Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ସ୍ତରର ଫିଲ୍ମଉତ୍ସବରେ ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’

କୃଷ୍ଣଚନ୍ଦ୍ର ସୁଆଁସିଆ
ହିଞ୍ଜିଳିକାଟୁ : ସାରା ବିଶ୍ବରେ କରୋନା ମହାମାରୀ ସଂପୂର୍ଣ୍ଣ ଜୀବନଜୀବିକାକୁ ପ୍ରଭାବିତ କରିଦେଇଛି । ଯାହା ଫଳରେ ମଣିଷର ଦୈନନ୍ଦିନ କାର୍ଯ୍ୟ ଶୈଳୀରେ ବେଶ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାକି ନୃତ୍ୟମ ଅନୁଷ୍ଠାନର ପରିଚାଳକ କୃଷ୍ଣ କୁମାର ସାହୁଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚିତ୍ର ଅଭିଳାଷ ଜାତୀୟ ସ୍ତରର ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଛି । ଏହି ଚଳଚିତ୍ରଟି ପଶ୍ଚିମବଙ୍ଗର ଲକଡାଉନ ଅନଲାଇନ ଫିଲ୍ମ ଫେଷ୍ଟିଭଲ କମିଟି ଦ୍ୱାରା ମନୋନୀତ ହୋଇ ଜାତୀୟସ୍ତର ଚଳଚିତ୍ର ମହୋତ୍ସବକୁ ମନୋନୀତ ହୋଇଛି । ନୃତ୍ୟମ ଅନୁଷ୍ଠାନର ଛାତ୍ର ଟି. ଶିବାଜୀ ଦାସ ଏହି ଡକ୍ୟୁମେଣ୍ଟାରୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

କ୍ୟାମେରାମେନ ଟି. ଶ୍ରୀନିବାସ ଦାସ,ରବି ସାହୁ ଓ ଗୋପାଳ ମହାନ୍ତି ଏହି ଚଳଚିତ୍ରକୁ ଖୁବ ନିଖୁଣ ଭାବରେ ଚିତ୍ରତ୍ତୋଳନ କରି ବିଚାରକ ମଣ୍ଡଳୀକୁ ଆକୃଷ୍ଟ କରିଛନ୍ତି । ଏହି ଚଳଚିତ୍ରର ନିର୍ମାଣରେ ରଂଜନ କୁମାର ସାହୁ ସହ ନିର୍ଦ୍ଦେଶନା କରିଥିଲେ । ନିର୍ମାଣ କାର୍ଯ୍ୟରେ ସୋମନାଥ ବେହେରା, ପ୍ରଭାତ ମହାରଣା, ଚିମନ ସାହୁ, କେଶବ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Categories
ଆଞ୍ଚଳିକ

ମା ରାଉତରାୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ପାଓ୍ବାର ଇଲେଭେନ୍‌ ଚାମ୍ପିୟନ୍‌

କୃଷ୍ଣଚନ୍ଦ୍ର ସୁଆଁସିଆ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ବାଦିଆମ୍ବଗାଁରେ ମା ରାଉତରାୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । 11 ଦିନ ବ୍ୟାପୀ ଏହି ଟୁର୍ଣ୍ଣାମେଣ୍ଟରେ ପାଓ୍ବାର ଇଲେଭେନ୍‌ ଦଳ ଚାମ୍ପିୟନ୍‌ ହୋଇଛି । 16ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ । ଫାଇନାଲ୍‌ ମ୍ୟାଚ୍‌ଟି ବୁଡୁଡାପୋଲିର ପାଓ୍ବାର ଇଲେଭେନ୍‌ ଏବଂ ରେଗିଡିର ମା କାଳୀ ଫିଫ୍‌ଟୀଟୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଓ୍ବାର ଇଲେଭେନ୍‌ ପ୍ରଥମେ ବ୍ୟାଟିଂ କରି 14.5 ଓଭରରେ 93 ରନ୍‌ କରି ସମସ୍ତ ଓ୍ବିକେଟ୍‌ ହରାଇଥିଲା । ଜବାବରେ ମା କାଳୀ ଫିଫ୍‌ଟୀଟୁ 11.5 ଓଭରରେ 73 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ପରାଜିତ ଦଳ ପକ୍ଷରୁ ସାଗର 35 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଦଳ ପରାଜୟ ବରଣ କରିଥିଲା । ପାଓ୍ବାର ଇଲେଭେନ୍‌ର ସୁନୀଲ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Categories
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

