ମା ରାଉତରାୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ପାଓ୍ବାର ଇଲେଭେନ୍‌ ଚାମ୍ପିୟନ୍‌

Published: Feb 23, 2020, 7:09 pm IST

କୃଷ୍ଣଚନ୍ଦ୍ର ସୁଆଁସିଆ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ବାଦିଆମ୍ବଗାଁରେ ମା ରାଉତରାୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । 11 ଦିନ ବ୍ୟାପୀ ଏହି ଟୁର୍ଣ୍ଣାମେଣ୍ଟରେ ପାଓ୍ବାର ଇଲେଭେନ୍‌ ଦଳ ଚାମ୍ପିୟନ୍‌ ହୋଇଛି । 16ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ । ଫାଇନାଲ୍‌ ମ୍ୟାଚ୍‌ଟି ବୁଡୁଡାପୋଲିର ପାଓ୍ବାର ଇଲେଭେନ୍‌ ଏବଂ ରେଗିଡିର ମା କାଳୀ ଫିଫ୍‌ଟୀଟୁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଓ୍ବାର ଇଲେଭେନ୍‌ ପ୍ରଥମେ ବ୍ୟାଟିଂ କରି 14.5 ଓଭରରେ 93 ରନ୍‌ କରି ସମସ୍ତ ଓ୍ବିକେଟ୍‌ ହରାଇଥିଲା । ଜବାବରେ ମା କାଳୀ ଫିଫ୍‌ଟୀଟୁ 11.5 ଓଭରରେ 73 ରନ୍‌ରେ ସମସ୍ତ ଓ୍ବିକେଟ୍‌ ହରାଇଥିଲା । ପରାଜିତ ଦଳ ପକ୍ଷରୁ ସାଗର 35 ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଦଳ ପରାଜୟ ବରଣ କରିଥିଲା । ପାଓ୍ବାର ଇଲେଭେନ୍‌ର ସୁନୀଲ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Related posts