Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଅନ୍ତିମ ଓଭରରେ ଆବଶ୍ୟକ ଥିଲା ୩୫ ରନ: ଲଗାତର ୬ ଟି ଛକା ମାରି ଦଳକୁ ଚମ୍ପିୟାନ କରାଇଲେ ଏହି ଖେଳାଳି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ତାରକା ଖେଳାଳି ଯୁବରାଜ ସିଂହ ଗୋଟିଏ ଓଭରରେ ୬ ଟି ଛକା ମାରିଥିଲେ। ଯୁବରାଜ ସିଂହଙ୍କ ଏହି ପାଳି ଲୋକଙ୍କ ମନରୁ ଏଯାଏଁ ଲିଭିନି। ଇଂଲଣ୍ଡ ବିରୋଧରେ ୨୦୦୭  ମସିହା ଟି-୨୦ ବିଶ୍ଵକପରେ ଯୁବରାଜ ସିଂହ ଏହି ରେକର୍ଡ କରିଥିଲେ। କିନ୍ତୁ ଯୁବରାଜଙ୍କ ବ୍ୟତୀତ ଏଭଳି ବିରଳ ରେକର୍ଡ ଆଉ ଜଣେ ଖେଳାଳି କରିଛନ୍ତି। ଆୟାରଲ୍ୟାଣ୍ଡର ଜନ ଗ୍ଳାସଙ୍କ ନାମ ଏହି ତାଲିକାରେ ଏବେ ଯୋଡି ହୋଇଯାଇଛି।

ଏକ ସ୍ଥାନୀୟ ଟୁର୍ଣ୍ଣାମେଣ୍ଟରେ ଜନ ଗ୍ଳାସ ଗୋଟିଏ ଓଭରରେ ୬ ଟି ଛକା ମାରିଥିଲେ। ଲଗାନ ବେଲି ଷ୍ଟିଲ୍ସ ଟି-୨୦ ଟ୍ରଫିର ଫାଇନାଲ ମ୍ୟାଚରେ ଜନ ଗ୍ଳାସ ଏହି କାରନାମା କରିଛନ୍ତି। କ୍ରେଗାଘୋ ବିରୋଧରେ ନଦର୍ଣ୍ଣ ଆୟାରିଶ କ୍ଲବ ବାଲିମେନା ପାଇଁ ଖେଳୁଥିବା ୨୧ ବର୍ଷୀୟ ଗ୍ଳାସ ଏହି ସଫଳତା ଲାଭ କରିଛନ୍ତି। ଫାଇନାଲ ମ୍ୟାଚର ଅନ୍ତିମ ଓଭରରେ ଗ୍ଳାସ ୬ ଟି ଛକା ମାରି ଦଳକୁ ବିଜୟ କରାଇଛନ୍ତି।

ଏହି ମ୍ୟାଚରେ ବାଲିମେନାକୁ ଅନ୍ତିମ ଓଭରରେ ଜିତିବା ପାଇଁ ୩୫ ରନ ଆବଶ୍ୟକ ହେଉଥିଲା। ଲଗାତର ୬ ଟି ଛକା ମାରି ଗ୍ଳାସ ଦଳକୁ ବିଜୟ କରାଇଥିଲେ। ସେ ଏହି ମ୍ୟାଚରେ ୮୭ ରନର ପାଳି ଖେଳିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରୋଡ଼ ସେଫ୍ଟି ୱାର୍ଲ୍ଡ ସିରିଜ୍: ଯୁବରାଜ ସିଂହ ଏବଂ ସଚିନ ତେନ୍ଦୁଲକରଙ୍କ ପୁରୁଣା ଅନ୍ଦାଜ୍, ଭାରତର ବିପୁଳ ବିଜୟ

ରାୟପୁର: ଭାରତୀୟ ଦଳର ପୂର୍ବତନ ତାରକା ଅଲରାଉଣ୍ଡର ଯୁବରାଜ ସିଂହ ପୁଣି ଥରେ ପୁରୁଣା ଅନ୍ଦାଜରେ ବ୍ୟାଟିଂ କରିଛନ୍ତି। ଗତକାଲି ସେ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ଯେଉଁ ଭଳି ଆକ୍ରମଣାତ୍ମକ ବ୍ୟାଟିଂ କରିଛନ୍ତି, ତାହା ୨୦୦୭ ମସିହା ବିଶ୍ଵ କପର ଖେଳକୁ ମନେ ପକାଇ ଦେଇଛି। ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବିରୋଧରେ ଗତକାଲି ଯୁବରାଜ ଲଗାତର ୪ ଟି ବଲରେ ୪ ଟି ଛକା ମାରିଥିଲେ।

