Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ମହିଳା ଭୋଟର ହିଁ ଅନେକାଂଶରେ ନିର୍ଣ୍ଣାୟକ, ହେଲେ ଆଜି ମଧ୍ୟ ରାଜନୈତିକ କ୍ଷମତା ପୁରୁଷଙ୍କ କବ୍‌ଜାରେ !!
ମତାମତ

ମହିଳା ଭୋଟର ହିଁ ଅନେକାଂଶରେ ନିର୍ଣ୍ଣାୟକ, ହେଲେ ଆଜି ମଧ୍ୟ ରାଜନୈତିକ କ୍ଷମତା ପୁରୁଷଙ୍କ କବ୍‌ଜାରେ !!

April 16, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ନାରୀ ଜୀବନର ପ୍ରତିଟି ପାହାଚରେ ନିଜକୁ ପ୍ରମାଣିତ କରି ଆସିଛି। ହାଣ୍ଡିଶାଳରୁ ଆରମ୍ଭ କରି ରାଜନୀତିର ପଶାପାଲିରେ ବାଜିମାତ୍‌ କରିଛି। ସାଧାରଣ ରୋଷେଇ ଘରରୁ ବାହାରି ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିପାଦନ କରାଉଛି। ଠିକ୍‌ ସେହିପରି ଆଜିର ନିର୍ବାଚନରେ ମହିଳା ଭୋଟର୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାବେଳେ ସମ୍ପ୍ରତି ରାଜନୈତିକ କ୍ଷମତା କିନ୍ତୁ ପୁରୁଷଙ୍କ କବ୍‌ଜାରେ ରହିଛି। ଦକ୍ଷିଣ ଭାରତ ଏବଂ ଉତ୍ତର ପୂର୍ବରେ ପୁରୁଷଙ୍କ ଠାରୁ ମହିଳାମାନେ ଅଧିକା ଭୋଟ ଦେଇ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜୀବନର ପ୍ରତିଟି ପାହାଚରେ ଭାରତୀୟ ମହିଳାମାନେ ଉଚ୍ଚ ପଦବୀରେ ଆସୀନ ହୋଇଛନ୍ତି। ସ୍ଵତନ୍ତ୍ର ଲକ୍ଷ୍ୟ ସାଧନ ଅନୁସାରେ ଉତ୍ତରପ୍ରଦେଶରେ ୧୯୬୩ରୁ ୧୯୬୭ ଯାଏଁ ସୁଚେତା କୃପାଳିନୀଙ୍କ ଠାରୁ ନେଇ ୨୦୧୪ରେ ଗୁଜୁରାଟର ଆନନ୍ଦି ବେନ ପଟେଲ ଓ ଆଜିର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରି ଭାରତ ବର୍ଷରେ ୧୫ ଜଣ ମହିଳା ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ସୁଷମା ସ୍ଵରାଜ ଏବଂ ନିର୍ମଳା ସିତାରମଣଙ୍କ ଭଳି ନାରୀ ନେତ୍ରୀମାନେ ଆଜିର ସମୟରେ ବହିର୍ବ୍ୟାପାର ମନ୍ତ୍ରୀ ଏବଂ ରକ୍ଷା ମନ୍ତ୍ରୀ ଭାବେ ରହି ଆସିଛନ୍ତି। ତେବେ ପ୍ରଥମ ରକ୍ଷାମନ୍ତ୍ରୀ ଓ ବର୍ହିବ୍ୟାପାର ମନ୍ତ୍ରୀ ଭାବେ ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଏହି ସ୍ଥାନ ଅଳଙ୍କୃତ କରିଥିଲେ। ସେହିପରି ଓଡ଼ିଶାର ରାଜନୀତିରେ ମଧ୍ୟ ମହିଳା ନେତ୍ରୀଙ୍କର କମ୍‌ ପ୍ରଭାବ ନାହିଁ। ମାଳତୀ ଚୌଧୁରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ପ୍ରଥମ ଓଡ଼ିଆ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପର୍ଯ୍ୟନ୍ତ ପ୍ରାୟ ସମେସ୍ତ ନିଜ ନେତୃତ୍ବର ପରାକାଷ୍ଠା ଦେଖାଇଛନ୍ତି। ସମ୍ପ୍ରତି ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାରେ ପ୍ରମୁଖ ରାଜନୈତିକ ଦଳମାନେ ମହିଳା ପ୍ରାର୍ଥୀଙ୍କ ଉପରେ ଜୋର୍‌ ଦେଇଛନ୍ତି। କିନ୍ତୁ ପ୍ରକୃତ ନିର୍ବାଚନୀ ଶକ୍ତିକୁ ଦେଖିବାକୁ ଗଲେ ନିର୍ବାଚନରେ ସାଧାରଣତଃ ପୁରୁଷଙ୍କ ଦବଦବା ରହିଆସିଛି। ମୋଟ ଉପରେ ସେଠାରେ ୪୬,୭୦୦୪୮୬୧ ପୁରୁଷ ଭୋଟରଙ୍କ ତୁଳନାରେ ୪୩,୧୬୮୯୭୨୫ ମହିଳା ଭୋଟର ରହିଛନ୍ତି। କିନ୍ତୁ ନିର୍ବାଚନୀ ତଥ୍ୟ କହୁଛି ଆନ୍ଧ୍ରପ୍ରଦେଶ ଏବଂ ମିଜୋରାମ ଭଳି ଅଧ ଡଜନରୁ ଅଧିକ ରାଜ୍ୟ ଅଛନ୍ତି ଯେଉଁଠାରେ ପୁରୁଷ ଭୋଟର ତୁଳନାରେ ମହିଳା ଭୋଟର ଅଧିକ ଅଛନ୍ତି। ତେଣୁ ସଂଖ୍ୟା ଗରିଷ୍ଠତା ରେ ମହିଳା ସଶକ୍ତିକରଣ ଯାହା ଦକ୍ଷିଣାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକ ରେ ସରକାର ଗଠନ ରେ ମହିଳା ମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।

