Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ
ରାଜ୍ୟ ଖବର

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଓ ବନ୍ୟା ପ୍ରକୋପରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାୟତା ଯୋଗାଇଦେବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂଜା ଛୁଟି ପୂର୍ବରୁ ସମସ୍ତ କ୍ଷତିଗ୍ରସ୍ତଙ୍କ ନିକଟରେ କ୍ଷତିପୂରଣ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବନ୍ୟା ସହାୟତା ବଣ୍ଟନର ସମୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୪୧.୩୭ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାସରିଥିବା ବେଳେ ଆଗାମୀ ଦଶହରା ପୂର୍ବରୁ ପ୍ରତ୍ୟେକ ପ୍ରଭାବିତ ଜିଲ୍ଲାରେ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଦୀର୍ଘ ସମୟ ଧରି ଲଗାଣ ବର୍ଷା ଏବଂ ବନ୍ୟା ଯୋଗୁଁ ରାଜ୍ୟର ପ୍ରାୟ ୨୮ଟି ଜିଲ୍ଲା ଊଣାଅଧିକେ ପ୍ରଭାବିତ ହୋଇଥିବା ବେଳେ ନିକଟରେ ଗଭୀର ଅବପାତଜନିତ ବର୍ଷା ପ୍ରଭାବରେ ଦକ୍ଷିଣ ଓଡ଼ିଶା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ପେଶାଲ୍ ରିଲିଫ୍ କମିଶନରଙ୍କ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ବାବଦକୁ ୨୪୧.୩୭ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରଯାଇଥିବା ବେଳେ ନିକଟରେ ନବରଙ୍ଗପୁର ଜିଲ୍ଲାକୁ ୫ କୋଟି, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ପାଇଁ ୨ କୋଟି ଏବଂ ଝାରସୁଗୁଡ଼ା ଜିଲ୍ଲା ପାଇଁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୧୬.୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୧୧.୨୧ କୋଟି ଟଙ୍କା ଆବଣ୍ଟନ ଶେଷ ହୋଇଛି। ଯାଜପୁର ଜିଲ୍ଲା ପାଇଁ ୫୨.୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୩୩.୮୦ କୋଟି ଟଙ୍କା ବଣ୍ଟନ ସମାପ୍ତ ହୋଇଛି। ସେହିପରି ଭଦ୍ରକ ଜିଲ୍ଲାକୁ ୬୪.୫୪ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଥିଲା ବେଳେ ୪୩.୨୮ କୋଟି ଟଙ୍କା ବ୍ୟୟ ହୋଇ ସାରିଛ। ବାଲେଶ୍ୱର ଜିଲ୍ଲା ପାଇଁ ୨୬.୯୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ପ୍ରାୟ ୫.୯୪ କୋଟି ଟଙ୍କା ଇତିମଧ୍ୟରେ କ୍ଷତିପୂରଣ ବାବଦକୁ ବ୍ୟୟ ହୋଇ ସାରିଛି। ବାରମ୍ବାର ବର୍ଷା ଯୋଗୁଁ କ୍ଷୟକ୍ଷତି ଆକଳନ ଏବଂ ବାଧାପ୍ରାପ୍ତ ସୁଦ୍ଧା କ୍ଷତିପୂରଣ ପ୍ରଦାନ ତ୍ୱରାନ୍ୱିତ କରାଯାଇଛି ଏବଂ ଆଗାମୀ ଦଶହରା ପୂର୍ବରୁ ପର୍ଯ୍ୟାୟକ୍ରମେ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ପ୍ରଦାନ ସମାପ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ବୈଠକରେ ଚଳିତ ବର୍ଷର ଦୀର୍ଘ ଦିନ ଧରି ବର୍ଷା ଏବଂ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ସମସ୍ତ ଜିଲ୍ଲା ପ୍ରଶାସନଙ୍କର ନିଷ୍ଠାପର ଦାୟିତ୍ୱ ସମ୍ପାଦନକୁ ରାଜସ୍ୱ ମନ୍ତ୍ରୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ବିପର୍ଯ୍ୟୟ ପ୍ରତିରୋଧକ ଭିତ୍ତିଭୂମିର ସୁଦୃଢୀକରଣ ଦିଗରେ ସମସ୍ତ ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଏବଂ ବିଷୟ ବିଶେଷଜ୍ଞ ତଥା ଅନୁଷ୍ଠାନମାନଙ୍କ ସହ ବିସ୍ତୃତ ଆଲୋଚନା ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ। ବୈଠକରେ ସ୍ପେଶାଲ୍ ରିଲିଫ୍ କମିଶନର୍ ରାଜେଶ ପ୍ରଭାକର ପାଟିଲ୍‌, ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଏସଆରସି ପଦ୍ମନାଭ ବେହେରା ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲା ବେଳେ ଆଭାସୀ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଜିଲାପାଳବୃନ୍ଦ ଯୋଗ ଦେଇଥିଲେ।

କ୍ଷତିପୂରଣ ଦଶହରା ବନ୍ୟା ପ୍ରଭାବିତ
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026
Latest News

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ସରକାର ଧାର୍ଯ୍ୟ କରନ୍ତୁ ଦୀପାବଳୀରେ ବାଣ ଫୁଟାଇବା ନିର୍ଦ୍ଦିଷ୍ଟ ସମୟ : ସୁପ୍ରିମକୋର୍ଟ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026

‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.