ଯୁବରାଜଙ୍କ ଏହି ପାଳି, ବିଶ୍ଵକପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ଼ଙ୍କୁ ୬ ଟି ବଲରେ ୬ ଟି ଛକାର ପାଳିଙ୍କୁ ମନେ ପକାଇଦେଇଛି। ଯୁବରାଜ ସିଂହ ଗତକାଲି ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବୋଲର ଜାନ୍ଦେର ଦେ ବୃଏନଙ୍କୁ ୧୮ ତମ ଓଭରରେ କ୍ରମାଗତ ୪ ଟି ଛକା ମାରିଥିଲେ। ୧୮ ତମ ଓଭରର ପ୍ରଥମ ବଲରେ ଯୁବରାଜ କୌଣସି ରନ କରିପାରିନଥିଲେ। ଏହାପରେ ପରବର୍ତ୍ତୀ ଚାରୋଟି ବଲକୁ ଯୁବରାଜ ଚକା ମାରିଥିଲେ। ମୋଟ ୨୨ ଟି ବଲ ଖେଳି ଯୁବରାଜ ଅପରାଜିତ ୫୨ ରନ ସଂଗ୍ରହ କରିଥିଲେ।

ଏହି ପାଳିରେ ସେ ଦୁଇଟି ଚୌକା ଏବଂ ୬ ଟି ଛକା ମାରିଥିଲେ। ଯୁବରାଜଙ୍କ ବ୍ଯତୀତ ସଚିନ ତେନ୍ଦୁଲକର ୩୭ ଟି ବଲରେ ୬୦ ରନ ସଂଗ୍ରହ କରିଥିଲେ। ଯୁବରାଜ ଏବଂ ସଚିନଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଆ ଲିଜେଣ୍ଡ୍ସ ୨୦ ଓଭରରେ ୩ ଟି ୱିକେଟ ହରାଇ ୨୦୪ ରନ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୭ ଟି ୱିକେଟ ହରାଇ ୧୪୮ ରନ କରିପାରିଥିଲା

ତେବେ ଭାରତୀୟ ଦଳ ୫୬ ରନରେ ଷଷ୍ଠତମ ମ୍ୟାଚକୁ ଜିତି ୨୦ ଅଙ୍କ ସହ ‘ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ’ ତାଲିକାର ଶୀର୍ଷରେ ରହିଛି। ସେହିପରି ୫ ଟି ମ୍ୟାଚ ଖେଳି ୧୬ ଅଙ୍କ ସାଥିରେ ଶ୍ରୀଲଙ୍କା ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଲିଜେଣ୍ଡ୍ସ ୪ ଟି ମ୍ୟାଚ ଖେଳି ୩ଟି ବିଜୟ ସହ ୧୨ ଅଙ୍କ ପାଇ ତୃତୀୟ, ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ୫ ଟି ମ୍ୟାଚ ଖେଳି ୩ ଟି ବିଜୟ ସହ ୧୨ ଅଙ୍କ ପାଇ ଚତୁର୍ଥ, ୱେଷ୍ଟ ଇଣ୍ଡିଜ ଲିଜେଣ୍ଡ୍ସ ୫ ଟି ମ୍ୟାଚରେ ୨ ଟି ବିଜୟ ସହ ୮ ଅଙ୍କ ପାଇ ପଞ୍ଚମ, ବାଂଲାଦେଶ ୫ ଟି ମ୍ୟାଚରେ ୧ ଟି ବିଜୟ ସହ ୪ ଅଙ୍କ ପାଇ ଷଷ୍ଠ ଏବଂ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ଖେଳିଥିବା ସମସ୍ତ ୫ ଟି ମ୍ୟାଚ ହାରି ଶୂନ୍ୟ ଅଙ୍କ ସହ ପଏଣ୍ଟ ତାଲିକାରେ ତଳେ ରହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ନିଲାମୀରେ କ୍ରିସ୍ ମୋରିଶ୍ ରଚିଲେ ଇତିହାସ: ଭାଙ୍ଗିଲେ ଯୁବରାଜ ସିଂହଙ୍କ ରେକର୍ଡ

ଚେନ୍ନାଇ: ଆଇପିଏଲ ନିଲାମୀରେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିଶ୍ ଆଜି ଇତିହାସ ରଚିଛନ୍ତି। ୩୩ ବର୍ଷୀୟ ମୋରିସକୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣି ନେଇଛି। ବର୍ତ୍ତମାନ ମୋରିଶ୍ ଆଇପିଏଲ ଇତିହାସରେ ଯୁବରାଜ ସିଂହଙ୍କ ରେକର୍ଡକୁ ଭାଙ୍ଗି ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି। ଆଇପିଏଲ ନିଲାମୀ ଲାଗି ମୋରିଶ୍ ନିଜର ବେସ ପ୍ରାଇସ ୭୫ ଲକ୍ଷ ଟଙ୍କା ରଖିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ ଏବଂ ବେଙ୍ଗୁଲୁରୁ ତାଙ୍କୁ କିଣିବା ପାଇଁ ଦମ ଲଗାଇଥିଲେ। ଶେଷରେ ରାଜସ୍ଥାନ ବାଜି ମାରି ନେଇଥିଲା।