ଭାରତୀୟ ନିର୍ବାଚନ କମିଶନଙ୍କ ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, ପୁଡୁଚେରି, ଗୋଆ, ମଣିପୁର ଏବଂ ମିଜୋରାମରେ ମହିଳାମାନେ ତାଙ୍କ ପ୍ରତିପକ୍ଷଙ୍କୁ ପଛରେ ପକାଇ ଦେଇଛନ୍ତି।

ଆନ୍ଧ୍ରପ୍ରଦେଶରେ ମଧ୍ୟ ୧୮,୩୨୪୫୮୮ ପୁରୁଷ ଭୋଟର ତୁଳନା ରେ ୧୮,୬୦୪୭୪୨ ମହିଳା ଭୋଟର ରହିଛନ୍ତି । ଅନ୍ୟ ଏକ ଦକ୍ଷିଣାଞ୍ଚଳ ରାଜ୍ୟ କେରଳ ରେ ମହିଳା ମାନେ ଭୋଟର ତାଲିକା ରେ ପୁରୁଷ ମାନଙ୍କୁ ପଛରେ ପକାଇ ଦେଇଛନ୍ତି। ତଥ୍ୟ ଅନୁଯାୟୀ କେରଳ ରେ ୧,୨୨୯,୭୪୩ ପୁରୁଷ ଭୋଟର ତୁଳନାରେ ୧୩,୧୧୧,୧୮୯ ଜଣ ମହିଳା ଭୋଟର ରହିଛନ୍ତି।

