Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମଟନ ପାଇଁ କଟିଲା ବେକ
ରାଜ୍ୟ ଖବର

ମଟନ ପାଇଁ କଟିଲା ବେକ

June 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ ମନ୍ଦିର ଛକରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ବିବାହ ଭୋଜିରେ ମଟନ ନମିଳିବାକୁ କେନ୍ଦ୍ର କରି ଜଣେ ନାବାଳକଙ୍କ ଉପରେ ହୋଇଛି ମାରଣାନ୍ତକ ଆକ୍ରମଣ। ଆକ୍ରମଣରେ ନାବାଳକଙ୍କ ବେକ କଟିଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ପୀଡ଼ିତ ନାବାଳକ ଏକ ବିବାହ ଭୋଜିରେ କ୍ୟାଟରିଂ କାମ କରୁଥିଲେ। ସେଠାରେ ଭୋଜି ଖାଇବାକୁ ଆସିଥିବା କିଛି ନାବାଳକ ମଟନ ଚାହିଁଥିଲେ। ତେବେ ମଟନ ବଦଳରେ ଚିକେନ ପରିବେଷଣ କରାଯିବାରୁ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଭୋଜି ସ୍ଥଳରୁ ବାହାରିବା ପରେ ଅଭିଯୁକ୍ତ ନାବାଳକମାନେ ଆକ୍ରମଣ କରି ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟିଦେଇଥିବା ଅଭିଯୋଗ ହୋଇଛି।

ଘଟଣା ପରେ ଆହତ ନାବାଳକଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ନାବାଳକମାନଙ୍କୁ ସୁଧାର ଗୃହକୁ ପଠାଯାଇଥିବା ସୂଚନା ମିଳିଛି।ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ସହ ଆଉ ଏକ ବଡ଼ ପ୍ରଶ୍ନ ମଧ୍ୟ ଉଠିଛି। ଶିଶୁ ଶ୍ରମ ବିରୋଧରେ କଡ଼ା ପଦକ୍ଷେପ ନିଆଯାଉଥିବା ବେଳେ ଜଣେ ନାବାଳକ କିପରି ବିବାହ ଭୋଜିରେ କ୍ୟାଟରିଂ କାମ କରୁଥିଲେ? ସେହିପରି ସାମାନ୍ୟ ଖାଦ୍ୟକୁ କେନ୍ଦ୍ର କରି ଏଭଳି ହିଂସା ଘଟିବା ସମାଜରେ ବଢ଼ୁଥିବା ଅସହିଷ୍ଣୁତାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।

matan ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ପନିକିରେ ଶାଶୁଙ୍କୁ ହାଣିଲେ ବୋହୂ

June 28, 2026

ନିଜ ଶାବକମାନଙ୍କ ସହ ଜଙ୍ଗଲରେ ଘୁରି ବୁଲୁଛି ବାଘୁଣୀ ଜିନତ: କ୍ୟାମେରାରେ କଏଦ ହେଲା ଦୃଶ୍ୟ

June 28, 2026

ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୬୦ରୁ ଅଧିକ ଯାତ୍ରୀ

June 28, 2026

ସିନେକ୍ରିଟିକ୍‌ ର ମନୋଜ୍ଞ ସଂଗୀତ ସନ୍ଧ୍ୟା-ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ

June 28, 2026
Latest News

ମଟନ ପାଇଁ କଟିଲା ବେକ

June 28, 2026

ପନିକିରେ ଶାଶୁଙ୍କୁ ହାଣିଲେ ବୋହୂ

June 28, 2026

ନିଜ ଶାବକମାନଙ୍କ ସହ ଜଙ୍ଗଲରେ ଘୁରି ବୁଲୁଛି ବାଘୁଣୀ ଜିନତ: କ୍ୟାମେରାରେ କଏଦ ହେଲା ଦୃଶ୍ୟ

June 28, 2026

ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୬୦ରୁ ଅଧିକ ଯାତ୍ରୀ

June 28, 2026

ସିନେକ୍ରିଟିକ୍‌ ର ମନୋଜ୍ଞ ସଂଗୀତ ସନ୍ଧ୍ୟା-ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.