Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଓଡିଶାର ସାମ୍ବାଦିକତା ଓ ବିଜୁ ପଟ୍ଟନାୟକ, ଏକ ଭିନ୍ନ ଆକଳନ
ମତାମତ

ଓଡିଶାର ସାମ୍ବାଦିକତା ଓ ବିଜୁ ପଟ୍ଟନାୟକ, ଏକ ଭିନ୍ନ ଆକଳନ

March 5, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link
biju patnaik ex chief minister of Odisha
biju patnaik ex chief minister of Odisha

ପ୍ରଶାନ୍ତ ପଟ୍ଟନାୟକ

ଜଣେ ଅତ୍ୟନ୍ତ ଦୁଃସାହସିକ, ବୈମାନିକ ଓ ଦୂରଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ବିଜୁବାବୁଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ସାମ୍ବାଦିକତା କ୍ଷେତ୍ରରେ ବିଜୁବାବୁଙ୍କର ଅବଦାନ ସମ୍ପର୍କ କେବେ ହେଲେ ଅ ।ଲୋଚନା ହେଉନଥିବାରୁ ତାଙ୍କ ଜୀବନର ଏହି ଦିଗଟି ପ୍ରାୟ ଅନ୍ଧାରରେ ରହିଯାଇଛି ।
ସ୍ୱାଧୀନତା ପୂର୍ବରୁ ଏବଂ ପରେ ପରେ ସମ୍ବାଦପତ୍ର ଗଣମାଧ୍ୟମର ଏକମାତ୍ର ଅସ୍ତ୍ର ରୂପେ ଥିବାରୁ ଏବଂ ଜନସାଧାରଣଙ୍କୁ ପ୍ରଭାବିତ କରିବା ଲାଗି ଅନ୍ୟ କୌଣସି ସମ୍ଭାବ୍ୟ ବିକଳ୍ପ ନଥିବାରୁ ବିଶିଷ୍ଟ ବାମପନ୍ଥୀ ନେତା ଓ ସାମ୍ବାଦିକ ଶ୍ରୀ ଏଡେଟାଟା ନାରାୟଣନ୍, ଡ. ଏ.ଭି. ବାଲିଗା, ଅରୁଣା ଅ ।ସଫ ଅଲ୍ଲୀ ପ୍ରମୁଖ ଯେତେବେଳେ ଗୋଟିଏ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରିବା ଲାଗି ଚିନ୍ତା କରିଥିଲେ, ସେମାନଙ୍କ ସହ ସାମିଲ ହୋଇଥିଲେ ବିଜୁ ପଟ୍ଟନାୟକ । ସେ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ରୟାଲ ଇଣ୍ଡିଅ ।ନ୍ ଏୟାରଫୋର୍ସରେ ପାଇଲଟ୍ ଥିବା ସମୟରେ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ,ରାମ ମନୋହର ଲୋହିଅ ।, ଅରୁଣା ଅ ।ସଫ ଅଲ୍ଲୀ ପ୍ରମୁଖଙ୍କୁ ଗୋପନରେ ନିରାପଦ ସ୍ଥାନକୁ ନେବା ଅ ।ଣିବା କରି ବହୁ ବିପ୍ଳବୀଙ୍କର ଏକାନ୍ତ ଅ ।ସ୍ଥାଭାଜନ ହୋଇସାରିଥିଲେ । ତେଣୁ ଶ୍ରୀମତି ଅ ।ସଫ୍ ଅଲ୍ଲୀ, ଡ. ବାଲିଗା, ଶ୍ରୀ ନାରାୟଣନ୍ ପ୍ରମୁଖ ବିଜୁଙ୍କ ସହଯୋଗରେ ଦିଲ୍ଲୀର ଓଲଡ୍ ଥିଏଟର ରୋଡ୍ ସ୍ଥିତ ଏକ ଗୋଦାମ ଘରୁ ଦେଶର ପ୍ରଥମ ସମ୍ବାଦ ସାପ୍ତାହିକ ପତ୍ରିକା “ଲିଙ୍କ୍’ ପ୍ରକାଶ ପାଇବା ଲାଗି ବ୍ୟବସ୍ଥା ହୋଇଥିଲା । ସେତେବେଳେ ବିଜୁ ସବୁପ୍ରକାର ସହଯୋଗ କରିବା ସହ ଦିଲ୍ଲୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବହୁତଳ ପ୍ରାସାଦରୁ ଏହି ପତ୍ରିକାଟି ପ୍ରକାଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରସ୍ତାବ ଶୁଣି ଅରୁଣାଜୀ ଏବଂ ଅନ୍ୟମାନେ କହିଥିଲେ ” ତୁମର ଚେହେରା ଯେଭଳି ଉଚ୍ଚ ତୁମର ଚିନ୍ତାଧାରା ସେଭଳି ଉଚ୍ଚ, ମାତ୍ର ଏଥିପାଇଁ ଅ ।ବଶ୍ୟକ ଟଙ୍କା ଅ ।ସିବ କେମିତି ?’ ବିଜୁ ସେତବେଳେ କହିଥିଲେ, “ଇଫ୍ ଦେୟାର ଇଜ୍ ଏ ଉଇଲ, ଦେୟାର ଉଇଲ ବି ଏ ୱେ’ ( ଅ ।ମେ ଇଚ୍ଛା ଓ ଉଦ୍ୟମ କଲେ ପଇସାର ଅ ।ଦୌ ଅଭାବ ରହିବ ନାହିଁ) ।
