Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»‘ଓଡ଼ିଶା ପୌର ନିୟମାବଳୀ, ୧୯୫୩’ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କଲେ ରାଜ୍ୟ ସରକାର
ରାଜ୍ୟ ଖବର

‘ଓଡ଼ିଶା ପୌର ନିୟମାବଳୀ, ୧୯୫୩’ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କଲେ ରାଜ୍ୟ ସରକାର

March 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Revises Municipal Rules to Boost Efficiency
Odisha Revises Municipal Rules to Boost Efficiency

ଭୁବନେଶ୍ଵର: ରାଜ୍ୟର ପୌରପାଳିକାଗୁଡ଼ିକର କାର୍ଯ୍ୟଧାରାକୁ ଅଧିକ ସରଳ ଓ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ‘ଓଡ଼ିଶା ପୌର ନିୟମାବଳୀ, ୧୯୫୩’ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ନୂତନ ‘ଓଡ଼ିଶା ପୌର (ସଂଶୋଧନ) ନିୟମାବଳୀ, ୨୦୨୫’ ଅନୁଯାୟୀ, ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ (Executive Officer) ଏବଂ ଅଧ୍ୟକ୍ଷ (Chairperson)ଙ୍କ ଆର୍ଥିକ ଅନୁମୋଦନ କ୍ଷମତାରେ ପରିବର୍ତ୍ତନ କରାଯାଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି (ସଂଖ୍ୟା-୯୨୪୭) ଅନୁଯାୟୀ କରାଯାଇଥିବା ପ୍ରମୁଖ ସଂଶୋଧନଗୁଡ଼ିକ କରାଗଲା।

କାର୍ଯ୍ୟନିର୍ବାହୀ ଅଧିକାରୀ ଏବେ କାଉନସିଲ୍ର ବିନା ଅନୁମତିରେ ପୌର ପ୍ରଶାସନ ପାଇଁ ଆନୁଷଙ୍ଗିକ ଖର୍ଚ୍ଚ ବାବଦରେ ପ୍ରତିଥର ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ସ୍ଥାନୀୟ କ୍ରୟ କମିଟିର ସୁପାରିଶ କ୍ରମେ ସେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରୟ କରିପାରିବେ।

୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ବିଲ୍ ଏବଂ ଦେୟ ଆଦେଶ କେବଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇପାରିବ। ଯଦି ଏହି ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପୌର ଅଧ୍ୟକ୍ଷ ମିଳିତ ଭାବେ ଏହାକୁ ଅନୁମୋଦନ କରିବେ ।

୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟର ପ୍ରଶାସନିକ ଅନୁମୋଦନ କାର୍ଯ୍ୟନିର୍ବାହୀ ଅଧିକାରୀ ଦେଇପାରିବେ। ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ଅଧ୍ୟକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି କୌଣସି ବିଲ୍ ଅଧ୍ୟକ୍ଷଙ୍କ ନିକଟରେ ଉପସ୍ଥାପନ ହେବାର ୭ ଦିନ ମଧ୍ୟରେ ସ୍ୱାକ୍ଷରିତ କିମ୍ବା କାରଣ ସହ ଫେରସ୍ତ ନ ହୁଏ, ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କ ଦ୍ୱାରା ସେହି ବିଲ୍ ଅନୁମୋଦନ କରାଇପାରିବେ।

ଏହି ସଂଶୋଧନ ଫଳରେ ପୌର ସଂସ୍ଥାଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଏବଂ ବିକାଶମୂଳକ କାମରେ ଥିବା ପ୍ରଶାସନିକ ବାଧା ଦୂର ହେବ ବୋଲି ଆଶା କରାଯାଉଛି।

Boost Efficiency Municipal Rules Odisha ଓଡିଶା ସରକାର ପୌରପାଳିକା
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026
Latest News

‘ଓଡ଼ିଶା ପୌର ନିୟମାବଳୀ, ୧୯୫୩’ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କଲେ ରାଜ୍ୟ ସରକାର

March 27, 2026

ଆଜି ମାର୍ଚ୍ଚ ୨୭ ତାରିଖ ଶୁକ୍ରବାରର ସକାଳୁ ଏହି ରାଶିଗୁଡିକର ଖୋଲିଲା ଭାଗ୍ୟ

March 27, 2026

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.