Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ: ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ଖବର

‘ଓଡ଼ିଶା ଟ୍ରାଭେଲ ବଜାର’ର ଶୁଭାରମ୍ଭ: ପର୍ଯ୍ୟଟନ ପ୍ରଦର୍ଶନୀ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

October 3, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
‘Odisha Travel Bazaar’ Launched: Chief Minister Visits Tourism Exhibition
‘Odisha Travel Bazaar’ Launched: Chief Minister Visits Tourism Exhibition

ଭୁବନେଶ୍ୱର: ଓଡ଼ିଶାକୁ ପର୍ଯ୍ୟଟକଙ୍କ ପାଇଁ ଏକ ଆଦର୍ଶ ଓ ସ୍ୱର୍ଗ ଭାବେ ଗଢ଼ିତୋଳିବାକୁ ସମସ୍ତଙ୍କୁ ଆହ୍ଵାନ ଜଣାଇଛନ୍ତି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ସରକାର ‘ଅତ୍ୟାଧୁନିକ ନୀତି ଅନୁଯାୟୀ ଷ୍ଟାର୍ ହୋଟେଲଗୁଡ଼ିକ ପାଇଁ କୋଠରୀ ସଂଖ୍ୟା ସର୍ବନିମ୍ନ ୫୦ରୁ ହ୍ରାସ କରାଯାଇ ୧୦ କରାଯାଇଥିବାବେଳେ ପୁଞ୍ଜି ସବ୍‌ସିଡି ସୀମାକୁ ୨୦ କୋଟିରୁ ବୃଦ୍ଧି କରାଯାଇ ସର୍ବାଧିକ ୧୨୦ କୋଟି ଟଙ୍କା ପର୍ଯ୍ୟନ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଶନିବାର ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ବୃହତ ପର୍ଯ୍ୟଟନ ମହାକୁମ୍ଭକୁ ଉଦଘାଟନ କରିଛନ୍ତି। ଦେଶବିଦେଶରୁ ଆସିଥିବା ନିବେଶକ, ହସ୍ପିଟାଲିଟି ବ୍ରାଣ୍ଡ ଏବଂ ଟୁରିଜିମ୍ ପାର୍ଟନରମାନେ ଓଡ଼ିଶାର ଅସୀମ ସମ୍ଭାବନାକୁ ଉପଯୋଗ କରି ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୁଣାତ୍ମକ ମୌଳିକ କାଠାମାଛ ନିର୍ମାଣ ନିମନ୍ତେ ୨୦୨୬ରୁ ୨୦୩୧ ମଧ୍ୟରେ ୧,୫୦୦ କୋଟି ଟଙ୍କାର ବଜେଟ୍ ଏବଂ ୫,୫୦୦ ଏକର ପରିମିତ ବିଶାଳ ‘ଲ୍ୟାଣ୍ଡ ବ୍ୟାଙ୍କ’କୁ ମଞ୍ଜୁରୀ ଦିଆଯାଇଛି, ଯାହା ଦ୍ୱାରା ରାଜ୍ୟରେ ନୂତନ ହୋଟେଲ ଓ ରିସର୍ଟ ନିର୍ମାଣ ପାଇଁ ପଥ ସୁଗମ ହୋଇଛି।
ଅତିଥିମାନଙ୍କ ସୁରକ୍ଷା ଓ ଅତିଥି ସତ୍କାରକୁ ସର୍ବାଧିକ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଓ ଯୁଗାନ୍ତକାରୀ ଘୋଷଣା କରିଛନ୍ତି। ରାଜ୍ୟର ୨୯ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ‘ଟୁରିଷ୍ଟ ପୋଲିସ’ ବ୍ୟବସ୍ଥା ଆରମ୍ଭ କରାଯାଉଥିବାବେଳେ ସମୁଦ୍ରକୂଳ ଓ ଜଳକ୍ରୀଡ଼ା ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ‘ଓସ୍ୱାଲ ମାଧ୍ୟମରେ ଏକ ହଜାର ପ୍ରଶିକ୍ଷିତ ଜୀବନରକ୍ଷକ ବା ଲାଇଫ୍ ଗାର୍ଡ ନିଯୁକ୍ତ କରାଯିବ। ଅଧିକ ଭିଡ଼ ପରିଲକ୍ଷିତ ହେଉଥିବା ସ୍ଥଳୀଗୁଡ଼ିକରେ ‘ଡେଷ୍ଟିନେସନ୍ ମ୍ୟାନେଜର୍’ ମଧ୍ୟ ନିଯୁକ୍ତ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ରାଜ୍ୟବାସୀଙ୍କୁ ଆବାହନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ର ‘ଅତିଥି ଦେବୋ ଭବଃ’ ଅନୁଯାୟୀ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ପଡ଼ିବ, ଯାହା ଦ୍ୱାରା ସେମାନେ ହିଁ ଓଡ଼ିଶାର ପ୍ରକୃତ ବ୍ରାଣ୍ଡ ଆମ୍ବାସାଡର ହୋଇପାରିବେ। ଆଜିର ସୋସିଆଲ ମିଡିଆ ଯୁଗରେ ଗୋଟିଏ ବି ଅପ୍ରୀତିକର ପରିସ୍ଥିତି ବିଜୁଳି ବେଗରେ ଖେଳିଯାଉଥିବାରୁ ସମସ୍ତଙ୍କୁ ମିଳିମିଶି ଓଡ଼ିଶାର ସୁଖଦ ଅନୁଭୂତି ବିସ୍ତାର କରିବାକୁ ସେ ପରାମର୍ଶ ଦେଇଛନ୍ତି।
ମରୁଭୂମିକୁ ବାଦ୍ ଦେଲେ ଭୂପୃଷ୍ଠର ସମସ୍ତ ପ୍ରକାର ପ୍ରାକୃତିକ ବିଭବ ଓ ସୌନ୍ଦର୍ଯ୍ୟ ଓଡ଼ିଶାମାଟିରେ ରହିଛି ବୋଲି ଗର୍ବର ସହ ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ବିଶ୍ୱସ୍ତରୀୟ ଐତିହାସିକ ସ୍ମାରକ ସାଙ୍ଗକୁ ରାଜ୍ୟରେ ୫୭୫ କିଲୋମିଟର ଦୀର୍ଘ ପ୍ରାକୃତିକ ସମୁଦ୍ରତଟ, ଭିତରକନିକାର ବିଶ୍ୱପ୍ରସିଦ୍ଧ ମ୍ୟାଙ୍ଗ୍ରୋଭ୍ ଜଙ୍ଗଲ, ଏସିଆର ସର୍ବବୃହତ ଲୁଣିଆ ପାଣି ହ୍ରଦ ଚିଲିକା ଏବଂ ହୀରାକୁଦ ଜଳଭଣ୍ଡାର ରହିଛି। ବିକଶିତ ଓଡ଼ିଶା ଭିଜନ୍ ୨୦୩୬-୨୦୪୭ ରୋଡମ୍ୟାପ୍ ଅନୁଯାୟୀ ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରାଯାଉଛି। ରାଜ୍ୟର ସ୍ଥାନୀୟ କାରିଗର, ଗାଇଡ଼ ଏବଂ ଟୁର୍ ଅପରେଟରମାନଙ୍କୁ ଅତ୍ୟାଧୁନିକ ଡିଜିଟାଲ୍ ଜ୍ଞାନକୌଶଳରେ ସଜ୍ଜିତ କରାଯାଉଛି, ଯାହା ଦ୍ୱାରା ପର୍ଯ୍ୟଟକଙ୍କ ଯାତ୍ରା ଅଧିକ ସୁଗମ ଓ ଅବିସ୍ମରଣୀୟ ହୋଇପାରିବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶା କେବଳ ଗୋଟିଏ ଗନ୍ତବ୍ୟସ୍ଥଳ ନୁହେଁ, ଓଡ଼ିଶା ନିଜେ ଏକ ବିଶ୍ୱ ଅନୁଭୂତି। ଆମର ବୌଦ୍ଧ ଐତିହ୍ୟ, ହସ୍ତତନ୍ତ, ଐତିହ୍ୟସ୍ଥଳୀ, ବିଶାଳ ଚିଲିକା ଏବଂ ଇକୋ-ଟୁରିଜିମ୍ ଏହାର ପ୍ରମାଣ। ଆମ ସଂସ୍କୃତି ପର୍ଯ୍ୟଟନ ପାଇଁ ସୃଷ୍ଟି କରାଯାଇନାହିଁ, ଏହା ନିଜ ମୌଳିକ ରୂପରେ ଜୀବନ୍ତ ଅଛି। ଆମ ସରକାର ସ୍ଥାୟୀ ପର୍ଯ୍ୟଟନ ପାଇଁ ଏକ ସୁଦୃଢ଼ ଏବଂ ଉତ୍ତମ ପରିବେଶ ସୃଷ୍ଟି କରୁଛନ୍ତି, ଯାହା ଦ୍ୱାରା ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶ ହେବ। ପର୍ଯ୍ୟଟନ ଅର୍ଥନୀତିରେ ଏକ ସଶକ୍ତ ଯୋଗଦାନକାରୀ ହେବା ଉଚିତ୍। ଆମ ପର୍ଯ୍ୟଟନରେ ସାହସିକ ପର୍ଯ୍ୟଟନ ମଧ୍ୟ ଅନ୍ତର୍ଭୁକ୍ତ ଏବଂ ଆମେ ତାହାକୁ ଅଧିକ ସୁଦୃଢ଼ କରୁଛୁ ।
କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପ୍ଟେନ୍ ତଥା କିମ୍ବଦନ୍ତୀ ଖେଳାଳି କପିଲ ଦେବ କ୍ରୀଡ଼ା ଏବଂ ଦେଶର ବିକାଶ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ସେ କହିଛନ୍ତି ଯେ ଯେକୌଣସି ଦେଶ ନିଜର କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‌ମାନଙ୍କ ଜରିଆରେ ବିଶ୍ୱରେ ପରିଚିତ ହୋଇଥାଏ ଏବଂ ଆଜି ଆମ ଦେଶ କ୍ରୀଡ଼ା କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏସୀୟ କ୍ରୀଡ଼ା ତଥା ଅଲିମ୍ପିକ୍ସରେ ଆମର ଆଥଲେଟ୍‌ମାନେ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେ ସ୍ୱତନ୍ତ୍ର ଭାବେ ମତ ଦେଇଛନ୍ତି ଯେ ଓଡ଼ିଶା କେବଳ ପର୍ଯ୍ୟଟନ ନୁହେଁ, ବରଂ ଭାରତୀୟ ହକିକୁ ଆଗକୁ ବଢ଼ାଇବାରେ ଏକ ବିଶାଳ ଭୂମିକା ଗ୍ରହଣ କରିଛି। ଆଜି ଆମେ ଗର୍ବର ସହ କହିପାରିବା ଯେ ଆଗାମୀ ଦିନରେ ଓଡ଼ିଶା କେବଳ ପର୍ଯ୍ୟଟନ କ୍ଷେତ୍ରରେ ନୁହେଁ, ବରଂ ଭାରତର ‘ସ୍ପୋର୍ଟ୍ସ ହବ୍’ ବା କ୍ରୀଡ଼ାର ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହେବ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ପୋର୍ଟାଲ ଏବଂ ଏକ ସ୍ୱତନ୍ତ୍ର କଫି ଟେବୁଲ୍ ବୁକ୍ ‘ପିଠା, ମିଠା ପଣା’କୁ ଲୋକାର୍ପିତ କରିଛନ୍ତି। ଏହାସହ ରାଜ୍ୟ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ନୂତନ ‘ଓଡ଼ିଶା ଟୁରିଜିମ୍ ପୋର୍ଟାଲ୍’ ଏବଂ ନିବେଶକଙ୍କ ସୁବିଧା ପାଇଁ ‘ଓଡ଼ିଶା ଟୁରିଜିମ୍ ଇନ୍‌ଭେଷ୍ଟମେଣ୍ଟ ଇନ୍‌ସେଣ୍ଟିଭ୍ ମ୍ୟାନେଜମେଣ୍ଟ ସିଷ୍ଟମ’ର ୱେବ୍ ଆପ୍ଲିକେଶନ୍ ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗାମୀ ‘ପୁରୀ କୋଷ୍ଟାଲ ମାରାଥନ୍’ର ଜର୍ସିକୁ ମଧ୍ୟ ଉନ୍ମୋଚନ କରିଥିଲେ।
ଏହି ସମାରୋହରେ ମୁଖ୍ୟ ସଚିବ  ଅନୁ ଗର୍ଗ, ପର୍ଯ୍ୟଟନ ବିଭାଗ କମିଶନର-ତଥା-ସଚିବ  ବଳୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ  ଦୀପଙ୍କର ମହାପାତ୍ର, ଫିକି  ଜାତୀୟ ପର୍ଯ୍ୟଟନ କମିଟିର କୋ-ଚେୟାରମ୍ୟାନ୍ ଡା. ଜେ.କେ. ମହାନ୍ତି, ସେଲିବ୍ରିଟି ଓଡ଼ିଆ କୁଇଜିନ୍ ବ୍ରାଣ୍ଡ ଆମ୍ବାସାଡର ରଣବୀର ବ୍ରାର, ଏବଂ ଏସୀୟ କ୍ରୀଡ଼ା ପୋଲ୍-ଭଲ୍ଟ ଜାତୀୟ ରେକର୍ଡଧାରୀ ବରଣିକା ଏଲାଙ୍ଗୋଭାନ୍, ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ରାଜ୍ୟର ପର୍ଯ୍ୟଟନ ଭବିଷ୍ୟତ ସମ୍ପର୍କରେ ମତ ରଖିଥିଲେ।
ଓଡ଼ିଶା ଟ୍ରାଭେଲ ବଜାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୩% ମହଙ୍ଗା ରିଲିଫ୍ ବୃଦ୍ଧି, କାହାକୁ ମିଳିବ କେତେ ଟଙ୍କା?