ସେତେବେଳେ ବିଜୁଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍ସ ନେପାଳର କାଠମାଣ୍ଡୁ ସମେତ ବିଭିନ୍ନ ସ୍ଥାନକୁ ଯାତ୍ରୀ ଓ ମାଲ ପରିବହନ କରି ବେଶ୍ ଅ ।ଦୃତ ହୋଇଥିଲା । ତେଣୁ ଏହି ଏୟାରଲାଇନ୍ସର ଯୋଗାଯୋଗ ଥିବାର ବ୍ୟକ୍ତିମାନଙ୍କ ଠାରୁ ପ୍ରସ୍ତାବିତ “ଲିଙ୍କ’ ପାଇଁ ସାହାଯ୍ୟ ଓ ସହଯୋଗ ଲୋଡାଯାଇଥିଲା । ସେତେବେଳେ କଳିଙ୍ଗ ଏୟାରଲାଇନ୍ସର ନେପାଳ ଅଫିସ ଦାୟିତ୍ୱରେ ଥିଲେ ଉଚ୍ଚ ଶିକ୍ଷିତ ଓଡିଅ । ଯୁବକ ବଙ୍କିମ ଚନ୍ଦ୍ର ଦାସ । ବିଜୁଙ୍କ ପ୍ରତି ତାଙ୍କର ପ୍ରଚଣ୍ଡ ଅନୁରକ୍ତି ଏବଂ ସାମ୍ବାଦିକତା ପ୍ରତି ବିଶେଷ ଶ୍ରଦ୍ଧା ଥିବା ହେତୁ ସେ ଏହି ପତ୍ରିକାଟି ପ୍ରକାଶ କରିବା ନିମନ୍ତେ ଗଠିତ ୟୁନାଇଟେଡ୍ ଇଣ୍ଡିଅ । ପିରିଅଡିକାଲସ୍ ପ୍ରା. ଲି.ର ଅଂଶଧନ ବିକ୍ରି କରିବା ଦିଗରେ ଉଦ୍ୟମ ଅ ।ରମ୍ଭ କରିଥିଲେ । ନିଜେ ବିଜୁବାବୁ ଓ ତାଙ୍କର ବନ୍ଧୁମାନେ ମଧ୍ୟ ଏହାର ଅଂଶଧନ ବିକ୍ରିପାଇଁ ଲାଗି ପଡିଥିଲେ । ଏହି ଉଦ୍ୟମରେ ସଫଳ ହେବା ଫଳରେ ଲିଙ୍କ୍ ପତ୍ରିକାଟି ଅ ।ତ୍ମପ୍ରକାଶ କରି କେବଳ ଭାରତରେ ନୁହେଁ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରରେ ମଧ୍ୟ ଅ ।ଦୃତ ହୋଇଥିଲା । ଇତି ମଧ୍ୟରେ ଦିଲ୍ଲୀର ବାହାଦୂର ଶାହ ଜାଫର ମାର୍ଗଠାରେ ଏକ ଜମି ନେଇ “ଲିଙ୍କ୍ ହାଉସ୍’ ନିର୍ମାଣ କରାଯାଇ ସେହିଠାରୁ ଦୈନିକ “ପ୍ୟାଟ୍ରିୟଟ୍’ ସମ୍ବାଦପତ୍ର ପ୍ରକାଶ ପାଇଁ ମଧ୍ୟ ପଦକ୍ଷେପ ନିଅ ।ଗଲା । ବିଜୁଙ୍କ ସହଧର୍ମିଣୀ ଶ୍ରୀମତି ଜ୍ଞାନ ପଟ୍ଟନାୟକ ସଂପୃକ୍ତ ପ୍ରକାଶନ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶିକା ଭାବରେ ରହିଲେ ।
ପଣ୍ଡିତ ଜବାହାରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ତଥା ଦେଶର ବୈଦେଶିକ ମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ଭି.କେ କ୍ରିଷ୍ଣାମେନନ୍, ସମାଜବାଦୀ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ବହୁ କଂଗ୍ରେସ ନେତା ଏହି ପ୍ରକାଶନ ସଂସ୍ଥାର ଶୁଭଚିନ୍ତକ ଥିଲେ । ଏଡେଟାଟା ନାରାୟଣନ୍ ପ୍ୟାଟ୍ରିୟଟ ଦୈନିକ ଓ ଲିଙ୍କ୍ ସାପ୍ତାହିକର ମୁଖ୍ୟ ସଂପାଦକ ଏବଂ ସୁପରିଚିତ ସମାଜବାଦୀ ସାମ୍ବାଦିକ ପି. ବିଶ୍ୱନାଥ ଏହାର ସଂପାଦକ ଭାବରେ ଦାୟିତ୍ୱ ତୁଲାଇଥିଲେ । ଦେଶର ପ୍ରଗତିଶୀଳ ଓ ସମାଜବାଦୀ ଚିନ୍ତାଧାରାର ବାର୍ତ୍ତାବହ ଭାବରେ ଏହି ସମ୍ବାଦପତ୍ର ଓ ସାପ୍ତାହିକ ପତ୍ରିକା ଦିଲ୍ଲୀର ରାଜନୀତିକୁ ପ୍ରଭାବିତ କରିବାରେ କେତେକ ପରିମାଣରେ ସଫଳ ହୋଇପାରିଥିଲା ।
