Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ମୟୂରଭଞ୍ଜରେ ସଙ୍ଗୀନ ବନ୍ୟା ପରିସ୍ଥିତି: ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି
ରାଜ୍ୟ ଖବର

ମୟୂରଭଞ୍ଜରେ ସଙ୍ଗୀନ ବନ୍ୟା ପରିସ୍ଥିତି: ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

September 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Grim flood situation in Mayurbhanj: Water levels rise in various rivers, including the Budhabalanga.
Grim flood situation in Mayurbhanj: Water levels rise in various rivers, including the Budhabalanga.

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାରେ ଅବିରତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ପ୍ରବଳ ବର୍ଷା କାରଣରୁ ମୟୂରଭଞ୍ଜର ଏକାଧିକ ପ୍ରମୁଖ ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବାଙ୍ଗିରିପୋଷୀ ତଥା ବାରିପଦାଠାରେ ବୁଢ଼ାବଳଙ୍ଗ ନଦୀ କ୍ରମାଗତ ଭାବରେ ଫୁଲୁଥିବା ବେଳେ ସୁବର୍ଣ୍ଣରେଖା, ପଳପଳା, ଚିପଟ, ଗଙ୍ଗାହାର, ସୋନ ଓ ଜମ୍ଭୀରା ସମେତ ଅନ୍ୟାନ୍ୟ ଉପନଦୀଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିଛି। ଏହାର ପ୍ରଭାବରେ ବୁଢ଼ାବଳଙ୍ଗରେ ପୂର୍ବ ବନ୍ୟା ତୁଳନାରେ ଏଥର ଅଧିକ ଭୟଙ୍କର ବନ୍ୟା ଆସିବାର ଆକଳନ କରାଯାଇଛି।

ପ୍ରବଳ ବନ୍ୟାଜଳ ଯୋଗୁଁ ଜିଲ୍ଲାର ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ବାଙ୍ଗିରିପୋଷୀଠାରେ କାଳିଆମୀ ପୋଲ ଉପରେ ଦୁଇ ଫୁଟରୁ ଅଧିକ ଉଚ୍ଚର ପାଣି ଚାଲୁଥିବା ବେଳେ ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥର ନାହ୍ଲୁଆ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଅପରପକ୍ଷରେ, ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତର କୁଞ୍ଚିବାଣିଆ ଗ୍ରାମ ନିକଟ ଗଙ୍ଗାହାର ନଦୀ ଆଡ଼ିବନ୍ଧରେ ୩ଟି ବିଶାଳ ଘାଇ ସୃଷ୍ଟି ହେବାରୁ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ସାରସକଣା ବ୍ଲକ ଜାଲଦା ପଞ୍ଚାୟତର ପୁନସିଆ ଗ୍ରାମରେ କାନ୍ଥ ଭାଙ୍ଗି ପଡ଼ିବାରୁ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

