Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଗତ ଦଶ ବର୍ଷ ଭିତରେ ଓଡିଶାରେ ଧାର୍ମିକ ବିଦ୍ଵେଷ ଜନିତ ହିଂସାକାଣ୍ଡ ଘଟିନାହିଁ, ସତ – ହେଲେ କନ୍ଧମାଳର ସ୍ମୃତି ଆମ ମନରୁ ଲିଭିନାହିଁ
ମତାମତ

ଗତ ଦଶ ବର୍ଷ ଭିତରେ ଓଡିଶାରେ ଧାର୍ମିକ ବିଦ୍ଵେଷ ଜନିତ ହିଂସାକାଣ୍ଡ ଘଟିନାହିଁ, ସତ – ହେଲେ କନ୍ଧମାଳର ସ୍ମୃତି ଆମ ମନରୁ ଲିଭିନାହିଁ

July 30, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଯେତେବେଳେ ସାରାଦେଶରେ ଧାର୍ମିକ ଉତ୍ତେଜନା ଓ ବିଦ୍ଵେଷ କାରଣରୁ ହିଂସାକାଣ୍ଡ ବଢି ବଢି ଚାଲିଛି, ସେତେବେଳେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ଏ ପ୍ରକାର ହିଂସାକାଣ୍ଡ ଘଟିନାହିଁ ବୋଲି ଫେକ୍ଟ ଚେକର ତରଫରୁ କୁହାଯାଇଛି। ଏହା କମ ଗୌରବର କଥା ନୁହେଁ। ଓଡିଶା ନିଜର ଶାନ୍ତି, ସଦଭାବନା ଓ ଏକତାର ପରମ୍ପରାକୁ ବଜାୟ ରଖିଛି। ଫେକ୍ଟ ଚେକର ତରଫରୁ ଏ ସଙ୍କ୍ରାନ୍ତରେ ଯେଉଁ ମାନଚିତ୍ରଟି ଉପସ୍ଥାପନ କରାଯାଇଛି, ସେଥିରେ ଦେଶର ପ୍ରାୟ ସବୁ ପ୍ରଦେଶରେ ରକ୍ତର ଛିଟା ପଡିଥିବା ବେଳେ ଓଡିଶା ସଂପୂର୍ଣ୍ଣ ନିର୍ମଳ ଦିଶୁଛି। ଦେଶରେ ୨୦୦୯ ରୁ ୨୦୧୯, ଗତ ଦଶ ବର୍ଷ ଭିତରେ ଧାର୍ମିକ ବିଦ୍ଵେଷ କାରଣରୁ ୧୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୭୩୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୋଟ ୨୯୭ଟି ବିଦ୍ଵେଷ ଜନିତ ଅପରାଧ ବା ହେଟ କ୍ରାଇମ ସଂଘଟିତ ହୋଇଛି। ଧାର୍ମିକ ବିଦ୍ବେଷର ଶିକାର ହୋଇ ୫୯% ମୁସଲମାନ, ୧୪% ହିନ୍ଦୁ ଓ ଖ୍ରୀଷ୍ଟିୟାନ ଏହି ହିଂସାକାଣ୍ଡର ଶିକାର ହୋଇଛନ୍ତି।
ଏହି ରିପୋର୍ଟ ରେ ଗତ ଦଶ ବର୍ଷ ଭିତରେ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ସର୍ବାଧିକ ଆକ୍ରମଣ ହୋଇଥିବାର ସ୍ପଷ୍ଟ ସୂଚନା ମିଳୁଛି। ବିଦ୍ଵେଷ ଜନିତ ଅପରାଧରେ ୫୯% ହିନ୍ଦୁ, ୧୨% ମୁସଲମାନ ଓ ୨୯% ଅଜଣା ସଂପ୍ରଦାୟର ଲୋକ ସାମିଲ ଅଛନ୍ତି। ଗୋରକ୍ଷା ଆଳରେ ୨୭% ଲୋକଙ୍କୁ ହତ୍ୟା ବା ଆକ୍ରମଣ କରାଯାଇଥିବା ବେଳେ ଆନ୍ତଃ ଧାର୍ମିକ ବିବାହ ପାଇଁ ୧୩% ଓ ସାମ୍ପ୍ରଦାୟିକ ସଂଘର୍ଷରେ ୯% ଓ ଅନ୍ୟାନ୍ୟ କାରଣରୁ ୩୦% ହିଂସାକାଣ୍ଡ ଘଟିଛି। ଗୋରକ୍ଷକ ମାନେ ଦେଶର ବିଭିନ୍ନ ଅଞ୍ଚଳରେ ନିଜର ହିଂସ୍ର କାର୍ୟକଳାପ ବଢାଇ ଚାଲିଛନ୍ତି।ଓଡିଶାରେ ଏପ୍ରକାର କାର୍ୟକଳାପ ଉପରେ ଗତ ଦଶ ବର୍ଷ ଭିତରେ ଅଙ୍କୁଶ ଲାଗିଛି। ତେବେ ଦୁଇ ବର୍ଷ ତଳେ କଟକ ରେଳ ଷ୍ଟେସନରେ ଗୋରକ୍ଷକମାନେ ଏକ ବଡ ହିଂସାକାଣ୍ଡ ଘଟାଇବାକୁ ଯାଉଥିଲେ। ଏ ସମ୍ପର୍କରେ ପୋଲିସର ତ୍ଵରିତ ପଦକ୍ଷେପ କାରଣରୁ ମାମଲାଟି ହିଂସ୍ର ହୋଇପାରିନଥିଲା।
ସେମିତି ଦୁଇ ବର୍ଷ ତଳେ ଭଦ୍ରଖରେ ମଧ୍ୟ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟି ପୋଡାଜଳା ହୋଇଥିଲା। ତେଣୁ ଓଡିଶା ଯେ ଏ ପ୍ରକାର ଉତ୍ତେଜନାରୁ ସଂପୂର୍ଣ୍ଣ ମୁକ୍ତ ରହିଛି, ତାହା କୁହାଯାଇପାରିବ ନାହିଁ। ୨୦୦୭-୦୮ ମସିହାରେ କନ୍ଧମାଳ ଜିଲାରେ ଯେଉଁ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା ସେଥିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ଏହାର ସହଯୋଗୀ ସଂଗଠନ ସାମିଲ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇଥିଲେ। ସେହି କାରଣରୁ ୨୦୦୯ ରେ ବିଜେପି-ବିଜେଡି ଭିତରେ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା। ସରକାରରୁ ବିଦା ହେବାପରେ ବିଜେପି ଓ ସଂଘ ପରିବାରର ଉଗ୍ର କାର୍ୟକଳାପ ଉପରେ ଅଙ୍କୁଶ ଲାଗିଥିଲା। ସେହି କାରଣରୁ ଗତ ଦଶ ବର୍ଷ ଭିତରେ ରାଜ୍ୟରେ ବିଶେଷ ସାମ୍ପ୍ରଦାୟିକ ବିଦ୍ଵେଷ ବା ଉତ୍ତେଜନା ଦେଖାଯାଇ ନାହିଁ। ତେବେ ଏହି ସମୟ ଭିତରେ ସମ୍ବଲପୁର, ଭଦ୍ରଖ, କେନ୍ଦ୍ରାପଡା, ରାଉରକେଲା, ଧାମନଗର ଇତ୍ୟାଦି ସହରରେ ସାମ୍ପ୍ରଦାୟିକ ବିଦ୍ଵେଷ ସୃଷ୍ଟି କରିବା ଲାଗି ଯୋଜନାବଦ୍ଧ ଉଦ୍ୟମ ହୋଇଛି।
ଉତ୍ତରପ୍ରଦେଶର ମହମ୍ମଦ ଅଖଲାଖ ହୁଅନ୍ତୁ ବା ରାଜସ୍ଥାନର ପେହେଲୁ ଖାନ, ଏମିତି ଶହେ ଲୋକଙ୍କୁ ଧାର୍ମିକ ଘୃଣା କାରଣରୁ ହତ୍ୟା କରାଯାଇଛି। ଅନେକ ସମୟରେ ହତ୍ୟାକାରୀ ଓ ହିଂସାକାଣ୍ଡ ଭିଆଉଥିବା ଲୋକଙ୍କୁ ଶାସକ ବିଜେପି ର ନେତାମାନେ ସମର୍ଥନ ଦେଇ ଆସୁଛନ୍ତି। ଓଡିଶାରେ କ୍ଷମତାରେ ଥିବା ବେଳେ ବିଜେପିର ମନ୍ତ୍ରୀ ଓ ପ୍ରମୁଖ ନେତାମାନେ ସମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ପରିବେଶ ସୃଷ୍ଟି କରୁଥିଲେ। ବିଜେଡି ନିଜ ବଳରେ ସରକାର ଗଢିବା ପରଠୁ ସେମାନଙ୍କ ସାହସ ହୁଏତ କମିଛି। ତେବେ ବିଜେଡି ସହିତ ବିଜେପିର ନୂଆ ସମୀକରଣ କନ୍ଧମାଳ ଦଙ୍ଗାର ସ୍ମୃତିକୁ ପୁଣିଥରେ ଉଜ୍ଜୀବିତ କରିଦେଉଛି।
ଗତ ଦଶ ବର୍ଷ ଭିତରେ ଭିଡ ଜନିତ ହିଂସା ଓ ଧାର୍ମିକ ବିଦ୍ଵେଷ ଜନିତ ଅପରାଧକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଥିବା ଓଡିଶା ସରକାର ଭବିଷ୍ୟତ ପ୍ରତି ମଧ୍ୟ ସତର୍କ ରହିବେ ବୋଲି ଆଶା କରାଯାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026