ବିଜୁଙ୍କ “ଲିଙ୍କ୍ ହାଉସ୍’ ନିର୍ମାଣର ସ୍ୱପ୍ନକୁ ପ୍ରଥମେ ପ୍ରଥମେ ଅରୁଣାଜୀ ମଧ୍ୟ ବିରୋଧ କରିଥିଲେ । ସେ କହିଥିଲେ, ହାତରେ ଧନ ନଥିବା ସମୟରେ ଏତେବଡ ସ୍ୱପ୍ନ ଦେଖିବା ଉଚିତ ହେବ ନାହିଁ । ମାତ୍ର ବିଜୁ ତାଙ୍କ ସ୍ୱଭାବ ସୁଲଭ ଭଙ୍ଗୀରେ କହୁଥିଲେ, ” ଅରୁଣାଜୀ, ଅ ।ପଣା ଅ ।ଦୌ ହତାଶ ହୁଅନ୍ତୁ ନାହିଁ, ନିଜ ଉପରେ ଓ ମୋ ଭଳି ଅ ।ପଣଙ୍କ ସହ ଥିବା ପ୍ରତିଟି “ସୈନିକ’ ଉପରେ ଅ ।ସ୍ଥା ରଖନ୍ତୁ, ନିଶ୍ଚିତ ଭାବରେ ଏହିଠାରେ “ଟାଇମ୍ସ ଅଫ୍ ଇଣ୍ଡିଅ ।’, “ଇଣ୍ଡିଅ ।ନ୍ ଏକ୍ସପ୍ରେସ୍’ ପ୍ରଭୃତି ସମ୍ବାଦପତ୍ରର କାର୍ଯ୍ୟାଳୟ ନିକଟରେ ଲିଙ୍କ୍ ହାଉସ୍ ମୁଣ୍ଡଟେକି ଛିଡାହେବ ।’
ଏହି ସାମ୍ବାଦିକ ୧୯୬୭ ମସିହା ଠାରୁ ଲିଙ୍କ ଓ ପ୍ୟାଟ୍ରିୟଟ୍ ସହ ସଂପୃକ୍ତ ହେବା ପରେ ଯେତେବେଳେ ଶ୍ରୀମତି ଅ ।ସଫ୍ ଅଲ୍ଲୀଙ୍କ ସହ ଦେଖାହୁଏ ସେ ସବୁବେଳେ ଲିଙ୍କ୍ ହାଉସ୍ ନିର୍ମାଣରେ ବିଜୁଙ୍କ ଅବଦାନ ସଂପର୍କରେ ମନେ ପକାଇ ଏଥିପାଇଁ ତାଙ୍କୁ ପ୍ରଶଂସା କରିବା ସମୟରେ ଯଥେଷ୍ଟ ପରିମାଣରେ ଭାବପ୍ରବଣ ହୋଇଉଠିଥାନ୍ତି ।
ଏହା ତ ଗଲା ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ ବିଜୁଙ୍କ ଅବଦାନ । ଓଡିଅ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ । ଓଡିଶାରୁ ପ୍ରକାଶ ପାଉଥିବା ସମାଜ, ପ୍ରଜାତନ୍ତ୍ର, ମାତୃଭୂମି, ଗଣତନ୍ତ୍ର ପ୍ରଭୃତି ସମ୍ବାଦପତ୍ରଗୁଡିକରେ ବହୁ ଉଚ୍ଚ ଶିକ୍ଷିତ ସାମ୍ବାଦିକ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ପେଶା ପ୍ରତି ଶିକ୍ଷିତ ଯୁବକମାନଙ୍କୁ ଅ ।କର୍ଷିତ କରିବା ଭଳି ଦରମା ମିଳୁନଥିବାରୁ ଅନେକ ଏଥିପ୍ରତି ଅ ।ଗ୍ରହୀ ହେଉନଥିଲେ । ବହୁ କ୍ଷେତ୍ରରେ ଡ. ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ ପ୍ରମୁଖଙ୍କ ଅନୁଗାମୀମାନଙ୍କୁ ଏବଂ ଦଳୀୟ କର୍ମୀମାନଙ୍କୁ ସାମ୍ବାଦିକ ଭାବରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳୁଥିଲା । ସେହି ଦୃଷ୍ଟିରୁ ସାମ୍ବାଦିକତାକୁ ପେଶା ଭାବରେ ଗ୍ରହଣ କରିବା ପାଇଁ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ଅ ।