Odisha Assembly News: ଆଜି ବିଧାୟନସଭାର ଦ୍ବିତୀୟ ଦିନରେ ମଧ୍ୟ ଗୃହ ଚାଲିପାରିଲା ନାହିଁ। ବିରୋଧୀ ଦଳର ହାଙ୍ଗାମା ଯୋଗୁଁ ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗରେ ବିକ୍ଷୋଭ କରିଥିଲେ।
ଏହି ସମୟରେ ଗୃହରେ ଅଧ୍ୟକ୍ଷତା କରୁଥିଲେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ। ବିକ୍ଷୋଭ ବେଳେ ତାଙ୍କ ଟେବୁଲ ଉପରକୁ କଂଗ୍ରେସ ବିଧାୟକ ତାରା ବାହିନୀପତି କାଗଜ ଫିଙ୍ଗିଥିଲେ। ଫଳରେ ଉପବାଚସ୍ପତି ଗୃହ କାର୍ଯ୍ୟ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।
ଗତକାଲିପରି ଆଜି ମଧ୍ୟ ବିରୋଧୀ ଦଳ MMDR ପ୍ରତ୍ୟାହାର ଏବଂ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିରୋଧରେ ବିକ୍ଷୋଭ କରିଥିଲେ। ଗୃହ କାର୍ଯ୍ୟ ଦିନ 10 ଟା 30 ରେ ଆରମ୍ଭ ହେବା ମାତ୍ରେ ବିରୋଧୀ ବିକ୍ଷୋଭ କରିଥିଲେ। ମାତ୍ର ତିନି ମିନିଟ ହଟ୍ଟଗୋଳ ମଧ୍ୟରେ ଗୃହ ଚାଲିବା ପରେ ଉପବାଚସ୍ପତି ଗୃହ କାର୍ଯ୍ୟ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।


