Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ପପୁ ବନାମ ଗପ୍ପୁ ଓ ରାଜନୀତିରେ କମ କଥା କହିବାର ଗୁରୁତ୍ଵ
ମତାମତ

ପପୁ ବନାମ ଗପ୍ପୁ ଓ ରାଜନୀତିରେ କମ କଥା କହିବାର ଗୁରୁତ୍ଵ

December 20, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରିୟ ରଞ୍ଜନ ସାହୁ

ସାମ୍ବାଦିକତା କ୍ଷେତ୍ରରେ ମୋର ପାଖାପାଖି ୩୦ ବର୍ଷର ଅଭିଜ୍ଞତା । ସବୁ ସମୟ ଖବରକାଗଜରେ ଲେଖିଆସିଛି,  କିନ୍ତୁ କଥା କହିବାରେ ମୁଁ ବହୁତ ଦୁର୍ବଳ । ମୁଁ ଯାହା ଲେଖେ, ଠିକ୍ ସେଇ କଥା କାହା ସାମନାରେ ଯଦି କହିବାକୁ ହୁଏ, ତେବେ ମୋର ଦେହରୁ ଝାଳ ବାହାରିଯାଏ ।

ସାଙ୍ଗମାନେ କୁହନ୍ତି ଟେଲଭିଜନ ସାମନାରେ କହିଲା ବେଳେ, କିଛି କହିବା ଶୈଳୀ ପରିବର୍ତ୍ତନ କରିବା ଦରକାର । କେଉଁ ଯାଗାରେ ଧିରେ କହିବା, କେଉଁ ଯାଗାରେ ପାଟି କରି କହିବା, କେଉଁ ଯାଗାରେ ପଜ୍ ଦେବା କଥା ବିଷୟରେ ଅନେକ ଟିପ୍ସ୍ ମିଳେ । ମୁଁ କିନ୍ତୁ ଭାବେ ସେଥିରେ ମୋର କିମ୍ବା କୌଣସି ବ୍ୟକ୍ତିର ମୌଳିକତା ନଷ୍ଟ ହେବାର ଅନେକ ସମ୍ଭାବନା ଅଛି ।

ବେଶୀ କଥା କହିବା ସବୁବେଳେ କାମ ଦିଏନି । ନୀରବତାର ମଧ୍ୟ ଏକ ସଶକ୍ତ ଭାଷା ଅଛି । ସେ ଭାଷା ବହୁତ ବଳିଷ୍ଠ । ଉଦାହରଣ ସ୍ୱରୁପ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଅନ୍ତୁ । ଖୁବ୍ କମ୍ କଥା କହିବା ଲୋକ । କିନ୍ତୁ ୧୮ ବର୍ଷରୁ ବେଶି ସମୟ ଶାସନରେ ଅଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କମ୍ କଥା କହିବା ଲୋକ । ସେ ମଧ୍ୟ ୧୦ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ରହିଥିଲେ ।

କମ୍ କଥା କହୁଥିବା ଏ ଦୁଇ ବ୍ୟକ୍ତିିତ୍ୱଙ୍କ ମଜାକ ଉଡାଇବାର ଲୋକ ମଧ୍ୟ ଅଛନ୍ତି । ମନମୋହନ ସିଂକୁ ମୌନମୋହନ କିମ୍ବା ନବୀନ ପଟ୍ଟନାୟକକୁ ପପୁ ବୋଲି କହିବାରେ ଲୋକ ଆନନ୍ଦ ପାଇଥାନ୍ତି । ଯଦିଓ ପପୁ ଡାକ ନାଁ ଟା ପଟ୍ଟନାୟକଙ୍କ ପରିବାରର ସ୍ନେହ ପ୍ରଦତ୍ତ ନାମ ।

ପପୁ । ଏଇଟା ଗୋଟେ ସ୍ନେହର ନାଁ, ଅନେକ ମା ବାପା ନିଜର ପୁଅମାନଙ୍କୁ ପପୁ ବୋଲି ସମ୍ବୋଧନ କରିଥାନ୍ତି ।

କିନ୍ତୁ ସାମ୍ପ୍ରତିକ ରାଜନୀତିରେ ପପୁ ଶବ୍ଦ ଯେମିତି ଗୋଟିଏ ମଜାକ ହୋଇଯାଇଛି ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ କ୍ଷେତ୍ରରେ ତ ତାହା ଗାଳି ହୋଇଯାଇଛି । ରାଜନୈତିକ ବିରୋଧି ମାନେ ରାହୁଲ ଗାନ୍ଧୀଙ୍କ ପ୍ରତି ପପୁ ଶବ୍ଦର ବ୍ୟବହାର, ବା ଅପବ୍ୟବହାର, ତାଙ୍କୁ ଭକୁଆ, ଅପାରଗ, ନିରର୍ଥକ  ବ୍ୟକ୍ତି ଭାବରେ ଚିତ୍ରଣ କରିଛନ୍ତି ।

ରାହୁଲ ଗାନ୍ଧୀ ଭଲଭାବରେ କଥା କହି ପାରନ୍ତି ନାହିଁ । ସେ ବାରମ୍ବାର ଭୁଲ କରି ଆସିଛନ୍ତି । ଏଭଳିଆ ପ୍ରଚାର ୨୦୧୪ ଠୁ ପ୍ରବଳଭାବରେ ସୋଶିଆଲ ମିଡିଆ ଜରିଆରେ କରା ହୋଇଛି । ଅନେକ ଲୋକଙ୍କ ସହ କଥାବାର୍ତ୍ତା କଲାବେଳେ ମୁଁ ମଧ୍ୟ ହୃଦବୋଧ କରିଛି ଯେ, ସେମାନେ ସତରେ ରାହୁଲ ଗାନ୍ଧୀଙ୍କୁ ‘ପପୁୁ’ ବୋଲି ଭାବନ୍ତି ।

