Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ମାଲକାନଗିରିର ମୁନ୍ନାଭାଇ ଏମବିବିଏସ; ଡାକ୍ତର ଆସ୍ଥାନା ପରି ଓଡିଶା ସାରା ଏତେ ଦୁଃଖୀ ଆତ୍ମା କେଉଁଠୁ ଆସିଲେ କେଜାଣି!!
ମତାମତ

ମାଲକାନଗିରିର ମୁନ୍ନାଭାଇ ଏମବିବିଏସ; ଡାକ୍ତର ଆସ୍ଥାନା ପରି ଓଡିଶା ସାରା ଏତେ ଦୁଃଖୀ ଆତ୍ମା କେଉଁଠୁ ଆସିଲେ କେଜାଣି!!

June 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମାଲକାନଗିରିର ମୁନ୍ନାଭାଇ ଏମବିବିଏସ ; ଡାକ୍ତର ଆସ୍ଥାନା ପରି ଓଡିଶା ସାରା ଏତେ ଦୁଃଖୀଆତ୍ମା କୋଉଠୁ ଆସିଲେ କେଜାଣି!!
ମାଲକାନଗିରିର ମୁନ୍ନାଭାଇ ଏମବିବିଏସ ; ଡାକ୍ତର ଆସ୍ଥାନା ପରି ଓଡିଶା ସାରା ଏତେ ଦୁଃଖୀଆତ୍ମା କୋଉଠୁ ଆସିଲେ କେଜାଣି!!

କେଦାର ମିଶ୍ର 

୨୦୦୩ ମସିହାର ସୁପରହିଟ ସିନେମା ମୁନ୍ନାଭାଇ ଏମବିବିଏସର ନାୟକ କିଏ, ମୁନ୍ନାଭାଇ ନା ଡାକ୍ତର ଆସ୍ଥାନା? ଡାକ୍ତର ଆସ୍ଥାନା ଚାହୁଁଥିଲା- ଶ୍ରୂଙ୍ଖଳା ହେଲେ ମୁନ୍ନାଭାଇ ଭାଇ ଚାହୁଁଥିଲା ଉଦ୍ଦାମ ଜୀବନ। ଗୋଟେ ହା ହୁତାସର ପରିବେଶ ଭିତରେ ରୋଗୀସେବା କରିବା ଅପେକ୍ଷା ଗୋଟେ ଆନନ୍ଦମୟ ପରିବେଶରେ ଜୀବନ ଯୁଦ୍ଧ ଲଢିହେବ ନାହିଁ କାହିଁକି? ରାଜକୁମାର ହିରାନୀଙ୍କ ଏଇ ସିନେମା ଭାରତୀୟ ସମାଜ ଜୀବନରେ ଗୋଟେ ଭିନ୍ନ ବାର୍ତ୍ତା ନେଇ ଆସିଥିଲା। ଆଜି ଯେତେବେଳେ ସାରା ଓଡିଶାର ଗଣମାଧ୍ୟମ ଓ ନୀତିବାଦୀ ସୋସିଆଲ ମିଡିଆ ମାଲକାନଗିରି ଡାକ୍ତରଖାନାର ଚାରିଜଣ ନର୍ସଙ୍କ ଚାକିରି ପଛରେ ପଡିଛନ୍ତି, ସେତେବେଳେ ମୁନାଭାଇ ସିନେମା କଥା ବାରମ୍ବାର ମନେପଡୁଛି। ମୋତେ ଲାଗୁଛି ଓଡିଶା ସାରା ଏବେ ଶହ ଶହ ଡାକ୍ତର ଆସ୍ଥାନା  ଛାଟ ଧରି ଠିଆ ହୋଇଛନ୍ତି। ଗୋଟେ ଟିକଟକ ଭିଡିଓ ଯୋଗୁଁ ଆଜି ଚାରୋଟି ପରିବାରର ଜୀବନ ଜୀବିକା ଉଜୁଡି ଯିବାକୁ ବସିଛି। ଖବରର ଅଭାବୀ ଦୁନିଆଁରେ ଆମ ଟେଲିଭିଜନ ଲାଗି ଏଇଟା ହିଁ ବଡ ଖବର। ସତେକି ଓଡିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଇ ଭିଡିଓ ଯୋଗୁଁ ତଳି ତଳାନ୍ତ ହୋଇଗଲା!!

