Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ: ଯୁବରାଜ ସିଂହଙ୍କ ରେକର୍ଡ ସହ ହେଲେ ସମକ୍ଷକ
ଅନ୍ତରାଷ୍ଟ୍ରୀୟ

କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ: ଯୁବରାଜ ସିଂହଙ୍କ ରେକର୍ଡ ସହ ହେଲେ ସମକ୍ଷକ

February 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆବୁଧାବୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଭାରତୀୟ ପୂର୍ବତନ ବ୍ୟଟ୍ସମ୍ୟାନ ଯୁବରାଜ ସିଂହ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। ଆବୁଧାବୀ ଟି-୧୦ ଲିଗରେ ଆବୁଧାବୀ ଦଳ ପକ୍ଷରୁ ଖେଳୁଥିବା ଗେଲ ମରାଠା ଅରେବିଆନ୍ସ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିଗ ବସ ଲିଗରେ ମଧ୍ୟ ସେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରଥିଲେ। ତେବେ ଯୁବରାଜ ସିଂହ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵ କପ-୨୦୦୭ରେ ଇଂଲଣ୍ଡ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରି ଏହି ରେକର୍ଡ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆବୁଧାବୀ ଦଳ ବିରୋଧରେ ମରାଠା ଅରେବିଆନ୍ସ ୧୦ ଓଭରରେ ୪ ଟି ୱିକେଟ ହରାଇ ୯୭ ରନ ସଂଗ୍ରହ କରିଥିଲେ। ଆବୁଧାବୀ ଦଳ ୯୮ ରନର ଲକ୍ଷ୍ୟକୁ ମାତ୍ର ୫.୩ ଓଭରରେ ପୂରଣ କରି ବିଜୟ ଲାଭ କରିଥିଲା। ଗେଲ ନିଜ ଇନିଂସରେ ପ୍ରଥମ ଦୁଇଟି ବଲରେ କୌଣସି ରନ ସଂଗ୍ରହ କରିବାରେ ସକ୍ଷମ ହୋଇନଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ଗେଲ ଚୌକା ଏବଂ ଛକା ବର୍ଷା କରିଥିଲେ। ସେ ତାଙ୍କ ପାଳିରେ ୯ ଟି ଛକା ଏବଂ ୬ ଟି ଚୌକା ମାରି ମାତ୍ର ୨୨ ଟି ବଲରେ ଅପରାଜିତ ୮୪ ରନ ସଂଗ୍ରହ କରିଥିଲେ।

ଯୁବରାଜ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵସ୍ତିକ ଚିହ୍ନ କଣ, ଏହା କରିବା ବେଳେ କେଉଁ ବିଷୟରେ ଧ୍ୟାନ ଦେବା ଆବଶ୍ୟକ

October 12, 2025

ବାଚସ୍ପତିଙ୍କ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦାନ

October 12, 2025

ଉପମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କଲେ କଟନ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟ

October 12, 2025

କଳିଙ୍ଗ ଷ୍ଟାଡିୟମରେ ୨୮ତମ ଏସୀୟ ଟେବୁଲ ଟେନିସ୍ ଦଳଗତ ଚାମ୍ପିଅନସିପ୍ ଆରମ୍ଭ

October 12, 2025
Latest News

ସ୍ଵସ୍ତିକ ଚିହ୍ନ କଣ, ଏହା କରିବା ବେଳେ କେଉଁ ବିଷୟରେ ଧ୍ୟାନ ଦେବା ଆବଶ୍ୟକ

October 12, 2025

ବାଚସ୍ପତିଙ୍କ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀରେ ଯୋଗଦାନ

October 12, 2025

ଉପମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କଲେ କଟନ ଆସୋସିଏସନ ଅଫ ଓଡ଼ିଶାର ସଦସ୍ୟ

October 12, 2025

କଳିଙ୍ଗ ଷ୍ଟାଡିୟମରେ ୨୮ତମ ଏସୀୟ ଟେବୁଲ ଟେନିସ୍ ଦଳଗତ ଚାମ୍ପିଅନସିପ୍ ଆରମ୍ଭ

October 12, 2025

ମନ୍ଦିରକୁ ଯିବାର ଅନେକ ଲାଭ, ପ୍ରତିଦିନ ପୂଜା କଲେ ମିଳିବ ଏହି ସବୁ ଉପକାର

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.