ସତରେ ସେ କଣ ‘ପପୁ’ । ମୁଁ ୨୦୦୨/୨୦୦୩ ମସିହାକୁ ଯିବି । ରାହୁଲ ଗାନ୍ଧୀ କେନ୍ଦ୍ର ସରକାରରେ କାର୍ଯ୍ୟରତ ଥିବା ଜଣେ ଦୁଇଜଣ ଓଡିଆ ଅଫିସରଙ୍କ ଘରକୁ ଲଗାତାର ଯାଉଥିଲେ । ଆପାତତଃ ଛାତ୍ର ଭାବରେ । ଦେଶର ବିଭିନ୍ନ ସରକାରୀ ଯୋଜନା ବିଷୟରେ ପ୍ରାଞ୍ଜଳ ଭାବରେ ଜାଣିବାକୁ ଜିଜ୍ଞାସୁ ମନୋଭାବ ନେଇ । ଏପରିକି ସେ ଅଫିସର ମାନେ ପରିବାର ସହ ରାତ୍ରିଭୋଜନ କଲାବେଳେ ସେ ବାହାରେ ବସି ସେମାନଙ୍କୁ ଅପେକ୍ଷା କରୁଥିଲେ ।

ତେବେ ଆମେ ଏଇ କଥାକୁ ବିଶ୍ୱାସ କରିବା ବା ଯେଉଁ କଥା, ଯେଉଁ  ସୋସିଆଲ ମିଡିଆରେ ପ୍ରଚାର ହୋଇଛି ତାକୁ ବିଶ୍ଵାସ କରିବା ?

କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ବା ପୁର୍ଣ୍ଣାଙ୍ଗ ନୁହେଁ । ରାହୁଲ ଗାନ୍ଧୀ ମଧ୍ୟ ନୁହନ୍ତି । ସେ ମଧ୍ୟ ଅନେକ ଭୁଲ କରିଛନ୍ତି । ସର୍ବସାଧାରଣରେ କ୍ଷମା ମଧ୍ୟ ମାଗିଛନ୍ତି । କିନ୍ତୁ ବିଗତ ଦୁଇବର୍ଷରେ ତାଙ୍କର କାର୍ଯ୍ୟକଳାପ ଦେଖିଲେ, ସେ ଜଣେ ବୋକା, ନିର୍ବୋଧ ଓ ଅପାରଗ, ସେ କଥା ହୃଦବୋଧ  ହେଉନାହିଁ ।

କଂଗ୍ରେସର ଦାୟିତ୍ୱ ନେଲା ଆଗରୁ ଓ ପରେ ରାହୁଲ ଗାନ୍ଧୀ ପାର୍ଟିକୁ ସୁଦୃଢ କରିବା ପାଇଁ ପ୍ରବଳ ଚେଷ୍ଟା କରିଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ସାଙ୍ଗରେ ବାର୍ତ୍ତାଳପ କରିଛନ୍ତି । ଦେଶ ଓ ବିଦେଶର ନାମଜାଦା ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରମାନଙ୍କ ସହିତ ଦେଶର ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର ବିଷୟରେ ଫେସ୍ ଟୁ ଫେସ୍ ଆଲୋଚନା କରିଛନ୍ତି । ଅସୁବିଧା ଜନକ  ପ୍ରଶ୍ନ ଗୁଡିକର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି ।

ଏସବୁୁ ପରିଶ୍ରମର ଫଳ ଗୁଜୁରାଟ, କର୍ଣ୍ଣାଟକ ଓ ସଦ୍ୟ ନିର୍ବାଚନ ହୋଇଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ତାଙ୍କୁ ଓ କଂଗ୍ରେସକୁ ମିଳିଛି । କେହି ମାନୁ ବା ନମାନୁ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବୁଠୁ ବଡ ପ୍ରତିଦ୍ୱନ୍ଦୀ ଭାବରେ ଛିଡା ହୋଇଛନ୍ତି ।

କଥା ବେଶୀ କହିବା ଯେ ଖରାପ ଏହା ମୁଁ କହୁନାହିଁ । କିନ୍ତୁ କଥା ଯଦି ଚଳଚ୍ଚିତ୍ର ଅଭିନେତାଙ୍କ ଠାରୁ ତାଲିମ ନେଇକି ରାଲିରେ ଭାଷଣ ଦେବାର ଏକ ନାଟକୀୟ କୌଶଳ ମାତ୍ର ହୁଏ , ତେବେ ତାହା ବେଶୀ ଦିନ ଲୋକଙ୍କୁ ପ୍ରଭାବିତ କରିପାରିବନାହିଁ  ।

ହୃଦୟରୁ ବାହାରୁଥିବା  କଥା ଲୋକ ସବୁଦିନ ବିଶ୍ୱାସ କରିବେ । ଆଜି ମଧ୍ୟ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ ୟୁ ଟ୍ୟୁବରେ  ଦେଖୁଛନ୍ତି, କାରଣ ବାଜପେୟୀ ଯାହା କହୁଥିଲେ, ତାହା ମନରୁ କହୁଥିଲେ। ମନର କଥା,  ନାଟକ ହେଲେ ତାହା ପ୍ରଭାବ ହରାଇବାକୁ ବାଧ୍ୟ।

Share. Facebook Twitter LinkedIn Email WhatsApp Copy Link

Related Posts

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026
Latest News

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.