ଆଇପିଏଲ୍ ବେଟିଂକୁ ଆଳ କରି ପୁଳାପୁଳା ଟଙ୍କା ଜୁଆ ଖେଳାଯାଉଛି। ଏହା ବିରୋଧରେ ଓଡ଼ିଶା ପୁଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋଟ ୪ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସାରା ରାଜ୍ୟରୁ ମୋଟ ୩୬ ଲକ୍ଷ ୮୫ ହଜାର ୨୦୦ ଟଙ୍କାର ନଗଦ ରାଶି ଜବତ କରାଯାଇଛି। ବେଟିଂ କାରବାରରେ ବ୍ୟବହୃତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ୪୨ ହଜାର ୬୧୧ ଟଙ୍କା ଫ୍ରିଜ୍ କରାଯାଇଛି । ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଅପରାଧରେ ବ୍ୟବହୃତ ୨ଟି କାର୍ ଏବଂ ୧୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।


