ଆଜିଠାରୁ ବାରବାଟୀରେ ଖେଳାଯିବ ଓଡିଶା କ୍ରିକେଟ୍‌ ଲିଗ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ

Published: Dec 27, 2020, 1:10 pm IST

କଟକ: ଆଜିଠାରୁ ଓଡିଶା କ୍ରିକେଟ୍‌ ଲିଗ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଉଛି। ଏଥିରେ ଓଡ଼ିଶା ଲାୟନ୍‌ସ, ଓଡ଼ିଶା ଟାଇଗର୍ସ, ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା ପାନ୍ଥର୍ସ ଓ ଓଡ଼ିଶା ପ୍ୟୁମାସ୍ ନାମରେ ୬ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଉଦଘାଟନୀ ମ୍ୟାଚ୍ ରେ ଓଡ଼ିଶା ପାନ୍ଥର୍ସ-ଓଡ଼ିଶା ପ୍ୟୁମାସ୍ ମଧ୍ୟରେ ଖେଳାଯିବ। ଏହି ପ୍ରତିଯୋଗିତାର ସମସ୍ତ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

ଜାନୁଆରୀ ୧୦ପର୍ଯ୍ୟନ୍ତ ଲିଗ୍‌ ପର୍ୟ୍ୟାୟ ଖେଳାଯିବାକୁ ଥିବା ବେଳେ ୧୪ରେ ଫାଇନାଲ୍ ମ୍ୟାଚ ହେବ। ଲିଗ୍‌ ପର୍ୟ୍ୟାୟରେ ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ୧୭ ଦିନରେ ମୋଟ ୩୩ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଅପରାହ୍ଣ ୩.୩୦ରୁ ଓ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୭.୩୦ରୁ ଫ୍ଲଡ୍‌ ଲାଇଟ୍‌ରେ ଖେଳାଯିବ।

Related posts