କୃଷ୍ଣଚନ୍ଦ୍ର ସୁଆଁସିଆ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସ୍ବଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପଡିଆରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଥିବା ନେହୁର ଯୁବକେନ୍ଦ୍ର ପକ୍ଷରୁ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହାକୁ ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ବେଚ୍ଛାସେବୀ ପ୍ରତିନିଧି ନୀଳ ଭଉଳ, ଲକ୍ଷ୍ମୀ ପ୍ରତିମା ଦଳାଇ ଏବଂ ପାଠାଗାର ସଭାପତି ଦୀପକ କୁମାର ପରିଡ଼ାଙ୍କ ପୌରହିତ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।
ହିଞ୍ଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଅକ୍ଷୟ ଭାସ୍କର ନିପାଣେ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ମିଶ୍ର, ତ୍ରିରଙ୍ଗା ସେବା ସଂଘର ସଭାପତି ରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୯ଟି ବିଭାଗର ପ୍ରତିଯୋଗିତାରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ବିବେକାନନ୍ଦ ଜୟନ୍ତୀରେ ସିଏଏ ଓ ଏନଆରସି ସମର୍ଥନରେ ଜନଜାଗରଣ ଅଭିଯାନ

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ : ସିଏଏ ଏବଂ ଏନ୍‌ଆର୍‌ସିକୁ ସମର୍ଥନ କରି ହିଞ୍ଜିଳିକାଟୁର ସେବା ଫାଉଣ୍ଡେସନ ତରଫରୁ ସହରରେ ଏକ ବିଶାଳ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଛି । ଏଥିରେ ସଂଘର ପ୍ରତିଷ୍ଠାତା ରାକେଶ କୁମାର ରଥଙ୍କ ନେତୃତ୍ବରେ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇଥିଲା । ଶୋଭାଯାତ୍ରାରେ ଡଃ.ପ୍ରଭାକର ସାହୁ, ହରପ୍ରସାଦ ସ୍ବାଇଁ, କୁମୁଦ ରଞ୍ଜନ ପାଢ଼ୀ, ଅନ୍ତର୍ଯ୍ୟାମୀ ପାତ୍ର, କରୁଣାକର ବାଡତ୍ୟା, କଳାକାର ପୃଷ୍ଟି, କୁଶ ମହାରଣା, ଆଲୋକ କୁମାର ନାୟକ, ରଞ୍ଜନ ସାହୁ, କୋରା ପ୍ରସାଦ, ଅରବିନ୍ଦ ପଣ୍ଡା, ଦେବାନନ୍ଦ ମହାପାତ୍ର, ମାଧବ ଗୌଡ, ପ୍ରିୟଦର୍ଶୀ ପଟ୍ଟନାୟକ, ଦ୍ବିତୀକୃଷ୍ଣ ସାବତ, ପ୍ରଭୁଦତ୍ତ ପାତ୍ର, ନୟନ ମଲ୍ଲିକ, ରାଧାଶ୍ୟାମ ସାହୁ, ଅଜିତ ନାୟକ, ଜାନକୀ ଦେବୀ, ଉର୍ମିଳା ପାତ୍ର, ଜୟନ୍ତୀ ପଣ୍ଡା ଆଦି ପ୍ରମୁଖ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ଶୋଭାଯାତ୍ରା ସମୟରେ ଜନସାଧାରଣଙ୍କ ମନରେ ସିଏଏ ଏବଂ ଏନ୍‌ଆରସିକୁ ନେଇ ରହିଥିବା ଦ୍ବନ୍ଦକୁ ସମାଧାନ କରିବାର ପ୍ରୟାସ କରାଯାଇଥିଲା । ସହରର ବହୁ ସଚେତନ ଯୁବକ, ସ୍ବେଚ୍ଛାସେବୀ ଏବଂ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରା ପରେ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସମର୍ଥନ ପତ୍ର ପ୍ରଦାନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ତ୍ରିରଙ୍ଗା ସେବା ସଂଘ ଆନୁକୂଲ୍ୟରେ ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ, ୨୮/୧୨: ହିଞ୍ଜିଳିକାଟୁରେ ଏକ ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ତ୍ରିରଙ୍ଗା ସେବା ସଙ୍ଘ ଓ ଏଚସିଜି ପଣ୍ଡା ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏହି ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଡ଼.