ଜାଣନ୍ତୁ ସବୁଠୁ ଅଧିକ ଦାମରେ ବିକ୍ରି ହୋଇଥିବା ଖେଳାଳି:

୧- କ୍ରିସ୍ ମୋରିଶ୍- ୨୦୨୧ ମସିହା- ରାଜସ୍ଥାନ ରୟାଲ୍ସ- ୧୬.୨୫ କୋଟି ଟଙ୍କା

୨- ଯୁବରାଜ ସିଂହ- ୨୦୧୫ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୬ କୋଟି ଟଙ୍କା

୩- ପ୍ୟାଟ କମିନ୍ସ- ୨୦୨୦ ମସିହା- କୋଲକୋତା ନାଇଟ ରାଇଡ଼ର୍ସ- ୧୫.୫ କୋଟି

୪- ବେନ ଷ୍ଟୋକ୍ସ- ୨୦୧୭ ମସିହା- ରାଇଜିଙ୍ଗ ପୁନେ ସୁପରଜିଆଣ୍ଟସ- ୧୪.୫ କୋଟି

୫- ଯୁବରାଜ ସିଂହ- ୨୦୧୪ ମସିହା- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗୁଲୁରୁ- ୧୪ କୋଟି

୬- ବେନ ଷ୍ଟୋକ୍ସ- ୨୦୧୮ ମସିହା- ରାଜସ୍ଥାନ ରୟାଲ୍ସ- ୧୨.୫ କୋଟି

୭- ଦିନେଶ କାର୍ତ୍ତିକ- ୨୦୧୪ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୨.୫ କୋଟି

୮- ଜୟଦେବ ଉନାଦକଟ- ୨୦୧୮- ରାଜସ୍ଥାନ ରୟାଲ୍ସ- ୧୧.୫ କୋଟି

୯- ଗୌତମ ଗମ୍ଭୀର- ୨୦୧୧ ମସିହା- କୋଲକୋତା ନାଇଟ ରାଇଡ଼ର୍ସ- ୧୧.୪ କୋଟି

୧୦- ଲୋକେଶ ରାହୁଲ- ୨୦୧୮ ମସିହା- କିଙ୍ଗସ ଇଲେଭେନ ପଞ୍ଜାବ- ୧୧ କୋଟି

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ-୨୦୨୧ ଲାଗି ଖେଳାଳି ନିଲାମୀ ପ୍ରକ୍ରିୟା: ଭାଙ୍ଗିବ କି ଯୁବରାଜ ସିଂହଙ୍କ ରେକର୍ଡ

ଚେନ୍ନାଇ:  ଆଇପିଏଲ-୨୦୨୧ ଲାଗି ଆଜି ଖେଳାଳି ନିଲାମୀ ପ୍ରକ୍ରିୟା ଚେନ୍ନାଇରେ ଆରମ୍ଭ ହେବ। ଆଇପିଏଲର ଫ୍ରାଞ୍ଚାଇଜ ୬୧ ଟି ସ୍ଥାନଙ୍କୁ ପୂରଣ ପାଇଁ ନିଲାମ ଡ଼ାକିବେ। ନିଲାମୀ ତାଲିକାରେ ବର୍ତ୍ତମାନ ୧୬୪ ଜଣ ଭାରତୀୟ ଖେଳାଳି, ୧୨୪ ଜଣ ବିଦେଶୀ ଖେଳାଳି ସାମିଲ ହୋଇଛନ୍ତି। ନିଲାମୀ ପ୍ରକ୍ରିୟା ଆଜି ଅପରାହ୍ନ ୩ ଟା ସମୟରେ ଆରମ୍ଭ ହେବ। ଇଂଲଣ୍ଡର ଦ୍ରୁତଗାମୀ ବୋଲର ମାର୍କ ଉଡ଼ ନିଲାମୀ ତାଲିକାରୁ ନିଜ ନାମକୁ ଫେରାଇ ନେଇଛନ୍ତି।

ତେବେ ଆଇପିଏଲ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ଭାବେ ଯୁବରାଜ ସିଂହଙ୍କ ନାମ ତାଲିକାର ଆଗରେ ରହିଛି। ହେଲେ ଚଳିତ ଆଇପିଏଲରେ ଏହି ରେକର୍ଡ ଭାଙ୍ଗିବ କି ନାହିଁ, ଦେଖିବା ବାକି ରହିଲା।

