କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ: ଯୁବରାଜ ସିଂହଙ୍କ ରେକର୍ଡ ସହ ହେଲେ ସମକ୍ଷକ

Published: Feb 4, 2021, 1:32 pm IST

ଆବୁଧାବୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଭାରତୀୟ ପୂର୍ବତନ ବ୍ୟଟ୍ସମ୍ୟାନ ଯୁବରାଜ ସିଂହ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। ଆବୁଧାବୀ ଟି-୧୦ ଲିଗରେ ଆବୁଧାବୀ ଦଳ ପକ୍ଷରୁ ଖେଳୁଥିବା ଗେଲ ମରାଠା ଅରେବିଆନ୍ସ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିଗ ବସ ଲିଗରେ ମଧ୍ୟ ସେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରଥିଲେ। ତେବେ ଯୁବରାଜ ସିଂହ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵ କପ-୨୦୦୭ରେ ଇଂଲଣ୍ଡ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରି ଏହି ରେକର୍ଡ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆବୁଧାବୀ ଦଳ ବିରୋଧରେ ମରାଠା ଅରେବିଆନ୍ସ ୧୦ ଓଭରରେ ୪ ଟି ୱିକେଟ ହରାଇ ୯୭ ରନ ସଂଗ୍ରହ କରିଥିଲେ। ଆବୁଧାବୀ ଦଳ ୯୮ ରନର ଲକ୍ଷ୍ୟକୁ ମାତ୍ର ୫.୩ ଓଭରରେ ପୂରଣ କରି ବିଜୟ ଲାଭ କରିଥିଲା। ଗେଲ ନିଜ ଇନିଂସରେ ପ୍ରଥମ ଦୁଇଟି ବଲରେ କୌଣସି ରନ ସଂଗ୍ରହ କରିବାରେ ସକ୍ଷମ ହୋଇନଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ଗେଲ ଚୌକା ଏବଂ ଛକା ବର୍ଷା କରିଥିଲେ। ସେ ତାଙ୍କ ପାଳିରେ ୯ ଟି ଛକା ଏବଂ ୬ ଟି ଚୌକା ମାରି ମାତ୍ର ୨୨ ଟି ବଲରେ ଅପରାଜିତ ୮୪ ରନ ସଂଗ୍ରହ କରିଥିଲେ।

Related posts