Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିହାରୀ ଓ ଅଶ୍ଵିନୀଙ୍କ ଲଢୁଆ ବ୍ୟାଟିଂ: ତୃତୀୟ ଟେଷ୍ଟ ଡ୍ର ରଖିଲା ଭାରତ
ଅନ୍ତରାଷ୍ଟ୍ରୀୟ

ବିହାରୀ ଓ ଅଶ୍ଵିନୀଙ୍କ ଲଢୁଆ ବ୍ୟାଟିଂ: ତୃତୀୟ ଟେଷ୍ଟ ଡ୍ର ରଖିଲା ଭାରତ

January 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସିଡନୀ: ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଡ୍ର ହୋଇଛି। ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ଵିନୀ ଭାରତକୁ ଏକ ନିଶ୍ଚିତ ପରାଜୟରୁ ରକ୍ଷା କରିଛନ୍ତି। ଉଭୟଙ୍କ ଲଢୁଆ ବ୍ୟାଟିଂ ବଳରେ ଏହି ଟେଷ୍ଟ କୁ ଡ୍ର କରିବାରେ ସମର୍ଥ ହୋଇଛନ୍ତି। ଷଷ୍ଠ ୱିକେଟରେ ହନୁମା ବିହାରୀ ଓ ଅଶ୍ଵିନୀଙ୍କ ଯୋଡି ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ପଞ୍ଚମ ୱିକେଟ ପତନ ପରେ ଦୁହେଁ ୪୩ ଓଭର ପର୍ଯ୍ୟନ୍ତ ଖେଳି ମ୍ୟାଚକୁ ଡ୍ର ରଖିଥିଲେ। ଏହା ସହିତ ତୃତୀୟ ମ୍ୟାଚ ପରେ ମଧ୍ୟ ସିରିଜ ୧-୧ରେ ବରାବର ହୋଇଛି।

ହନୁମା ବିହାରୀ ୧୬୧ ବଲରେ ୨୩ ରନ କରିଥିବା ବେଳେ ଅଶ୍ଵିନୀ ୧୨୮ ବଲରେ ୩୯ ରନ କରିଛନ୍ତି। ପୂର୍ବରୁ ଋଷଭ ପନ୍ତ ମଧ୍ୟ ଏକ ଦମଦାର ବ୍ୟାଟିଂ କରି ୧୧୮ ବଲରେ ୯୭ ରନ ସଂଗ୍ରହ କରିଥିଲେ। ସେହିପରି  ଚେତେଶ୍ଵର ପୂଜାରା ୨୦୫ ବଲରେ ୭୭ ରନ ସଂଗ୍ରହ କରିଥିଲେ। କିନ୍ତୁ ଅଧିନାୟକ ଅଜିଙ୍କ୍ୟ ରାହାନେ ଆଜି ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ। ଗତକାଲି ରୋହିତ ଶର୍ମା ୫୨ ରନ, ଶୁଭମାନ ଗିଲ ୩୧ ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହଜିଲଉଡ ଏବଂ ନାଥନ ଲାୟନ ୨ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲା ବେଳେ ପ୍ୟାଟ କମିନ୍ସ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

ସୂଚନା ଯୋଗ୍ୟ ଯେ, ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ୩୧୨ରନରେ ୬ ୱିକେଟ ହରାଇ ପାଳି ଘୋଷଣା କରିଥିଲା। ଭାରତକୁ ଜିତିବା ପାଇଁ ୪୦୭ ରନର ଟାର୍ଗେଟ ଥିଲା। ଗତକାଲି ଭାରତ ଷ୍ଟମ୍ପ ଅପସାରଣ ବେଳକୁ ଦୁଇଟି ୱିକେଟ ହରାଇ ୯୮ ରନ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ଜିତିବାକୁ ଶେଷ ଦିନରେ ୮ ଟି ୱିକେଟ ଆବଶ୍ୟକତା କରୁଥିବା ବେଳେ ଭାରତୀୟ ଖେଳାଳି ଭଲ ବ୍ୟାଟିଂ ଜାରି ରଖି ଖେଳକୁ ଡ୍ର କରିବାରେ ସମର୍ଥ ହୋଇଥିଲେ।

ଅଷ୍ଟ୍ରେଲିଆ ପ୍ରଥମ ପାଳି-୩୩୮

ଭାରତ ପ୍ରଥମ ପାଳି-୨୪୪

ଅଷ୍ଟ୍ରେଲିଆ ଦ୍ଵିତୀୟ ପାଳି-୩୧୨/୬ (ଘୋଷଣା)

ଭାରତ ଦ୍ଵିତୀୟ ପାଳି-୩୩୪/୫

 

ଅଷ୍ଟ୍ରେଲିଆ-ଭାରତ ତୃତୀୟ ଟେଷ୍ଟ ରବିଚନ୍ଦ୍ରନ ଅଶ୍ଵିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଯୁବ ରେଡ଼କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

July 14, 2026

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026
Latest News

ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଯୁବ ରେଡ଼କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

July 14, 2026

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

July 14, 2026

ପିସି-ପିଏନଡିଟି ଆଇନ ଉଲ୍ଲଙ୍ଘନ ଅଭିଯୋଗ: ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

July 14, 2026

୧୭୨୬ ବୈଷୟିକ ପଦବୀରେ ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ

July 14, 2026

ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀରେ ଯୋଗଦେଲେ ପ୍ରଭାତୀ ପରିଡ଼ା

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.