ଜାଣନ୍ତୁ ସବୁଠୁ ଅଧିକ ଦାମରେ ବିକ୍ରି ହୋଇଥିବା ଖେଳାଳି:

୧- ଯୁବରାଜ ସିଂହ- ୨୦୧୫ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୬ କୋଟି ଟଙ୍କା

୨- ପ୍ୟାଟ କମିନ୍ସ- ୨୦୨୦ ମସିହା- କୋଲକୋତା ନାଇଟ ରାଇଡ଼ର୍ସ- ୧୫.୫ କୋଟି ଟଙ୍କା

୩- ବେନ ଷ୍ଟୋକ୍ସ- ୨୦୧୭ ମସିହା- ରାଇଜିଙ୍ଗ ପୁନେ ସୁପରଜିଆଣ୍ଟସ- ୧୪.୫ କୋଟି

୪- ଯୁବରାଜ ସିଂହ- ୨୦୧୪ ମସିହା- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗୁଲୁରୁ- ୧୪ କୋଟି

୫- ବେନ ଷ୍ଟୋକ୍ସ- ୨୦୧୮ ମସିହା- ରାଜସ୍ଥାନ ରୟାଲ୍ସ- ୧୨.୫ କୋଟି

୬- ଦିନେଶ କାର୍ତ୍ତିକ- ୨୦୧୪ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୨.୫ କୋଟି

୭- ଜୟଦେବ ଉନାଦକଟ- ୨୦୧୮- ରାଜସ୍ଥାନ ରୟାଲ୍ସ- ୧୧.୫ କୋଟି

୮- ଗୌତମ ଗମ୍ଭୀର- ୨୦୧୧ ମସିହା- କୋଲକୋତା ନାଇଟ ରାଇଡ଼ର୍ସ- ୧୧.୪ କୋଟି

୯- ଲୋକେଶ ରାହୁଲ- ୨୦୧୮ ମସିହା- କିଙ୍ଗସ ଇଲେଭେନ ପଞ୍ଜାବ- ୧୧ କୋଟି

୧୦- ମନୀଷ ପାଣ୍ଡେ- ୨୦୧୮ ମସିହା- ସନରାଇଜର୍ସ ହାଇଦ୍ରାବାଦ- ୧୧ କୋଟି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

କ୍ରିସ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ: ଯୁବରାଜ ସିଂହଙ୍କ ରେକର୍ଡ ସହ ହେଲେ ସମକ୍ଷକ

ଆବୁଧାବୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଭାରତୀୟ ପୂର୍ବତନ ବ୍ୟଟ୍ସମ୍ୟାନ ଯୁବରାଜ ସିଂହ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। ଆବୁଧାବୀ ଟି-୧୦ ଲିଗରେ ଆବୁଧାବୀ ଦଳ ପକ୍ଷରୁ ଖେଳୁଥିବା ଗେଲ ମରାଠା ଅରେବିଆନ୍ସ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିଗ ବସ ଲିଗରେ ମଧ୍ୟ ସେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରଥିଲେ। ତେବେ ଯୁବରାଜ ସିଂହ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵ କପ-୨୦୦୭ରେ ଇଂଲଣ୍ଡ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରି ଏହି ରେକର୍ଡ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆବୁଧାବୀ ଦଳ ବିରୋଧରେ ମରାଠା ଅରେବିଆନ୍ସ ୧୦ ଓଭରରେ ୪ ଟି ୱିକେଟ ହରାଇ ୯୭ ରନ ସଂଗ୍ରହ କରିଥିଲେ। ଆବୁଧାବୀ ଦଳ ୯୮ ରନର ଲକ୍ଷ୍ୟକୁ ମାତ୍ର ୫.୩ ଓଭରରେ ପୂରଣ କରି ବିଜୟ ଲାଭ କରିଥିଲା। ଗେଲ ନିଜ ଇନିଂସରେ ପ୍ରଥମ ଦୁଇଟି ବଲରେ କୌଣସି ରନ ସଂଗ୍ରହ କରିବାରେ ସକ୍ଷମ ହୋଇନଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ଗେଲ ଚୌକା ଏବଂ ଛକା ବର୍ଷା କରିଥିଲେ। ସେ ତାଙ୍କ ପାଳିରେ ୯ ଟି ଛକା ଏବଂ ୬ ଟି ଚୌକା ମାରି ମାତ୍ର ୨୨ ଟି ବଲରେ ଅପରାଜିତ ୮୪ ରନ ସଂଗ୍ରହ କରିଥିଲେ।