Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଆସନ୍ତାକାଲି ଓଡିଶାର ୧୩ଟି ସ୍ଥାନରେ ପେଟ୍ରୋଲିୟମ ବିଭାଗ କରିବ ସାଇକ୍ଲୋଥୋନ, ଜାଣନ୍ତୁ କେଉଁଠି
ଖେଳ

ଆସନ୍ତାକାଲି ଓଡିଶାର ୧୩ଟି ସ୍ଥାନରେ ପେଟ୍ରୋଲିୟମ ବିଭାଗ କରିବ ସାଇକ୍ଲୋଥୋନ, ଜାଣନ୍ତୁ କେଉଁଠି

January 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଫ୍ଲାଗଶିପ୍ ଅଧିନରେ ଆସନ୍ତାକାଲି ଓଡ଼ିଶାର ୧୩ଟି ସ୍ଥାନରେ ସାଇକ୍ଲୋଥୋନ ଅନୁଷ୍ଠିତ ହେବ । ଜିଲ୍ଲାରେ ତୈଳ ଶିଳ୍ପ (IOCL, BPCL, HPCL ଏବଂ GAIL) ତରଫରୁ ସକ୍ଷମ-୨୦୨୧ ପାଳନ ହେବ।
ଗ୍ୟାସ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ପ୍ରତିବର୍ଷ ୧୬ ଜାନୁୟାରୀରୁ ୧୫ ଫେବୃୟାରୀ ଯାଏଁ ‘ସକ୍ଷମ’ ଅଭିଯାନ ଚାଲିଥାଏ। ତୈଳ ଓ ଗ୍ୟାସ ସଂରକ୍ଷଣ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ଓ ଦୈନନ୍ଦିନ ଜୀବନରେ ଲୋକେ ଏହି ସଂରକ୍ଷଣ କରିବା ଏହି ଅଭିଯାନର ଏକମାତ୍ର ଉଦ୍ଦେଶ୍ୟ ।

ଏହି ଏକମାସ ଅବଧି ମଧ୍ୟରେ ଇନ୍ଧନ ସଂରକ୍ଷଣ ଉପରେ ବାର୍ତ୍ତା ବିସ୍ତାର କରିବା ପାଇଁ ପରିବହନ, ଶିଳ୍ପ, କୃଷି ଏବଂ ଘରେ ଆଦି କ୍ଷେତ୍ରରେ ବିଭିନ୍ନ କାର‌୍ୟ୍ୟକ୍ରମ କରାଯାଇଥାଏ।
ତୈଳ ଏବଂ ଗ୍ୟାସ ସଂରକ୍ଷଣ ଦିଗରେ ଏହିପରି ସଚେତନତା ଅଭିଯାନ ମଧ୍ୟରେ ସାଇକ୍ଲୋଥୋନ ହେଉଛି ଅନ୍ୟତମ ପ୍ରମୁଖ କାର‌୍ୟ୍ୟକ୍ରମ । ଯାହାକି ଲୋକଙ୍କ ମନ ଉପରେ ଏହିଭଳି କାର‌୍ୟ୍ୟକ୍ରମ ବେଶ୍ ପ୍ରଭାବ ପକାଇଥାଏ ।

ଏହି ପରିପ୍ରେକ୍ଷୀରେ ସାଇକ୍ଲୋଥୋନ କାର‌୍ୟ୍ୟକ୍ରମ ‘ସକ୍ଷମ ୨୦୨୧- ତୈଳ ଏବଂ ଗ୍ୟାସ ସଂରକ୍ଷଣ ଉପରେ ସଚେତନତା ଅଭିଯାନ’ ଉଦ୍ଦେଶ୍ୟରେ ଆସନ୍ତାକାଲି ଓଡ଼ିଶାର ୧୩ଟି ଜିଲାରେ ତୈଳ ଶିଳ୍ପ ଯଥା IOCL, BPCL, HPCL ଏବଂ GAIL ଦ୍ୱାରା ଆୟୋଜିତ ହେବାକୁ ଯାଉଛି । ସମଗ୍ର ଦେଶରେ ୩୦୦ ସ୍ଥାନରେ ମଧ୍ୟ ଏହି ସମାନ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି ସଚେତନତା କାର‌୍ୟ୍ୟକ୍ରମ ସମସ୍ତ ପିଢ଼ିକୁ ବିଶେଷ କରି ଭବିଷ୍ୟତ ପିଢ଼ିକୁ ସହାୟତା କରିବ ଏବଂ ପରିବହନ ଓ ଘରୋଇ କ୍ଷେତ୍ରରେ ମଧ୍ୟ ଏହି ସଂରକ୍ଷଣ ଅନେକ ସହାୟତା କରିପାରିବ । ତେବେ ଏହି ସାଇକ୍ଲୋଥୋନ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରମାନେ ଅଂଶଗ୍ରହଣ କରିବାକୁୁ ଯାଉଛନ୍ତି । PSU ତୈଳ
କମ୍ପାନୀଗୁଡ଼ିକର ପ୍ରତିନିଧି, ସେମାନଙ୍କର ଡିଲର ଏବଂ ଏଲପିଜି ବିତରକମାନେ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ।

୧୩ଟି ଜିଲାର କାର୍ଯ୍ୟକ୍ରମ ବିବରଣୀ

୧- ଅନୁଗୋଳ- ଅନୁଗୋଳ ଷ୍ଟାଡିୟମ
୨- ଢେଙ୍କାନାଳ- ଢେଙ୍କାନାଳ ମିନି ଷ୍ଟାଡିୟମ
୩- ଢେଙ୍କାନାଳ- ଗୋପାଳଜୀୟୁ ମନ୍ଦିର
୪- ସମ୍ବଲପୁର- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ କଲେଜ
୫- ରାଉଲକେଲା- ସେକ୍ଟର ୨ ଫିଲ୍ଡ
୬- ଝାରସୁଗୁଡ଼ା- ବିଟିଏମ୍ ଫିଲ୍ଡ
୭- କଳାହାଣ୍ଡି- ମଣିକେଶ୍ୱରୀ ମନ୍ଦିର
୮- ଗଜପତି- ଅର୍ବାନ ବ୍ୟାଙ୍କ ପଡ଼ିଆ

୯- ବ୍ରହ୍ମପୁର- ମେଡିକାଲ ଗେଟ ପ୍ରବେଶ
୧୦- ପୁରୀ- ଗୁଣ୍ଡିଚା ମନ୍ଦିର
୧୧- ମୟୁରଭଞ୍ଜ- ଛଉ ଫିଲ୍ଡ
୧୨- କଟକ- କଲେଜ ଛକ
୧୩- ଭଦ୍ରକ- ଗାନ୍ଧୀ ପଡ଼ିଆ, ମହତାବ ଛକ

Iocl psu ସାଇକ୍ଲୋଥୋନ
Share. Facebook Twitter LinkedIn Email WhatsApp Copy Link

Related Posts

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.