ବାଙ୍କୀ : ହାଇୱା ଧକ୍କାରେ ଯୁବକଙ୍କର ମୃତ ଘଟିଥିବାବେଳେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି । କଟକ ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଳିପଲ୍ଲୀ ଗାଁ ଦୁର୍ଘଟଣା ମୃତ୍ୟୁକୁ ନେଇ ଉତ୍ତେଜନା। ନ୍ୟାୟ ଦାବିରେ ଶହ ଶହ ଲୋକଙ୍କ ରାସ୍ତା ଅବରୋଧ। ଗତକାଲି ରାତିରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ଗାଁର ଜଣେ ଯୁବକଙ୍କ ଜୀବନ ଯାଇଥିଲା। ଏହାକୁ ନେଇ ଶହ ଶହ ଲୋକ ରାସ୍ତାରୋକ କରି ଧାରଣାରେ ବସି ରହିଛନ୍ତି। ତ୍ତ୍ୟକ୍ତ ଲୋକେ କିଛି ଗାଡି ଭଙ୍ଗାରୁଜା କରିଥିବା ମଧ୍ୟ ସୂଚନା ମିଳିଛି। ହାଇୱା ମାଲିକଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ। ଘଟଣା ସ୍ଥଳରେ ବାଙ୍କୀ, ବୈଦେଶ୍ୱର ପୋଲିସ ପହଞ୍ଚି ଧାରଣାରତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି ।