ଘଟଣାଟି ନିହାତି ସାଧାରଣ। ମାଲକାନଗିରି ଡାକ୍ତରଖାନାର ଚାରିଜଣ ନର୍ସ ଗୋଟେ ଟିକଟକ ଭିଡିଓ ଅପଲୋଡ କଲେ। ଡାକ୍ତରଖାନାରେ କାମ କରୁଥିବା ବେଳେ ସେମାନେ ଟିକେ ଗୀତ ଗାଇଲେ ଓ ଟିକେ ନାଚିଲେ। ବାସ, ଭାସିଗଲା ପୃଥିବୀ! ସାରା ଓଡିଶାର ନୀତିବାଦୀ ଗଣମାଧ୍ୟମ ଚେତି ଉଠିଲା। ଶ୍ରେଣୀ ଗୃହର ମନିଟର ପରି ଆମର ଆଙ୍କରମାନେ ଗର୍ଜି ଉଠିଲେ। ସରକାର ଉପରେ ଚାପ ପଡିଲା। ମନ୍ତ୍ରୀ କହିଲେ ସେ ଉଦ୍ଧତ ନର୍ସମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ। ମିଡିଆ ଚାପ ଆଗରେ ପ୍ରଶାସନ ମୁଣ୍ଡ ନୂଆଁଇ ସେଇ ଚାରିଜଣ ଭଦ୍ର ମହିଳାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠେଇ ଦେଇଛନ୍ତି। ତେବେ ଆମେ ପଚାରିବାକୁ ଚାହୁଁ ଏ ଭିଡିଓରେ ଅପରାଧ କଣ? ଅତି ବେଶୀରେ ଏହା ସୋସିଆଲ ମିଡିଆ ବ୍ୟବହାର ସଙ୍କ୍ରାନ୍ତୀୟ ଅଜ୍ଞତା ହୋଇପାରେ। ହୁଏତ ସରକାରୀ ଅନୁଷ୍ଠାନରେ ଭିଡିଓ ଉଠାଇବା ଉଚିତ ନୁହେଁ। ତେବେ ସରକାରୀ ଅନୁଷ୍ଠାନ ଗୁଡିକରେ ସୋସିଆଲ ମିଡିଆ ବ୍ୟବହାର ଲାଗି ଆମର କିଛି ନିର୍ଦ୍ଦେଶନାମା ରହିଛି କି?

ଭିଡିଓ ରେ ଯାହା ଦେଖା ଯାଉଛି, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ ଚାରିଜଣ ଯାକ ନର୍ସ ନିଜ କାମକୁ ଉପଭୋଗ କରୁଛନ୍ତି। ସେମାନେ ରୋଗରେ ପଡିଥିବା ପିଲାଟିକୁ ବଡ ଆଦର କରୁଛନ୍ତି। ନିଜ କାମକୁ ଉପଭୋଗ କରିବା ଭଳି ବହୁତ କମ ସରକାରୀ କର୍ମଚାରୀ ଆମର ଅଛନ୍ତି। କାମକୁ ଉପଭୋଗ କରନ୍ତି ନାହିଁ ବୋଲି ବହୁ ଡାକ୍ତର ଓ ନର୍ସ କାମରେ ଅବହେଳା କରନ୍ତି କିମ୍ବା ଚିଡଚିଡା ହୋଇଯାଆନ୍ତି। ମୋତେ ଲାଗିଲା, ଏଇ ଚାରିଜଣ ଯାକ ବେଶ ସୁନ୍ଦର ଭାବେ ନିଜ ଦାୟିତ୍ଵକୁ ଉପଭୋଗ କରୁଛନ୍ତି। ନର୍ସମାନଙ୍କ ସେବା ଓ ସଦଭାବନା ପ୍ରତି କେବେହେଲେ ସମ୍ମାନଜନକ ଭାବନା ପୋଷଣ କରୁନଥିବା ଆମର କୁହାଳିଆମାନେ ଏବେ ଏଇ କଥାକୁ ନୈତିକତାର ବଡ ବିପର୍ଯ୍ୟୟ ବୋଲି ଭାବି ନେଇଛନ୍ତି।