ବୃନ୍ଦାବନ ମିଶ୍ର, ଡ଼.ରଞ୍ଜିତ କର ଓ ତ୍ରିରଙ୍ଗା ସେବା ସଙ୍ଘର ସଭାପତି ରଞ୍ଜନ କୁମାର ସାହୁ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ପ୍ରାରମ୍ଭ କରିଥିଲେ। ଅନୁଷ୍ଠାନର ଉପସଭାପତି ପ୍ରଭାତ ମହାରଣା ଏବଂ ସମ୍ପାଦକ କିରଣ ପୃଷ୍ଟି ମୁଖ୍ୟ ଅତିଥି ଡ଼.ରଂଜିତ କରଙ୍କୁ ପୁଷ୍ପଗୁଚ୍ଛା ଦେଇ ସ୍ୱାଗତ କରିଥିଲେ। କ୍ୟାନସର ଭଳି ଦୂରାରୋଗ୍ୟ ରୁ ଆରୋଗ୍ୟ ଲାଭ କରି କେମିତି ସାଧାରଣ ଜୀବନ ବଞ୍ଚିପାରିବ ତା‘ଉପରେ ଡ଼.ବୃନ୍ଦାବନ ମିଶ୍ର ଓ ଡ଼.ରଞ୍ଜିତ କର ଆଲୋଚନା କରିଥିଲେ। ଏହି ଶିବିରରେ ୫୮ ଜଣ କ୍ୟାନ୍ସର ରୋଗୀ ମାଗଣା ଚିକିତ୍ସା ସେବାର ଲାଭ ଉଠାଇଥିଲେ। ସଂଘର ସଦସ୍ୟ ସିପୁନ୍‌ ପାଠୀ, କାହ୍ନୁ ଗୌଡ, ସରୋଜ ପାତ୍ର, ପ୍ରୀତମ ସାହୁ, ଶିବଶମ୍ଭୁ ଗୌଡ଼, ଅନାଦି ପାଣିଗ୍ରାହୀ, ନିରଞ୍ଜନ ସାହୁ, ଶିବ ବାଡତ୍ୟା ଏବଂ ସୁମନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ତ୍ରିରଙ୍ଗା ସେବା ସଂଘର ସହ ସମ୍ପାଦକ ବିଘ୍ନଜିତ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Categories
ଆଞ୍ଚଳିକ

ପ୍ରିୟଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦାବିପତ୍ର

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ,୦୩/୧୨: ଦେଶରେ ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ ମହିଳା ମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି। ହାଇଦ୍ରାବାଦରେ ମହିଳା ପଶୁଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଅମାନବୀୟ ଭାବରେ ଦୁଷ୍କର୍ମ ପରେ ପୋଡି ମାରି ଦିଆଯାଇଛି। ଏହା ସହିତ ରାଜ୍ୟରେ ନିୟମିତ ଦୁଷ୍କର୍ମର ଖବର ଆସୁଥିବାରୁ ମହିଳା ମାନେ ସମାଜରେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ। ଏହି ଘଟଣାକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସଂସଦ ଭବନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଗଞ୍ଜାମର ହିଞ୍ଜିଳିକାଟୁ ସ୍ଥିତ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଠାଇଛନ୍ତି। ଏପରି ଘଟଣାରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଉଚିତ୍‌ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତଙ୍କୁ ଫାଶୀ ଦେବା ସହିତ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନ ହୁଏ ସେ ନେଇ ନିୟମ ପ୍ରଣୟନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। କଲେଜର ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରା କରି ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ରଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।