭ ରେ ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶା ଗସ୍ତ କରିବେ। ଏହି ଅବସରରେ ସେ ସମବାୟ କ୍ଷେତ୍ର, ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ଏବଂ ଗୃହ ମନ୍ତ୍ରଣାଳୟ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ କରିବେ। ଏଥିସହିତ ସେ ଇଫକୋ ଦ୍ୱାରା ପ୍ରତିଷ୍ଠିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘‘ସହକାର ସେ ସମୃଦ୍ଧି’’ (ସମବାୟରୁ ସମୃଦ୍ଧି) ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ପ୍ରୟାସକୁ ଆହୁରି ଗତିଶୀଳ କରିବ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ପାରାଦୀପଠାରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଇଫକୋର ପାରାଦୀପ ପ୍ଲାଣ୍ଟରେ ସ୍ଥାପିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ (ଏସଏପି-ଥ୍ରୀ)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ।

ଅମିତ ଶାହ ପରେ ଭୁବନେଶ୍ୱରର ୟୁନିଟ୍-3 ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ସମବାୟ କ୍ଷେତ୍ର ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଶୁଭାରମ୍ଭ କରିବେ। ଏଥିରେ ରାଜ୍ୟ ସମବାୟ ନୀତିର ପ୍ରକାଶନ, ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟ ଅଧୀନରେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର, ବଡ଼ମ୍ବା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ଏକ ବୁଝାମଣାପତ୍ର ଏବଂ ପ୍ୟାକ୍ସ/ଲ୍ୟାମ୍ପସ୍‌ ଦ୍ୱାରା ପରିଚାଳିତ 1,567 ଜନ ସେବା କେନ୍ଦ୍ରର ଲୋକାର୍ପଣ ସାମିଲ ରହିଛି।

ଏହା ସହିତ, କାର୍ଯ୍ୟକ୍ରମରେ 141ଟି ପ୍ୟାକ୍ସ ପାଇଁ ଆବଶ୍ୟକତା-ଭିତ୍ତିକ ଭିତ୍ତିଭୂମିର ଆଭାସୀ ଉଦଘାଟନ, ଆରସିଏସ ଅଫିସ୍ ପୋର୍ଟାଲ୍ ଆରମ୍ଭ, ନେସନାଲ୍ କୋଅପରେଟିଭ୍ ଅର୍ଗାନିକ୍ସ ଲିମିଟେଡ୍ ର ଡାଇରେକ୍ଟ-ଟୁ-କଞ୍ଜ୍ୟୁମର୍ (ଡିଟୁସି) ପୋର୍ଟାଲ୍ ଆରମ୍ଭ, ଏବଂ ନେସନାଲ୍ କୋଅପରେଟିଭ୍ ଏକ୍ସପୋର୍ଟ୍ସ ଲିମିଟେଡ୍ ଦ୍ୱାରା ବିକଶିତ ‘କୁପ୍ ମାର୍କ’ ଏବଂ ଏକ ଏଆଇ ଆଧାରିତ ବହୁଭାଷୀ ଡିଜିଟାଲ୍ ଶିକ୍ଷଣ ପ୍ଲାଟଫର୍ମ ‘ସାବିଦ୍ୟା’ର  ଶୁଭାରମ୍ଭ କରାଯିବ।

ଏହି କାର୍ଯ୍ୟକ୍ରମରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ସୁଦୃଢ଼ ​​କରିବା ପାଇଁ ଓମଫେଡ୍‌ ସହ ଜଡିତ ପଦକ୍ଷେପଗୁଡ଼ିକ ମଧ୍ୟ ଶୁଭାରମ୍ଭ କରାଯିବ। ଦୁଇଟି ଦୁଗ୍ଧ ଉତ୍ପାଦକ ସମବାୟ ସମିତିକୁ ପଞ୍ଜିକରଣ ପ୍ରମାଣପତ୍ର ବଣ୍ଟନ କରାଯିବ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅନୁଦାନ ମଧ୍ୟ ପ୍ରଦାନ କରାଯିବ ଏବଂ ଏକ ତାଲିମ ଓ ପ୍ରଦର୍ଶନ କେନ୍ଦ୍ରର ଉନ୍ନତିକରଣ ପାଇଁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି) ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ।

ଏହି ଅବସରରେ, ବିଭିନ୍ନ ବିଭାଗ ସହ ଜଡିତ ପ୍ରକଳ୍ପଗୁଡ଼ିକର ଏକ ଭିଡିଓ ଉପସ୍ଥାପନା କରାଯିବ ଏବଂ 1,159.03 କୋଟି ଟଙ୍କାର ମୋଟ 69ଟି ପ୍ରକଳ୍ପର ଉଦଘାଟନ କରାଯିବ। ସେହିପରି 2,116.06 କୋଟି ଟଙ୍କାର 130ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯିବ।

 

ଅମିତ ଶାହ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ପାରାଦୀପ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026

ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର ସସ୍‌ପେଣ୍ଡ

October 1, 2026

ପାରିବାରିକ ବିବାଦର କରୁଣ ପରିଣତି: ବାପାଙ୍କ ବେକ କାଟିଲା ପୁଅ

October 1, 2026
Latest News

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

October 1, 2026

ସମତା ଏକ୍ସପ୍ରେସ୍‌ରେ ଜିଆର୍‌ପିର ଚଢ଼ାଉ: ଗଞ୍ଜେଇ ଜବତ, ୬ ମହିଳା ଗିରଫ

October 1, 2026

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.