ଆଜ୍ଞାମାନେ! ଏ ରାଜ୍ୟରେ ବହୁତ ବଡ ବଡ ଖବର ରହିଛି। ଗୋଟେ ଟିକଟକ ଭିଡିଓରେ ବିଶେଷ କିଛି ସଙ୍କଟ ସୃଷ୍ଟି ହୋଇନାହିଁ। ଏଇ ଘଟଣାରେ ହୁଏତ ସମ୍ପୃକ୍ତ କର୍ମଚାରୀମାନଙ୍କର କିଛିଟା ପିଲାଳିଆମୀ ରହିଛି। ପିଲାଳିଆ ଉତ୍ସାହରେ ସେମାନେ କାହାର କିଛି କ୍ଷତି କରିନାହାନ୍ତି। ବରଂ ସେମାନେ ନିଜ ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ସଚେତନ ଅଛନ୍ତି। ଆପ୍ରାଣ ଉଦ୍ୟମ ପରେ ଶିଶୁ ରୋଗୀଟି ଯେତେବେଳେ ସୁସ୍ଥ ହେଉଛି, ସେଥିରେ ସେମାନେ ଖୁସି ହେଉଛନ୍ତି। ତାକୁ ନେଇ ଆମେ ସବୁ ଦୁଃଖୀଆତ୍ମା ହୋଇ ମୁଣ୍ଡ ବାଡେଇ ହେଉଛୁ କାହିଁକି?

ଆପଣମାନଙ୍କର ମନେ ଥିବ ମୁନ୍ନାଭାଇ ଡାକ୍ତର ଆସ୍ଥାନାକୁ ଡାକୁଥିଲା- ଦୁଃଖୀଆତ୍ମା। ଏବେ ସବୁଠି  ଦୁଃଖୀଆତ୍ମାମାନଙ୍କର ରାଜୁତି। ସେମାନଙ୍କର ନୈତିକ ପ୍ରବଚନରେ ଗୋଟେ ମାରାତ୍ମକ ପ୍ରଭାବ ରହିଛି। ମୂଳ ଖବରରୁ ଲୋକଙ୍କ ନଜର ହଟାଇବାକୁ ଯାଇ ବେଳେ ବେଳେ ଆମର ଗଣମାଧ୍ୟମରେ ଏ ପ୍ରକାର ନାଟକ ରଚନା କରାଯାଏ। ଆଜିର ତାରିଖରେ ଖଣି ଦୁର୍ନୀତି ଓ ଘର ଆବଣ୍ଟନ ଦୁର୍ନୀତିର ଖୋଳତାଡ କରିବା ଗଣମାଧ୍ୟମର ପ୍ରାଥମିକ ଆବଶ୍ୟକତା । ତାହା ନକରି ଆମେ ଟିକଟକ ଭିଡିଓ ପଛରେ ଗୋଡାଇଛୁ। ଅସଲ ଖବରରୁ ଲୋକଙ୍କ ନଜର ହଟାଇବାକୁ ଏମିତି ନକଲ ଖବର ସବୁ ବେଳେବେଳେ ଆମ ଗଣମାଧ୍ୟମରେ ଉଦ୍ଦେଶ୍ୟମୂଳକ ଭାବରେ ପ୍ରଚାରିତ ହୁଏ। ଏ ଖବର ପଛରେ ସେମିତି କିଛି ଉଦ୍ଦେଶ୍ୟ ନିହିତ ନାହିଁ ତ!!

tiktok
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026

ଜବାହରଲାଲ ନେହେରୁଙ୍କୁ ପଛରେ ପକାଇଲେ ମୋଦୀ: ରେକର୍ଡ ଭାଙ୍ଗିବା ପରେ କ’ଣ କହିଲେ ପ୍ରଧାନମନ୍ତ୍ରୀ?

June 10, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.