ଗ୍ରହ ପ୍ରକାଶ ପାଉନଥିଲା । ମାତ୍ର, ବିଜୁବାବୁ ଯେତବେଳେ “କଳିଙ୍ଗ’ ସମ୍ବାଦପତ୍ରଟି ପ୍ରକାଶ କରିବା ଲାଗି ସ୍ଥିର କଲେ ସେତେବେଳେ ରାଜ୍ୟର ଜଣାଶୁଣା କବି ଓ ସାହିତ୍ୟିକ ତଥା ବାମପନ୍ଥୀ ନେତା ଶ୍ରୀ ମନମୋହନ ମିଶ୍ରଙ୍କୁ ଏହାର ସଂପାଦକ ଭାବରେ ନିଯୁକ୍ତି ଦେବା ସହ ବିଶିଷ୍ଟ କମ୍ୟୁନିଷ୍ଟ ନେତା ଶ୍ରୀ ବୈଦନାଥ ରଥଙ୍କୁ ଏହାର ଜେନେରାଲ ମ୍ୟାଜେନର ଭାବରେ ନିଯୁକ୍ତି ଦେଇଥିଲେ । ଏହି ସମ୍ବାଦପତ୍ରରେ ପ୍ରଖ୍ୟାତ କବି ଶ୍ରୀ ଜ୍ଞାନେନ୍ଦ୍ର ବର୍ମା, ଶ୍ରୀ ଭାନୁଜୀ ରାଓଙ୍କୁ ମଧ୍ୟ ସମ୍ମାନର ସହ ନିଯୁକ୍ତି ଦିଅ ।ଯାଇଥିଲା । ପରବର୍ତ୍ତୀ କାଳରେ ବିଶିଷ୍ଟ ଔପନାସିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଏହାର ସଂପାଦକ ଭାବରେ ଯୋଗ ଦେଇଥିଲେ । ସେ ସମୟରେ ଘରୋଇ କଲେଜର ଅଧ୍ୟାପକମାନଙ୍କ ଦରମା ମାତ୍ର ଦୁଇଶହ ଷାଠିଏ ଟଙ୍କା ଓ ସରକାରୀ କଲେଜର ଅଧ୍ୟାପକମାନଙ୍କ ଦରମା ଦୁଇଶହ ନବେ ଟଙ୍କାରୁ ଅ ।ରମ୍ଭ ହେଉଥିଲା । ମାତ୍ର ଯେଉଁ ଉଚ୍ଚ ଶିକ୍ଷିତ ଯୁବକମାନେ କଳିଙ୍ଗରେ ସହ ସଂପାଦକ ଭାବରେ ଯୋଗ ଦେଇଥିଲେ ସେମାନଙ୍କୁ ସର୍ବନିମ୍ନ ତିନିଶହ ପଚାଶ ଟଙ୍କା ଦରମା ମିଳିବାରୁ ଶ୍ରୀ ଦୀପକ ମିଶ୍ର, ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ବହୁ ଉଚ୍ଚ ଶିକ୍ଷିତ ଯୁବକ ଅଧ୍ୟାପନାରୁ ଇସ୍ତଫା ଦେଇ କଳିଙ୍ଗ ସମ୍ବାଦପତ୍ରରେ ଯୋଗ ଦେଇଥିଲେ ।
କେବଳ ସେତିକି ନୁହେଁ, “କଳିଙ୍ଗ’କୁ ଏକ ସୁଦୃଶ୍ୟ ଓ ରୁଚିସୁଲଭ ସମ୍ବାଦପତ୍ର ଭାବେ ପ୍ରକାଶ କରିବା ଲାଗି ସେ ସର୍ବଦା ଚେଷ୍ଟିତ ଥିଲେ । ଫଳରେ କଳିଙ୍ଗ ଏକାଧିକବାର ସୁଦୃଶ୍ୟ ସମ୍ବାଦପତ୍ର ଭାବରେ ଜାତୀୟ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିଲା ।
ସାମ୍ବାଦିକ ମାନଙ୍କୁ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଦେବା ଲାଗି ବିଜୁ କେବେ ହେଲେ କୁଣ୍ଠିତ ନଥିଲେ । ସମ୍ବାଦିକ ସମ୍ମିଳନୀ ସମୟରେ ସେ ରୁଚିଶୀଳ ଖାଦ୍ୟପେୟ ପରିବେଷଣ କରିବା ଲାଗି ବ୍ୟବସ୍ଥା କରୁଥିଲେ । ସାମ୍ବାଦିକମାନେ ବିପଦ ଅ ।ପଦର ସମ୍ମୁଖୀନ ହେଲେ ବିଜୁ ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଲାଗି ତତ୍ପର ହୋଇଉଠିଥିଲେ । ତାଙ୍କରି ଶାସନ କାଳରେ କୌଣସି ସାମ୍ବାଦିକ ସରକାରୀ ଦଳ ବା ସରକାରୀ କଳର ଅ ।କ୍ରୋଶର ଶିକାର ହୋଇନଥିଲା । ପରବର୍ତ୍ତୀ କାଳରେ ଯେତେବେଳେ ସାମ୍ବାଦିକମାନେ ଅ ।କ୍ରୋଶର ଶିକାର ହୋଇଥିଲେ ସେତେବେଳେ ଖୋଦ୍ ବିଜୁବାବୁ ସେମାନଙ୍କ ନିରାପତ୍ତା ଦାବି କରିବା ଲାଗି ପଶ୍ଚାତ୍ପଦ ଦେଉନଥିଲେ । ସେ ଥିଲେ ସାମ୍ବାଦିକମାନଙ୍କ ପାଇଁ ଅସରନ୍ତି ପ୍ରେରଣା ଉତ୍ସ ।

