Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»‘ଶକ୍ତି ସମ୍ମିଳନୀ’: ଏକାଠି ହେଲେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ
ରାଜ୍ୟ ଖବର

‘ଶକ୍ତି ସମ୍ମିଳନୀ’: ଏକାଠି ହେଲେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀ

September 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହିଳାମାନଙ୍କ ସୁରକ୍ଷା, ସୁରକ୍ଷିତ ପରିବେଶ ଏବଂ ସଶକ୍ତୀକରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଜାତୀୟ ସ୍ତରର ‘ଶକ୍ତି ସମ୍ମିଳନୀ’କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଜାତୀୟ ମହିଳା ଆୟୋଗ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି।

ସାରା ଦେଶରେ ମହିଳା ସୁରକ୍ଷା ପାଇଁ କାର୍ଯ୍ୟକାରୀ ହେଉଥିବା ସଫଳ ନୀତିଗୁଡ଼ିକର ଆଦାନପ୍ରଦାନ କରିବା, ଆଇନଗତ ଓ ପ୍ରଶାସନିକ କାର୍ଯ୍ୟକାରିତାରେ ଥିବା ଫାଙ୍କକୁ ଚିହ୍ନଟ କରିବା ଏବଂ ସାଂସ୍ଥାନିକ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଉପ-ମୁଖ୍ୟମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ, ମହିଳା ସୁରକ୍ଷା ଓ ସଶକ୍ତୀକରଣ ପରସ୍ପରଠାରୁ ପୃଥକ ନୁହନ୍ତି, ଏଗୁଡ଼ିକ ଗୋଟିଏ ଅନ୍ୟଟି ସହ ଗଭୀର ଭାବେ ଜଡ଼ିତ। ଶକ୍ତିଶାଳୀ ଅନୁଷ୍ଠାନ, ନୀତିଗୁଡ଼ିକର ସଠିକ୍‌ କାର୍ଯ୍ୟକାରିତା ଏବଂ ସାମୂହିକ ଉତ୍ତରଦାୟିତ୍ୱ ମାଧ୍ୟମରେ ହିଁ ପ୍ରତ୍ୟେକ ମହିଳାଙ୍କୁ ସୁରକ୍ଷା, ସମ୍ମାନ ଓ ଅଗ୍ରଗତିର ସମାନ ସୁଯୋଗ ଦିଆଯାଇପାରିବ।

ଏହି ସମ୍ମିଳନୀରେ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା ରାହାଟକର, ସଦସ୍ୟ ସଚିବ ସୁଦୀପ ଜୈନ, ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ସହ-ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଏବଂ ମିଶନ ଶକ୍ତି ସଚିବ ମାନସୀ ନିମ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଜାମ୍ମୁ-କାଶ୍ମୀର ଓ ତେଲେଙ୍ଗାନା ଆଦି ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, କମିଶନର, ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକ ପଦବୀର ୨୯ ଜଣ ବରିଷ୍ଠ ଅଧିକାରୀ ଏଥିରେ ଅଂଶଗ୍ରହଣ କରିଛନ୍ତି।

‘ଶକ୍ତି ସମ୍ମିଳନୀ’ ମହିଳା ସଶକ୍ତୀକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ମନରେଗାରେ ବଡ଼ ପରିବର୍ତ୍ତନ : ୧୦୦ ବଦଳରେ ମିଳିବ ୧୨୫ ଦିନ କାମ

October 17, 2026

ଇଣ୍ଟରନେଟ୍ ବ୍ୟବହାର ସମସ୍ତଙ୍କର ମୌଳିକ ଅଧିକାର : ସୁପ୍ରିମକୋର୍ଟ

October 17, 2026

ବନବିଭାଗର ଚିକିତ୍ସାରେ ଅବହେଳା ଅଭିଯୋଗ: ପେଣ୍ଠବାହାଳ ଜଙ୍ଗଲରେ ବୁଲୁଛି ଆହତ ଦନ୍ତା ହାତୀ

October 17, 2026
Latest News

ଗିଲଙ୍କ ସ୍ଥାନରେ ଶ୍ରେୟସ ହେବେ ଭାରତର ଏକଦିବସୀୟ ଅଧିନାୟକ: ଇଶାନ ହେଲେ ଉପ-ଅଧିନାୟକ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026

ରାହୁଲ ଗାନ୍ଧୀଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କ ଅଭିଯୋଗ: ତୁରନ୍ତ FIR ଦାବି

October 17, 2026

ଭାରତ ଛାଡ଼ିବା ନୋଟିସ୍: ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ଇମ୍ରାନ୍ ଖାନ୍

October 17, 2026

ମନରେଗାରେ ବଡ଼ ପରିବର୍ତ୍ତନ : ୧୦୦ ବଦଳରେ ମିଳିବ ୧୨୫ ଦିନ କାମ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.