Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାଜ୍ୟ ବିଜେପିର ମଙ୍ଗୁଆଳ ସାଜିଲେ ସମୀର ମହାନ୍ତି
ରାଜ୍ୟ ଖବର

ରାଜ୍ୟ ବିଜେପିର ମଙ୍ଗୁଆଳ ସାଜିଲେ ସମୀର ମହାନ୍ତି

January 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଦୀର୍ଘ 16 ବର୍ଷ ପରେ ରାଜ୍ୟ ବିଜେପି ସଭାପତି ପଦରେ ଜଣେ ଉପକୂଳ ଓଡ଼ିଶାର ନେତା। 2004ରୁ 2019 ପର୍ଯ୍ୟନ୍ତ ବିଜେପିର ମଙ୍ଗ କେବଳ ପଶ୍ଚିମ ଓଡ଼ିଶାର ନେତାମାନେ ହିଁ ସମ୍ଭାଳି ଆସିଥିଲେ । ରାଜ୍ୟ ବିଜେପିର ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି । ଛାତ୍ର ରାଜନୀତିରୁ ମୁଖଧାରାର ରାଜନୀତିରେ ପ୍ରବେଶ କରିଥିବା ସମୀର ମହାନ୍ତିଙ୍କୁ ରାଜ୍ୟ ବିଜେପିର ଏହି ଗୁରୁ ଦାୟିତ୍ବ ମିଳିଛି । ରାଜ୍ୟ ବିଜେପି ସଭାପତି ଭାବେ ବିଧିବଦ୍ଧ ଭାବେ ସମୀର ମହାନ୍ତିଙ୍କ ନାମକୁ ଘୋଷଣା କରାଯାଇଛି । ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଏହା ଘୋଷଣା କରିଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ସମୀର ମହାନ୍ତି।

ଏବିଭିପିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ସମୀର ମହାନ୍ତି 1980ରେ ଏବିଭିବିର ରାଜ୍ୟ ଉପସଭାପତି ରହିଥିଲେ। ପରେ ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଦାୟିତ୍ବ। ପରେ ସରକାରୀ ଚାକିରି ଛାଡି ବିଜେପି ଭୁବନେଶ୍ବର ଜିଲ୍ଲା ଉପସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ । 2000 ମସିହାରେ ରାଜ୍ୟ ବିଜେପିର ସମ୍ପାଦକ ରହିଥିବା ସମୀର ମହାନ୍ତି 2009 ମସିହାରେ ଭୁବନେଶ୍ବର ଏକାମ୍ର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଦଳ ଭିତରେ ସାଂଗଠନିକ କାର୍ଯ୍ୟ ତୁଲାଇବାରେ ସମୀର ବେଶ୍ ସକ୍ରିୟ ଭୂମିକା ତୁଲାଇଥିଲେ।

 

odishabjppresident
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026

ପ୍ରତି ୬ ଦିନରେ ୧ ଲକ୍ଷ ପରିବାରଙ୍କୁ ଯୋଡ଼ୁଛି ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’

August 5, 2026

ବେଦାନ୍ତ ଝାରସୁଗୁଡାକୁ ଝଟକା, ବେଆଇନି ଭାବେ ଭୂତଳ ଜଳ ବ୍ୟବହାର ନେଇ ନୋଟିସ କଲା CGWB

August 5, 2026
Latest News

କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ

August 5, 2026

ହଟ୍ଟଗୋଳ ମଧ୍ୟରେ ଏହି ପ୍ରମୁଖ ବିଲ୍ ପାସ୍ କଲେ ସୀତାରମଣ: ୩ ମିନିଟରେ କିପରି ହେଲା ସମ୍ଭବ?

August 5, 2026

RBI MPC 2026: ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନାହିଁ, ହୋମ୍ ଲୋନ୍ ଓ କାର୍ ଲୋନ୍ EMI ରହିବ ପୂର୍ବଭଳି

August 5, 2026

ଜନ୍ତର ମନ୍ତରରେ ଷଡ଼ଯନ୍ତ୍ର ରଚିଥିଲା ପାକିସ୍ତାନ?: ଏକ ISI ମଡ୍ୟୁଲର ନଅ ସଦସ୍ୟ ଗିରଫ

August 5, 2026

ବୈପାରିଗୁଡ଼ାରେ ବିଲୁଆ ଆତଙ୍କ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.