(ପ୍ରଶାନ୍ତ ପଟ୍ଟନାୟକ, ଓଡିଶାର ବରିଷ୍ଠତମ ସାମ୍ବାଦିକ, ଲେଖକ ଓ ସମ୍ପାଦକ। )

bijubabu BJD Odisha
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

ଡିମ୍ପଲ ଯାଦବଙ୍କ ସମେତ ଅନେକ ଏସପି ସାଂସଦ ଅଟକ: ସମାଜବାଦୀ ପାର୍ଟିର ଦାବି

July 20, 2026

ସତରେ କ’ଣ NEET ଫଳାଫଳରେ ଅନିୟମିତତା ହୋଇଛି?: ଜାଣନ୍ତୁ NTA ର ପ୍ରତିକ୍ରିୟା

July 20, 2026
Latest News

ଶାମି ଏବଂ ସିରାଜଙ୍କ ସମର୍ଥନରେ ଆସିଲେ ଏହି ଅଭିଜ୍ଞ କ୍ରିକେଟର: ଗମ୍ଭୀର କଲେ ସମାଲୋଚନା

July 21, 2026

୬୬ତମ ଓଡ଼ିଶା ରାଜ୍ୟ ଜୁନିୟର ଓ ସବ୍-ଜୁନିୟର ସନ୍ତରଣ ପ୍ରତିଯୋଗିତା ଆରମ୍ଭ

July 21, 2026

ସଂସ୍କୃତ ଓ ଅର୍ଥଶାସ୍ତ୍ର ବିଷୟର ୧୨୦ ନବନିଯୁକ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଦିଗଦର୍ଶନ କର୍ମଶାଳା

July 21, 2026

କ୍ୟାଚ୍‌ ଦ ରେନ୍‌ ଅଭିଯାନ ଅଧୀନରେ ୭୫ଟି ଅମୃତ ସାମ୍‌ ସହର ସହିତ ଜାତୀୟ ମତବିନିମୟ କାର୍ଯ୍ୟକ୍ରମ

July 21, 2026

ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ: ସମନ୍ୱୟ ସମିତି

July 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.