ଭୁବନେଶ୍ବର: ଦିନକୁ ଦିନ ବିଜୁ ଜନତା ଦଳ କଡା ଆଭିମୁଖ୍ୟ ନେବାରେ ଲାଗିଛି। ବିଭିନ୍ନ ସମୟରେ ଦଳର ନେତାମାନଙ୍କୁ ବହିସ୍କାର କିମ୍ବା ନିଲମ୍ବନ କରିବାରେ ଲାଗିଛି। ଏପରି କ୍ଷେତ୍ରରେ ଦଳ ଜଣେ ବ୍ଲକ ଅଧ୍ୟକ୍ଷଙ୍କୁ ନିଲମ୍ବନ କରିଛି। ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ରେଙ୍ଗାଳି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ।
ଏ ନେଇ ଦଳତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ରେଙ୍ଗାଳି ବ୍ଲକ ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲଙ୍କୁ ଦଳରୁ ନିଲମ୍ବନ କରାଗଲା। ବିଜେଡିର ସାଧାରଣ ସଂପାଦକ ବିଜୟ ନାୟକଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତ ପ୍ରକାଶ କରାଯାଇଛି। ଏହାକୁ ଶିଘ୍ର କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି।


