Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଇଣ୍ଡିଆ ଟୁଡେ ସର୍ଭେ ରେ ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉନ୍ନତ ମେଡିକାଲ କଲେଜ ହେଲା ଏମ୍ସ ଭୁବନେଶ୍ୱର
ରାଜ୍ୟ ଖବର

ଇଣ୍ଡିଆ ଟୁଡେ ସର୍ଭେ ରେ ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉନ୍ନତ ମେଡିକାଲ କଲେଜ ହେଲା ଏମ୍ସ ଭୁବନେଶ୍ୱର

July 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଆ ଟୁଡେ ସର୍ଭେ
ଇଣ୍ଡିଆ ଟୁଡେ ସର୍ଭେ ରେ ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉନ୍ନତ ମେଡିକାଲ କଲେଜ ହେଲା ଏମ୍ସ ଭୁବନେଶ୍ୱର

ଇଣ୍ଡିଆ ଟୁଡେ ସର୍ଭେ: ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ବର, ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ-ଏମଡିଆରଏ ମେଡିକାଲ କଲେଜ ସର୍ଭେ ୨୦୨୬ରେ ସମଗ୍ର ଦେଶରେ ଦଶମ ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏଥିସହିତ ଏହି ପ୍ରତିଷ୍ଠାନ ଦେଶର ଶ୍ରେଷ୍ଠ ଉନ୍ନତ ମେଡିକାଲ କଲେଜ ବର୍ଗରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଯାହାକି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠତାର ଦ୍ରୁତ ବର୍ଦ୍ଧିତ ପ୍ରତିଷ୍ଠାର ପ୍ରମାଣ ଦେଇଛି।

ଏହି ମାଇଲଖୁଣ୍ଟ ଶିକ୍ଷାଗତ ଉତ୍କର୍ଷତା, ଅତ୍ୟାଧୁନିକ ଗବେଷଣା ଏବଂ ସମର୍ପିତ ରୋଗୀ ସେବା ପ୍ରତି ଏମ୍ସ ଭୁବନେଶ୍ୱରର ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ‘ଇଣ୍ଟେକ୍ କ୍ୱାଲିଟି ଆଣ୍ଡ ଗଭର୍ନାନ୍ସ’, ‘ଏକାଡେମୀକ ଉତ୍କର୍ଷତା’, ‘ଭିତ୍ତିଭୂମି ଏବଂ ଅଭିଜ୍ଞତା’, ‘ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ବିକାଶ’, ‘ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି ବ୍ୟାପକ ପାରାମିଟରକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜଗୁଡିକୁ ନେଇ ଏହି ସର୍ଭେ କରାଯାଇଥିଲା। ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନ୍ସି ମାର୍କେଟିଂ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ (ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି ।

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ଏହି ମାନ୍ୟତା ଉତ୍କର୍ଷତା ପାଇଁ ଆମର ନିରନ୍ତର ପ୍ରୟାସର ପ୍ରତିଫଳନ। ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ବିଜ୍ଞାନରେ ବିଶ୍ୱାସ, ନବସୃଜନ ଏବଂ ଅଖଣ୍ଡତାର ପ୍ରତୀକ ଭାବରେ ଉଭା ହୋଇଛି। ଏହିପରି ଜାତୀୟ ରାଙ୍କିଂରେ ଆମର ନିରନ୍ତର ବୃଦ୍ଧି ଭବିଷ୍ୟତର ଚିକିତ୍ସକଙ୍କୁ ପ୍ରସ୍ତୁତ କରିବା ସହିତ ସର୍ବୋତ୍ତମ ରୋଗୀ ଫଳାଫଳ ସୁନିଶ୍ଚିତ କରିବା ପ୍ରତି ଆମର ସାମଗ୍ରିକ ଆଭିମୁଖ୍ୟକୁ ପ୍ରଦର୍ଶନ କରେ।”

୨୦୨୧ରେ ଏହି ସର୍ଭେରେ ଏମ୍ସ ଭୁବନେଶ୍ବର ୨୫ତମ ସ୍ଥାନ ପାଇଥିଲା। ୨୦୨୬ ରେ ଏହି ସୂଚୀରେ ୧୦ମ ସ୍ଥାନକୁ ଉନ୍ନୀତ ହେବା ଏମ୍ସର ଦଳଗତ କାର୍ଯ୍ୟ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱର ପରାକାଷ୍ଠାର ନିଦର୍ଶନ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ବ ଏଵଂ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ ପ୍ରସାଦ ନଡ୍ଡାଙ୍କ ତତ୍ତ୍ଵାବଧାନରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ସମଗ୍ର ପୂର୍ବ ଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଏଭଳି ସଫଳତାରେ ଖୁସି ବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡିନ୍ (ଏକାଡେମିକ) ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍ (ପରୀକ୍ଷା) ଡ. ମନସ୍ଵିନୀ ମଙ୍ଗରାଜ, ଡିନ୍ (ଗବେଷଣା) ଡ. ବୈଜୟନ୍ତୀମାଳା ମିଶ୍ର, ଡିଡିଏ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, କୁଳସଚିବ ଡ. ସୁଦୀପ୍ତ ରଂଜନ ସିଂହ, ଡ. ସୌଭାଗ୍ୟ କୁମାର ଜେନା, ଡ. ସଞ୍ଜୟ କୁମାର ଗିରି ପ୍ରମୁଖ ଯୋଗ ଦେଇଥିଲେ।

AIIMS Bhubaneswar ଇଣ୍ଡିଆ ଟୁଡେ ସର୍ଭେ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ମନରେଗାରେ ବଡ଼ ପରିବର୍ତ୍ତନ : ୧୦୦ ବଦଳରେ ମିଳିବ ୧୨୫ ଦିନ କାମ

October 17, 2026

ଇଣ୍ଟରନେଟ୍ ବ୍ୟବହାର ସମସ୍ତଙ୍କର ମୌଳିକ ଅଧିକାର : ସୁପ୍ରିମକୋର୍ଟ

October 17, 2026
Latest News

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.