ଲଗାତର ବର୍ଷା ଓ ପବନ କାରଣରୁ ବାରିପଦା ସହରର ଗ୍ରାଣ୍ଡ ଗଳି ଏବଂ ବର୍ଜୁପୁର ଅଞ୍ଚଳରେ ବିଶାଳ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଓଲଟି ପଡ଼ି ରାସ୍ତା ଅବରୋଧ ହୋଇଛି। ଏପରିକି ବିଦ୍ୟୁତ୍ ଖୁଣ୍ଟ ଖସିପଡ଼ିବାରୁ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ଘର କାନ୍ଥ ଓ ପାଚେରୀ ଭାଙ୍ଗିଯାଇଛି। ଚଳିତ ବର୍ଷର ପ୍ରଥମ ବନ୍ୟା ତୁଳନାରେ ଏଥର ବନ୍ୟାର ମାତ୍ରା ବହୁତ ଅଧିକ ରହିବ ବୋଲି ବାରିପଦା ତହସିଲଦାର ସପନ ସାହୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଶିମିଳିପାଳର ଉପରମୁଣ୍ଡରେ ମୁଷଳଧାରାରେ ବର୍ଷା ଜାରି ରହିଛି। ସମଗ୍ର ଶିମିଳିପାଳରେ ହାରାହାରି ୧୨୩.୨୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅଭୟାରଣ୍ୟର ୧୭ଟି ରେଞ୍ଜ ମଧ୍ୟରୁ ୭ଟି ରେଞ୍ଜରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଅଭ୍ୟନ୍ତରୀଣ ଅଞ୍ଛଳର ବଡ଼ଗାଁ, ପୋଡ଼ାଡ଼ିହା, ଭଞ୍ଜବସା, ଜେନାବିଲ, ଦଭେ, କବାଟଘାଇ ଓ କୁଳିପାଳ ଆଦି ଅଞ୍ଚଳ ଭିଜିଛି। ସେଥିମଧ୍ୟରୁ କୁଳିପାଳଠାରେ ରେକର୍ଡ ପରିମାଣର ୩୬୨.୪୫ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ବାରିପଦା ସହରର ନଦୀକୂଳିଆ ଅଞ୍ଚଳଗୁଡ଼ିକ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବୁଢ଼ାବଳଙ୍ଗ ନଦୀ ସଂଲଗ୍ନ ବାରିପଦା ପୌରାଞ୍ଚଳର ଜନସାଧାରଣଙ୍କୁ ଅପରାହ୍ନ ୨ଟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନ ନିବେଦନ କରିଥିଲା। ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ୧୨ଟି ବ୍ଲକର ନଦୀକୂଳିଆ ଓ ତଳିଆ ଅଞ୍ଚଳ ଉପରେ କଡ଼ା ନଜର ରଖାଯାଇଛି।

ବନ୍ୟାର ସଫଳ ମୁକାବିଲା ପାଇଁ ଜିଲ୍ଲା ଜରୁରୀକାଳୀନ ବିଭାଗ ସହିତ ୨ଟି ଅଗ୍ନିଶମ ଟିମ୍ ଓ ଗୋଟିଏ ଓଡ଼୍ରାଫ ଟିମ୍ ବାରିପଦାରେ ମୁତୟନ କରାଯାଇଛି। ବାରିପଦା ମଧୁବନ ଅଞ୍ଚଳରୁ ପ୍ରାୟ ୧୦୦୦ ବନ୍ୟାପ୍ରପୀଡ଼ିତଙ୍କୁ ଉଦ୍ଧାର କରାଯାଇ ୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ରହିବାର ସମସ୍ତ ବ୍ୟବସ୍ଥା କରାଯାଇଥିବା ଏବଂ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ନେଇ ବାରିପଦା ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡା ପ୍ରକାଶ କରିଛନ୍ତି।

ବୁଢ଼ାବଳଙ୍ଗ ନଦୀ
Share. Facebook Twitter LinkedIn Email WhatsApp Copy Link

Related Posts

୫୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଭୂସ୍ଖଳନ

September 26, 2026

ବର୍ଷା ଯୋଗୁଁ ବାତିଲ ହେବ କି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ?: ଜାଣନ୍ତୁ ପାଣିପାଗ ଅପଡେଟ

September 26, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

September 26, 2026

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026
Latest News

ମୟୂରଭଞ୍ଜରେ ସଙ୍ଗୀନ ବନ୍ୟା ପରିସ୍ଥିତି: ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

September 26, 2026

୫୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଭୂସ୍ଖଳନ

September 26, 2026

ବର୍ଷା ଯୋଗୁଁ ବାତିଲ ହେବ କି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ?: ଜାଣନ୍ତୁ ପାଣିପାଗ ଅପଡେଟ

September 26, 2026

ରାୟଗଡ଼ା ଡିଭିଜନରେ ଭୂସ୍ଖଳନ ଯୋଗୁଁ ରେଳ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ୍

September 26, 2026

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.