ଜୁନ୍‌ ୧ ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ “ଖେତ ବଚାଓ ଅଭିଯାନ”

May 31, 2026

ଗୁଜରାଟର ଭୁଜରେ ସୀମା ସଂପର୍କିତ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

May 31, 2026

ବନତାରା ପୁଣି ମିଳିଲା ନ୍ୟାୟ, ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

May 30, 2026
Latest News

ହିମାଚଳ ପ୍ରଦେଶର ନଗର ନିଗମ ନିର୍ବାଚନ ଫଳାଫଳ: ବିଜେପି ର ବିପୁଳ ବିଜୟ, ଜାଣନ୍ତୁ କଂଗ୍ରେସର ସ୍ଥିତି

May 31, 2026

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାର ନୂଆ ମୋଡ଼: ଗିରଫ ଅଭିଯୁକ୍ତଙ୍କ ସହ ଟିଏମସି ର ଲିଙ୍କ?

May 31, 2026

ଖରାଦିନେ ଗର୍ଭବତୀ ମହିଳା କିପରି ନେବେ ଯତ୍ନ?: ଜାଣନ୍ତୁ

May 31, 2026

ଲୋକପ୍ରିୟ ହେଲା ଭାରତୀୟ ମସଲା ଚା’: ବିଶ୍ବରେ ହେଲା ନମ୍ବର ଏକ

May 31, 2026

ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଛୁଟି, ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ବୈଭବ ସୂର୍ଯ୍ୟବଂଶୀ!

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.