ସେହିପରି ତାମିଲନାଡୁରେ ସଂଖ୍ୟା ରେ ମହିଳା ମାନେ ତାଙ୍କ ପ୍ରତିପକ୍ଷ ଠାରୁ ଆଗରେ ରହି ଆସିଛନ୍ତି। ସେଠାରେ ୨୯,୮୬୦,୭୬୫ ଜଣ ମହିଳା ଭୋଟର ଅଛନ୍ତି ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୨୯,୨୫୬,୯୬୦। ତାମିଲନାଡୁ ର ପଡୋଶୀ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରି ମଧ୍ୟ ଏହି ସୂଚୀ ରେ ସାମିଲ ଯେଉଠି ୫୦୬,୩୨୦ ଜଣ ମହିଳା ଭୋଟର ତୁଳନାରେ ୪୫୩,୧୫୩ ଜଣ ପୁରୁଷ ଭୋଟର ରହିଛନ୍ତି।

ପର୍ଯ୍ୟଟକଙ୍କ ସ୍ଵର୍ଗ ଗୋଆରେ ମଧ୍ୟ ସମାନ ଅବସ୍ଥା। ସେଠାରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ଅଧିକା ଅଛନ୍ତି। ସେଠାରେ ୫୭୫,୧୩୫ ଜଣ ମହିଳା ଭୋଟର ଥିବା ବେଳେ ୫୫୧,୫୯୭ ଜଣ ପୁରୁଷ ଭୋଟର ରହିଛନ୍ତି।

ଦକ୍ଷିଣରେ ଥିବା ଦୁଇ ଉତ୍ତର ପୂର୍ବ ରାଜ୍ୟ ମଣିପୁର ଓ ମିଜୋରାମରେ  ମହିଳାଙ୍କ ଭୋଟ ଜରୁରୀ ହୋଇ ପଡେ। ସେଠାରେ ମହିଳାମାନେ ତାଙ୍କ ଭୋଟ ଦ୍ଵାରା ରାଜନୈତିକ ସମୀକରଣ ବଦଳାଇ ପାରିବାର ଯଥେଷ୍ଟ ଶକ୍ତି ରଖନ୍ତି। ମହିଳାଙ୍କ ସଂଖ୍ୟା ମଣିପୁର ରେ ୯୯୦,୯୬୦ ଥିବା ବେଳେ ପୁରୁଷଙ୍କ ସଂଖ୍ୟା ୯୩୯,୯୨୬ ରହିଛି ଏବଂ ମିଜୋରାମ ରେ ମହିଳା ଭୋଟରଙ୍କ ସଂଖ୍ୟା ୪୦୨,୪୦୮ ଜଣ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୩୮୧,୯୯୧ ରହିଛି । କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ମିଜୋରାମ କୁ ଏକ ପୁରୁଷ କୈନ୍ଦ୍ରିକ ସମାଜ ଭାବେ ଗଣା ଯାଏ।

ମେଘାଳୟରେ ସାମାଜିକ ଭାବରେ ମହିଳାମାନେ ଉତ୍ତରାଧିକାରୀ ସୂତ୍ର ରେ ଏବଂ ପାରମ୍ପରିକ ବିବାହ ପ୍ରଥା ରେ  ଅଧିକା ଶକ୍ତି ଭୋଗ କରୁଥିବା ମହିଳା ଭୋଟର ଙ୍କ  ସଂଖ୍ୟା ୯୩୯,୯୨୬  ଜଣ ପୁରୁଷଙ୍କ ତୁଳନା ରେ ୯୫୬,୧୩୬ ଜଣ ରହିଛି । ସମ୍ପ୍ରତି ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ପୁରୁଷଙ୍କଠାରୁ ମହିଳାମାନେ ଅଧିକ ପରିମାଣରେ ମତଦାନ ଦେଇଥିବାର ଲକ୍ଷ୍ୟ କରାଯାଇଛି।

election result thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026
Latest News

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଅଭିଭାଷଣ ଦେଇ କହିଲେ..

August 15, 2026

ବଦଳିବ ବିଏମ୍‌ସିର ମାନଚିତ୍ର: ୨୬ ଗାଁ ମିଶିବ, ବଢ଼ିବ ୱାର୍ଡ ସଂଖ୍ୟା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.