ଗଜପତି: ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କଟାମା ଗାଁରେ ଘଟିଛି ହୃଦୟବିଦାରକ ଘଟଣା। ରାସନ ଚାଉଳ ଆଣିବାକୁ ଯାଇଥିବା ଦୁଇ ଭାଇ ବଜ୍ରାଘାତର ଶିକାର ହୋଇଥିବାବେଳେ ବଡ଼ ଭାଇଙ୍କ ମୃତ୍ୟୁ ଘଟିଛି। ସାନ ଭାଇ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଦୁଇ ଭାଇ ଅନୁଗୁର ପଞ୍ଚାୟତ କାର୍ଯ୍ୟାଳୟକୁ ରାସନ ଚାଉଳ ଆଣିବାକୁ ଯାଉଥିବା ବେଳେ ବାଟରେ ବଜ୍ରପାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ଜିରାଜଙ୍କ ମୃତ୍ୟୁ ଘଟିଥିବାବେଳେ ମେଡିକାଲକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅକାଳ ମୃତ୍ୟୁ ଘଟଣା ପରେ କଟାମା ଗାଁରେ ଶୋକର ଛାୟା ଖେଳିଯାଇଛି।


