Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ସେପ୍ଟେମ୍ବର ୮ରୁ ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ
ରାଜ୍ୟ ଖବର

ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ସେପ୍ଟେମ୍ବର ୮ରୁ ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ

September 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ସମ୍ମାନ ରାଶି: ମୁଖ୍ୟମନ୍ତ୍ରୀଙ୍କ ୫୬ କୋଟି ମଞ୍ଜୁର
ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ସମ୍ମାନ ରାଶି: ମୁଖ୍ୟମନ୍ତ୍ରୀଙ୍କ ୫୬ କୋଟି ମଞ୍ଜୁର

ଭୁବନେଶ୍ୱର: ଓଡ଼ିଶାକୁ ଅଧିକରୁ ଅଧିକ ବିଦେଶୀ ପୁଞ୍ଜିନିବେଶ ଆଣିବା ଏବଂ ରାଜ୍ୟର ଶିଳ୍ପାୟନକୁ ନୂତନ ଗତି ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ ସଂଯୁକ୍ତ ଅରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ। ସେପ୍ଟେମ୍ବର ୮ ଓ ୯ ତାରିଖରେ ଦୁବାଇଠାରେ ଦୁଇଦିନିଆ ବିଶାଳ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ’ ଆୟୋଜନ କରାଯିବ। ଏହି ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଶିଳ୍ପ ପ୍ରତିନିଧିମାନେ ସାମିଲ ହୋଇ ବିଭିନ୍ନ ପ୍ରମୁଖ ଆନ୍ତର୍ଜାତୀୟ ଶିଳ୍ପପତି, ପୁଞ୍ଜିନିବେଶକ ଓ ବ୍ୟବସାୟିକ ପ୍ରତିନିଧିମାନଙ୍କ ସହ ସ୍ୱତନ୍ତ୍ର ପ୍ରତ୍ୟକ୍ଷ ଆଲୋଚନା କରିବେ।

ଏହି ଦୁଇଦିନିଆ ନିବେଶକ ସମ୍ମିଳନୀରେ ଓଡ଼ିଶାରେ ଉପଲବ୍ଧ ପ୍ରଚୁର ଶିଳ୍ପ ସମ୍ଭାବନା, ଉତ୍କୃଷ୍ଟ ଭିତ୍ତିଭୂମି, ସରକାରଙ୍କ ନିବେଶ ଅନୁକୂଳ ସୁଗମ ନୀତି ଏବଂ ନିଯୁକ୍ତି ସୁଯୋଗ ସମ୍ପର୍କରେ ସବିଶେଷ ସୂଚନା ଦିଆଯିବ। ବିଶେଷକରି ଧାତୁ ଓ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ବନ୍ଦର ଏବଂ ଲଜିଷ୍ଟିକ୍ସ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ନିବେଶ ସମ୍ଭାବନା ନେଇ ବ୍ୟାପକ ଚର୍ଚ୍ଚା କରାଯିବ। ରାଜ୍ୟରେ ନୂଆ ନୂଆ ଶିଳ୍ପ ସ୍ଥାପନ ସହ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଗସ୍ତର ମୁଖ୍ୟ ଆଭିମୁଖ୍ୟ ରହିଛି।

ଦୁବାଇରେ ଆୟୋଜିତ ହେବାକୁ ଥିବା ବିଶେଷ ରୋଡ୍ ଶୋ’ ସହିତ ସଂଯୁକ୍ତ ଅରବ ଏମିରେଟ୍ସରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ମଧ୍ୟ ଏକ ସ୍ୱତନ୍ତ୍ର ଭାବବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ସହ ଭାବବିନିମୟ କରି ଓଡ଼ିଶାର ବିକାଶ, ପ୍ରଗତି ଏବଂ ଶିଳ୍ପାୟନ କ୍ଷେତ୍ରରେ ସେମାନଙ୍କର ସହଯୋଗ ଓ ସମ୍ପୃକ୍ତି ସମ୍ପର୍କରେ ଆଲୋଚନା କରିବେ। ସରକାର ନିବେଶକମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା ବେଳେ ଏହି ଆନ୍ତର୍ଜାତୀୟ ଗସ୍ତ ରାଜ୍ୟକୁ ବିପୁଳ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାରେ ଅତ୍ୟନ୍ତ ସଫଳ ହେବ ବୋଲି ଶିଳ୍ପମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ବିଦେଶୀ ପୁଞ୍ଜିନିବେଶ ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ମନରେଗାରେ ବଡ଼ ପରିବର୍ତ୍ତନ : ୧୦୦ ବଦଳରେ ମିଳିବ ୧୨୫ ଦିନ କାମ

October 17, 2026

ଇଣ୍ଟରନେଟ୍ ବ୍ୟବହାର ସମସ୍ତଙ୍କର ମୌଳିକ ଅଧିକାର : ସୁପ୍ରିମକୋର୍ଟ

October 17, 2026

ବନବିଭାଗର ଚିକିତ୍ସାରେ ଅବହେଳା ଅଭିଯୋଗ: ପେଣ୍ଠବାହାଳ ଜଙ୍ଗଲରେ ବୁଲୁଛି ଆହତ ଦନ୍ତା ହାତୀ

October 17, 2026
Latest News

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026

ଭାରତ ଛାଡ଼ିବା ନୋଟିସ୍: ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ଇମ୍ରାନ୍ ଖାନ୍

October 17, 2026

ମନରେଗାରେ ବଡ଼ ପରିବର୍ତ୍ତନ : ୧୦୦ ବଦଳରେ ମିଳିବ ୧୨୫ ଦିନ କାମ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.