Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»୬ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ
ରାଜ୍ୟ ଖବର

୬ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

October 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ମାଓବାଦୀ ସଂଗଠନକୁ ପୁଣି ଏକ ବଡ଼ ଝଟକା ଲାଗିଛି। ଓଡ଼ିଶା ଏବଂ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିବା ୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ହିଂସାର ପଥ ଛାଡ଼ି ଶାନ୍ତିର ମାର୍ଗ ଆପଣାଇଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଏହି ହାର୍ଡକୋର ନକ୍ସଲମାନେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ମଧ୍ୟରେ ଓଡ଼ିଶାରେ ସକ୍ରିୟ ଥିବା ୪ ଜଣ ଏବଂ ପଶ୍ଚିମ ବସ୍ତର ଡିଭିଜନର ୨ ଜଣ ସଦସ୍ୟ ସାମିଲ ଅଛନ୍ତି। ଓଡ଼ିଶା କ୍ୟାଡରର ସାମିଲ ୪ ଜଣ ନକ୍ସଲ ସଂଗଠନରେ ପିପିସିଏମ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ଏହି ୪ ଜଣ ନକ୍ସଲଙ୍କ ନାମରେ ସରକାରଙ୍କ ପକ୍ଷରୁ ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ଏହି ସମସ୍ତ ମାଓବାଦୀ ଦୀର୍ଘ ବର୍ଷ ଧରି ମାଓ ସଂଗଠନରେ ସକ୍ରିୟ ରହିବା ସହ ଓଡ଼ିଶା ଏବଂ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ଅନେକ ହିଂସାତ୍ମକ କାର୍ଯ୍ୟକଳାପ, ପୁଲିସ ଆକ୍ରମଣ ଏବଂ ସାଧାରଣ ଜନତାଙ୍କୁ ନିର୍ଯାତନା ଦେବା ଭଳି କାମରେ ସମ୍ପୃକ୍ତ ଥିଲେ ବୋଲି ବିଜାପୁର ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ତେବେ ମାଓବାଦୀ ସଂଗଠନର ଆଭ୍ୟନ୍ତରୀଣ ଶୋଷଣ, ନିଜର ଆଦର୍ଶରୁ ଓହରିଯିବା ଏବଂ ଛତିଶଗଡ଼ ସରକାରଙ୍କ ପ୍ରଭାବଶାଳୀ ଆତ୍ମସମର୍ପଣ ଓ ପୁନର୍ବାସ ନୀତିରେ ଆକର୍ଷିତ ହୋଇ ସେମାନେ ନିଜର ଭୁଲ ବୁଝିପାରିଛନ୍ତି। ଏହାପରେ ସେମାନେ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ସରକାରୀ ନିୟମାନୁସାରେ ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ ତତ୍କାଳ ଆର୍ଥିକ ସହାୟତା ସ୍ୱରୂପ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଆଗାମୀ ଦିନରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏବଂ ସେମାନଙ୍କର ପୁନର୍ବାସ ପାଇଁ ଛତିଶଗଡ଼ ସରକାରଙ୍କ ନୀତି ଅନୁଯାୟୀ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ। ସେମାନେ ଯେପରି ସମ୍ମାନର ସହ ଜୀବନଯାପନ କରିପାରିବେ ଏବଂ ରୋଜଗାରକ୍ଷମ ହୋଇପାରିବେ, ସେଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ବିଜାପୁର ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି। ସମ୍ପ୍ରତି ଏହି ନକ୍ସଲମାନଙ୍କ ଆତ୍ମସମର୍ପଣ ଯୋଗୁଁ ସୀମାନ୍ତ ଅଞ୍ଚଳରେ ମାଓବାଦୀ ସଂଗଠନର ସଙ୍ଗଠନିକ ଶକ୍ତି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ସ୍ପଷ୍ଟ ହୋଇଛି।

ଛତିଶଗଡ ମାଓବାଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ରେ ଗବେଷଣା ଓ ନବସୃଜନ ୟୁନିଟ୍ ଉଦ୍‌ଘାଟିତ

October 13, 2026

“ସତ୍ୟକୁ କେହି ଅସ୍ୱୀକାର କରିପାରିବେ ନାହିଁ”: ଲଦାଖ ଉପରେ ଚୀନକୁ ଭାରତର କଡ଼ା ବାର୍ତ୍ତା

October 13, 2026

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

October 13, 2026

ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ପି.କେ. ମିଶ୍ର

October 13, 2026
Latest News

୬ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

October 13, 2026

ବିଜେପି-JDU ମଧ୍ୟରେ ମିଶ୍ରଣ ଫାଇନାଲ? ଗୋଟିଏ ଫଟୋରେ ବିହାରରେ ରାଜନୈତିକ ହଲଚଲ!

October 13, 2026

କେରଳ ବିଧାନସଭାରେ ଇତିହାସ: CEC ଜ୍ଞାନେଶ କୁମାରଙ୍କୁ ହଟାଇବା ପ୍ରସ୍ତାବ ପାରିତ, ୨୩ ଦଳ ଏକାଠି

October 13, 2026

ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ରେ ଗବେଷଣା ଓ ନବସୃଜନ ୟୁନିଟ୍ ଉଦ୍‌ଘାଟିତ

October 13, 2026

“ସତ୍ୟକୁ କେହି ଅସ୍ୱୀକାର କରିପାରିବେ ନାହିଁ”: ଲଦାଖ ଉପରେ ଚୀନକୁ ଭାରତର କଡ଼ା ବାର୍ତ୍ତା

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.