ତ୍ରିରଙ୍ଗା ସେବା ସଂଘ ଆନୁକୂଲ୍ୟରେ ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର

Published: Dec 28, 2019, 11:17 am IST

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ, ୨୮/୧୨: ହିଞ୍ଜିଳିକାଟୁରେ ଏକ ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ତ୍ରିରଙ୍ଗା ସେବା ସଙ୍ଘ ଓ ଏଚସିଜି ପଣ୍ଡା ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏହି ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଡ଼.ବୃନ୍ଦାବନ ମିଶ୍ର, ଡ଼.ରଞ୍ଜିତ କର ଓ ତ୍ରିରଙ୍ଗା ସେବା ସଙ୍ଘର ସଭାପତି ରଞ୍ଜନ କୁମାର ସାହୁ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ପ୍ରାରମ୍ଭ କରିଥିଲେ। ଅନୁଷ୍ଠାନର ଉପସଭାପତି ପ୍ରଭାତ ମହାରଣା ଏବଂ ସମ୍ପାଦକ କିରଣ ପୃଷ୍ଟି ମୁଖ୍ୟ ଅତିଥି ଡ଼.ରଂଜିତ କରଙ୍କୁ ପୁଷ୍ପଗୁଚ୍ଛା ଦେଇ ସ୍ୱାଗତ କରିଥିଲେ। କ୍ୟାନସର ଭଳି ଦୂରାରୋଗ୍ୟ ରୁ ଆରୋଗ୍ୟ ଲାଭ କରି କେମିତି ସାଧାରଣ ଜୀବନ ବଞ୍ଚିପାରିବ ତା‘ଉପରେ ଡ଼.ବୃନ୍ଦାବନ ମିଶ୍ର ଓ ଡ଼.ରଞ୍ଜିତ କର ଆଲୋଚନା କରିଥିଲେ। ଏହି ଶିବିରରେ ୫୮ ଜଣ କ୍ୟାନ୍ସର ରୋଗୀ ମାଗଣା ଚିକିତ୍ସା ସେବାର ଲାଭ ଉଠାଇଥିଲେ। ସଂଘର ସଦସ୍ୟ ସିପୁନ୍‌ ପାଠୀ, କାହ୍ନୁ ଗୌଡ, ସରୋଜ ପାତ୍ର, ପ୍ରୀତମ ସାହୁ, ଶିବଶମ୍ଭୁ ଗୌଡ଼, ଅନାଦି ପାଣିଗ୍ରାହୀ, ନିରଞ୍ଜନ ସାହୁ, ଶିବ ବାଡତ୍ୟା ଏବଂ ସୁମନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ତ୍ରିରଙ୍ଗା ସେବା ସଂଘର ସହ ସମ୍ପାଦକ ବିଘ୍ନଜିତ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Related posts