ନିଟ୍ ପରୀକ୍ଷା ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନିର୍ଦ୍ଦେଶରେ ଯୁବ କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ରାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଦେଶର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳରେ ଦେଶର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ମୋଦୀଙ୍କର ଶାସନର ୧୦ ବର୍ଷରେ ୮୯ଥର ପେପେର ଲିକ୍ ଘଟଣା ଘଟିଛି ଏବଂ ୪୮ ଥର ରିଟେଷ୍ଟ ହୋଇଛି । ଗତ ମେ ମାସ ୩ ତାରିଖ ୨୦୨୬ରେ ଯେଉଁ ନିଟ୍ ୟୁଜି ପରୀକ୍ଷା ହୋଇଥିଲା ତାହାକୁ ଏନ୍.ଟି.ଏ. ଅଶିଦ୍ଧ ଘୋଷଣା କରିଛନ୍ତି ।
ବିରୋଧିଦଳର ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ଅଣବିଜେପି ଦଳର ନେତାମାନଙ୍କ ବକ୍ତବ୍ୟ ଅନୁସାରେ ଗତ ୭ ରୁ ୧୦ ବର୍ଷ ଭିତରେ ପ୍ରାୟ ୨ କୋଟି ଯୁବକ ଯୁବତୀ ଏହି ପେପର ଲିକ୍ ଘଟଣାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ, ବିଜେପି ଦଳ ଓ ସରକାର ଦେଶର ଭବିଷ୍ୟତ ପିଢ଼ିଙ୍କ ସ୍ୱପ୍ନକୁ ଛାରଖାର କରିଦେଉଛନ୍ତି ।
ଯେଉଁ ନିଟ୍ ପରୀକ୍ଷା ପେପର ଲିକ୍ ଘଟଣାରେ ୨୪ ଲକ୍ଷ ଛାତ୍ର ଛାତ୍ରୀ ପ୍ରଭାବିତ ହୋଇଛନ୍ତି । ସୁତରାଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ହେବାର ଯୋଗ୍ୟତା ହରାଇଛନ୍ତି । ମୋଦୀ ସରକାର ପରୀକ୍ଷା ପୂର୍ବରୁ ସବୁବେଳେ ପ୍ରଶ୍ନପତ୍ର ବିକ୍ରି କରିଦେଇଥାଏ । ତେଣୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ଦେଶର ଭବିଷ୍ୟତ ପିଢ଼ିମାନଙ୍କୁ ଏପରି ଆଚରଣ ନ କରାଯାଉ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ୍, ସୁଦିପ ସାମଲଙ୍କୁ ପୁଲିସ ଅଗଣତାନ୍ତ୍ରିକ ଭାବେ ଉଠାଇ ନେଇ ତମାଣ୍ଡ ଥାନାରେ ଅଟକ ରଖିଥିଲେ। ଆଜିର କାର୍ଯ୍ୟକ୍ରମରେ ଲକ୍ଷ୍ମୀପ୍ରିୟା ନାୟକ, ଜାଭେଦ ଅକ୍ତାର, ଶିଳ୍ପିଶ୍ରୀ ହରିଚନ୍ଦନ, ଆଲୋକ ଦାସ, ବଳରାମ ନନ୍ଦ, ବିରଞ୍ଚି ବାରିକ, କାର୍ତ୍ତିକେଶ୍ୱର କାଣ୍ଡି, ସୁନିଲ ଗାନ୍ଧୀ, ସନ୍ଦିପ ରାଉତରାୟ, ଚିତ୍ତରଞ୍ଜନ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।