October 31, 2026

ଦିଲ୍ଲୀରେ ମଧ୍ୟରାତ୍ରିରେ ମହାବିପତ୍ତି, ଜୋତା କାରଖାନାରେ ନିଆଁ ନେଲା ୪ ଜୀବନ

October 31, 2026

ଚାଷୀଙ୍କ ପାଇଁ ବଡ଼ ଖବର! ଏକର ପିଛା ୧୫ ହଜାର ଟଙ୍କା, ଆଜି ହିଁ କରନ୍ତୁ ଆବେଦନ

October 31, 2026

ଖାଇବାକୁ ମାଗିବାରୁ ରକ୍ତାକ୍ତ କାଣ୍ଡ! ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

October 31, 2026
Latest News

ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୩% ମହଙ୍ଗା ରିଲିଫ୍ ବୃଦ୍ଧି, କାହାକୁ ମିଳିବ କେତେ ଟଙ୍କା?

October 31, 2026

ଦିଲ୍ଲୀରେ ମଧ୍ୟରାତ୍ରିରେ ମହାବିପତ୍ତି, ଜୋତା କାରଖାନାରେ ନିଆଁ ନେଲା ୪ ଜୀବନ

October 31, 2026

ଚାଷୀଙ୍କ ପାଇଁ ବଡ଼ ଖବର! ଏକର ପିଛା ୧୫ ହଜାର ଟଙ୍କା, ଆଜି ହିଁ କରନ୍ତୁ ଆବେଦନ

October 31, 2026

ଖାଇବାକୁ ମାଗିବାରୁ ରକ୍ତାକ୍ତ କାଣ୍ଡ! ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

October 31, 2026

ଜାନୁଆରୀର ରେକର୍ଡରୁ ଖସିଲା ସୁନା ଦର, ଏବେ କିଣିବେ ନା ଅପେକ୍ଷା କରିବେ?

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.